ପାରିବାରିକ କଳହରୁ ଲୁହା ପାଇପରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

The Sakala Picture
Published On

ସୁନ୍ଦରଗଡ : ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀକୁ ଲୁହା ପାଇପରେ ପିଟିପିଟି ମାରିଦେଲା ସ୍ତ୍ରୀ। ଯେଉଁ ହାତରେ ସାତ ଜନମକୁ ସାଥୀ ହୋଇ ରହିବାକୁ ଶପଥ କରିଥିଲା ସେହି ହାତରେ ନେଇଗଲା ସ୍ବାମୀର ଜୀବନ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଘଟିଛି। ସୂଚନାଅନୁସାରେ ବାଲିଶଙ୍କରା ମହାଦେବପଡ଼ାରେ ରୁହନ୍ତି ପ୍ରକାଶ କୁଜୁର ଓ ତାଙ୍କ ସ୍ତ୍ରୀ ସୁଷମା। ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ […]

ସୁନ୍ଦରଗଡ : ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀକୁ ଲୁହା ପାଇପରେ ପିଟିପିଟି ମାରିଦେଲା ସ୍ତ୍ରୀ। ଯେଉଁ ହାତରେ ସାତ ଜନମକୁ ସାଥୀ ହୋଇ ରହିବାକୁ ଶପଥ କରିଥିଲା ସେହି ହାତରେ ନେଇଗଲା ସ୍ବାମୀର ଜୀବନ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଘଟିଛି।

ଆହୁରି ପଢ଼ନ୍ତୁ: ଲୁଧିଆନାରେ ପିଜା ଆଉଟଲେଟ୍ ଉପରେ ଆଖିବୁଜା ଗୁଳିମାଡ଼: ୩ ସେକେଣ୍ଡରେ ୩ ରାଉଣ୍ଡ ଫାୟାରିଂ

ସୂଚନାଅନୁସାରେ ବାଲିଶଙ୍କରା ମହାଦେବପଡ଼ାରେ ରୁହନ୍ତି ପ୍ରକାଶ କୁଜୁର ଓ ତାଙ୍କ ସ୍ତ୍ରୀ ସୁଷମା। ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କିନ୍ତୁ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। ଶନିବାର ଦିନ କୌଣସି କଥାକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ବାମୀ ପ୍ରକାଶ କୁଜୁର ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରେମିକା ସାଜିଲା କାଳ:ପ୍ରେମିକକୁ ହତ୍ୟା କରି ଟ୍ରକରେ ଲଗାଇଲେ ନିଆଁ: ବ୍ଲାକମେଲିଂରୁ ରଚିଲେ ଭୟଙ୍କର ଷଡ଼ଯନ୍ତ୍ର

ରବିବାର ସକାଳେ ସ୍ତ୍ରୀ ସୁଷମା ତଲସରା ଥାନାକୁ ଯାଇ ନିଜ ସ୍ୱାମୀକୁ ହତ୍ୟା କରିଥିବା ସ୍ଵୀକାର କରିବା ସହ ଆତ୍ମସମର୍ପଣ କରିଥିଲା। ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

11 Apr 2021 By The Sakala

ପାରିବାରିକ କଳହରୁ ଲୁହା ପାଇପରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ସୁନ୍ଦରଗଡ : ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀକୁ ଲୁହା ପାଇପରେ ପିଟିପିଟି ମାରିଦେଲା ସ୍ତ୍ରୀ। ଯେଉଁ ହାତରେ ସାତ ଜନମକୁ ସାଥୀ ହୋଇ ରହିବାକୁ ଶପଥ କରିଥିଲା ସେହି ହାତରେ ନେଇଗଲା ସ୍ବାମୀର ଜୀବନ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଘଟିଛି।

ସୂଚନାଅନୁସାରେ ବାଲିଶଙ୍କରା ମହାଦେବପଡ଼ାରେ ରୁହନ୍ତି ପ୍ରକାଶ କୁଜୁର ଓ ତାଙ୍କ ସ୍ତ୍ରୀ ସୁଷମା। ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କିନ୍ତୁ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। ଶନିବାର ଦିନ କୌଣସି କଥାକୁ ନେଇ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ବାମୀ ପ୍ରକାଶ କୁଜୁର ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା।

ରବିବାର ସକାଳେ ସ୍ତ୍ରୀ ସୁଷମା ତଲସରା ଥାନାକୁ ଯାଇ ନିଜ ସ୍ୱାମୀକୁ ହତ୍ୟା କରିଥିବା ସ୍ଵୀକାର କରିବା ସହ ଆତ୍ମସମର୍ପଣ କରିଥିଲା। ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର