ହୋଣ୍ଡା ହାଇନେସ୍ ସିବି ୩୫୦ ବିକ୍ରି ୧୦,୦୦୦ ୟୁନିଟ୍ ଟପିଲା

The Sakala Picture
Published On

ଭାରତରେ ହୋଣ୍ଡା ହାଇନେସ୍ ସିବି ୩୫୦ର ବିକ୍ରି ୧୦,୦୦୦ ୟୁନିଟ୍ ଅତିକ୍ରମ କରିଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଗତବର୍ଷ ଅକ୍ଟୋବରରେ କମ୍ପାନୀ ଏହାର ଡେଲିଭରି ଆରମ୍ଭ କରିଥିବାବେଳେ ତିନି ମାସ ଭିତରେ ଏଭଳି ସଫଳତା ମିଳିଛି। ଏ ସମ୍ପର୍କର ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ କହିଛନ୍ତି ଯେ, ଆଧୁନିକ କ୍ଲାସିକ୍ ଡିଜାଇନ,ଆଧୁନିକ […]

ଭାରତରେ ହୋଣ୍ଡା ହାଇନେସ୍ ସିବି ୩୫୦ର ବିକ୍ରି ୧୦,୦୦୦ ୟୁନିଟ୍ ଅତିକ୍ରମ କରିଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଗତବର୍ଷ ଅକ୍ଟୋବରରେ କମ୍ପାନୀ ଏହାର ଡେଲିଭରି ଆରମ୍ଭ କରିଥିବାବେଳେ ତିନି ମାସ ଭିତରେ ଏଭଳି ସଫଳତା ମିଳିଛି। ଏ ସମ୍ପର୍କର ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ କହିଛନ୍ତି ଯେ, ଆଧୁନିକ କ୍ଲାସିକ୍ ଡିଜାଇନ,ଆଧୁନିକ ସୁବିଧା ସୁଯୋଗ, ରିଫାଇନମେଣ୍ଟ ଓ ଶ୍ରେଷ୍ଠ ମାନ ଏବଂ ଏକ୍ଜଷ୍ଟ୍ର ଗର୍ଜନ ସ୍ୱର ପାଇଁ ହାଇନେସ୍ ସିବି ୩୫୦କୁ ପସନ୍ଦ କରାଯାଉଛି।

ଆହୁରି ପଢ଼ନ୍ତୁ: AI ସଙ୍କଟରେ କମ୍ପିଲା ସେୟାର ବଜାର: TCS ଓ Infosys ଧରାଶାୟୀ, ନିବେଶକଙ୍କ ବୁଡ଼ିଲା ଲକ୍ଷେ କୋଟିରୁ ଅଧିକ ଟଙ୍କା

ସୀମିତ ବିଗ୍ ୱିଙ୍ଗ୍ ନେଟ୍ୱର୍କ ସତ୍ୱେ କମ୍ ସମୟ ଭିତରେ ଆମେ ୧୦,୦୦୦ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଛୁ ଏବଂ ଅନେକ ସହରରୁ ଆମ ପାଖରେ ଏହାର ବରାଦ ରହିଛି। ହୋଣ୍ଡା ବ୍ରାଣ୍ଡ୍ ଉପରେ ରହିଥିବା ଆଦର ଓ ବିଶ୍ୱାସ ପାଇଁ ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ। ଆମ ଗ୍ରାହକଙ୍କୁ ଭଲ ଭାବେ ସେବା ଦେବା ଏବଂ ଅଧିକ ସହରରେ ପହଞ୍ଚିବା ଲାଗି ଆମେ ପ୍ରତୀକ୍ଷା ସମୟ ହ୍ରାସ କରିବା ଏବଂ ବିଗ୍ ୱିଙ୍ଗ୍ ନେଟ୍ୱର୍କକୁ ସମ୍ପ୍ରସାରିତ କରିବା ଲାଗି ଉଦ୍ୟମ କରୁଛୁ। ହୋଣ୍ଡା ପକ୍ଷରୁ ୩୫୦-୫୦୦ ସିସି ବର୍ଗରେ ବିଶ୍ୱସ୍ତରରେ ହାଇନେସ୍ ସିବି ୩୫୦କୁ ୨୦୨୦ ସେପ୍ଟେମ୍ବର ୩୦ରେ ଉନ୍ମୋଚନ କରାଯାଇଥିଲା। ସିବିର ଡିଏନ୍ଏ ଥିବା ହାଇନେସ୍ ସିବି ୩୫୦ ୯ ପ୍ରକାର ପେଟେଂଟ୍ ପ୍ରୟୋଗ ଓ ୫ ପ୍ରଥମ ଧରଣର ସୁବିଧା ସହିତ ଚାଳକଙ୍କୁ ରୋମାଞ୍ଚିତ କରିବ। ସର୍ବଭାରତୀୟ ସ୍ତରରେ ୧.୮୬ ଲକ୍ଷ ଟଙ୍କାର ଏକ୍ସ ସୋ’ରୁମ୍ ମୂଲ୍ୟରେ ଏହ ଉପଲବ୍ଧ।

ଆହୁରି ପଢ଼ନ୍ତୁ: ଫେବୃଆରୀ ୧୨ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ସେବା ପ୍ରଭାବିତ ହେବା ନେଇ SBIର ସତର୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp