ପୂର୍ବତନ ଡବ୍ଲ୍ୟୁଇଏଫ୍ ଏମ୍‌ଡିଙ୍କ ଚେତାବନୀ, ଭାରତର ମୁଣ୍ଡ ପିଛା ଆୟ ଚିନ୍ତାଜନକ

The Sakala Picture
Published On

ନୂଆଦିଲ୍ଲୀ: ଜାପାନକୁ ଟପି ଭାରତ ଖୁବ୍‌ଶୀଘ୍ର ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ପାଲଟିବାକୁ ଯାଉଛି। ଏହି ଖବରକୁ ନେଇ ଦେଶବାସୀ ଖୁସି। ହେଲେ ବିଶେଷଜ୍ଞଙ୍କ ମତରେ ଏହାକୁ ନେଇ ଅଧିକ ଖୁସି ହେବା ଉଚିତ ନୁହେଁ। ଯଦିଓ ଅର୍ଥନୀତିର ଆକାର କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇବାକୁ ଯାଉଛି, ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଦେଶ ଜାପାନଠୁ ବହୁ ପଛରେ। ବିଶ୍ୱ ଅର୍ଥନୈତିକ ଫୋରମ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ କ୍ଲାଉଡ୍‌ ସ୍ମାଦଜା କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥାର […]

ନୂଆଦିଲ୍ଲୀ: ଜାପାନକୁ ଟପି ଭାରତ ଖୁବ୍‌ଶୀଘ୍ର ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି ପାଲଟିବାକୁ ଯାଉଛି। ଏହି ଖବରକୁ ନେଇ ଦେଶବାସୀ ଖୁସି। ହେଲେ ବିଶେଷଜ୍ଞଙ୍କ ମତରେ ଏହାକୁ ନେଇ ଅଧିକ ଖୁସି ହେବା ଉଚିତ ନୁହେଁ। ଯଦିଓ ଅର୍ଥନୀତିର ଆକାର କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇବାକୁ ଯାଉଛି, ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଦେଶ ଜାପାନଠୁ ବହୁ ପଛରେ। ବିଶ୍ୱ ଅର୍ଥନୈତିକ ଫୋରମ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ କ୍ଲାଉଡ୍‌ ସ୍ମାଦଜା କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ବହୁତ ବଡ଼, ଏଥିରେ ଦୁଇ ମତ ନାହିଁ। ତେବେ ମୁଣ୍ଡ ପିଛା ଜିଡିପି କ୍ଷେତ୍ରରେ ଭାରତ ଜାପାନଠାରୁ ବହୁ ପଛରେ ରହିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅନୁସାରେ, ୨୦୨୫ ଏପ୍ରିଲ ସୁଦ୍ଧା ଭାରତର ମୁଣ୍ଡ ପିଛା ଜିଡିପି ୨,୮୭୮.୪ ଡଲାର ବା ୨.୫ ଲକ୍ଷ ଟଙ୍କା ରହିଛି। ଏହା ଜାପାନର ମୁଣ୍ଡ ପିଛା ଜିଡିପିର ମାତ୍ର ୮.୫%।

ଆହୁରି ପଢ଼ନ୍ତୁ: NVIDIA CEO ଜେନସେନ ହୁଆଙ୍ଗଙ୍କୁ ବଡ଼ ଝଟକା: ମାତ୍ର ୩୦ ମିନିଟରେ ହରାଇଲେ ୭.୪ ବିଲିୟନ ଡଲାର

ପ୍ରକାଶଯୋଗ୍ୟ, ଜାପାନର ମୁଣ୍ଡ ପିଛା ଜିଡିପି ରହିଛି ୩୩,୯୫୫.୭ ଡଲାର ବା ୨୯ ଲକ୍ଷ ଟଙ୍କା। ଏହାର ଅର୍ଥ, ଜାପାନର ମୁଣ୍ଡ ପିଛା ଆୟ ଭାରତଠାରୁ ପ୍ରାୟ ୧୧.୮ ଗୁଣା ଅଧିକ। ସ୍ମାଦଜାଙ୍କ ଅନୁସାରେ, ଭାରତୀୟ ଅର୍ଥ ବ୍ୟବସ୍ଥାର ଆକାର ଏକ ଭଲ ସଙ୍କେତ। ଏଥିରୁ ଜଣାପଡୁଛି ଯେ, ବିଶ୍ୱ ସ୍ତରରେ ଭାରତର ଆର୍ଥିକ ଓଜନ କେତେ। ସ୍ମାଦଜା କୁହନ୍ତି ଯେ, ଭାରତର ଆର୍ଥିକ ସୁଧାରକୁ ଆହୁରି ଦ୍ରୁତ କରାଯିବା ଉଚିତ। ସେ ଏହା ଜୋର ଦେଇଛନ୍ତି ଯେ, ଆର୍ଥିକ ବିକାଶର ଲାଭ ସମସ୍ତ ନାଗରିକଙ୍କୁ ମିଳିବା ଦରକାର। ଏହା କେବଳ ଅଭିବୃଦ୍ଧିଶୀଳ ମଧ୍ୟମ ବର୍ଗଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଭାରତ ବିଶ୍ୱ ପ୍ରଯୁକ୍ତି ଦୌଡ଼ରେ ଏକ ମହତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ାହୋଇଛି। ଭାରତ ପାଖରେ ବିଗ୍‌ ଡାଟାର ଫାଇଦା ରହିଛି। ଦେଶରେ ଇଣ୍ଟର୍‌ନେଟ୍‌ ଏବଂ ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ହୋଇଥାଏ। ଏଥିପାଇଁ ଏଠାରେ ଡାଟା ଚାହିଦା ଦ୍ରୁତ ବେଗରେ ବଢୁଛି। ସେ ଚେତାବନୀ ଦେଇଛନ୍ତି ଯେ, ଭାରତକୁ ଡାଟା ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଭାରତର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହାନ୍ତି। କାରଣ ଚୀନ୍‌ ଏହାର ଡାଟାର ବ୍ୟବହାର ଉପରେ ରୋକ୍‌ ଲଗାଇ ଦେଇଛି। ସ୍ମାଦ୍‌ଜା କହିଛନ୍ତି ଯେ, ଭାରତରେ ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ, ଆମେ ଏହି ବଡ଼ ରଣନୀତିକ ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇପାରିବୁ। ଏହି ଡାଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିପ୍‌ ଟେକ୍‌ ଭଳି ପ୍ରଯୁକ୍ତିଗତ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଏହାର ବ୍ୟବହାର ସମସ୍ତଙ୍କ ଫାଇଦା ପାଇଁ କରାଯିବା ଉଚିତ।

ଆହୁରି ପଢ଼ନ୍ତୁ: ପୁଣି ମହଙ୍ଗାମାଡ: କ୍ଷୀର ମୂଲ୍ୟରେ ବୃଦ୍ଧି, ଲିଟର ପିଛା ବଢିପାରେ ୪ ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp