ନଇଁଗଲେ ଟ୍ରମ୍ପ, ସ୍ମାର୍ଟଫୋନ୍-କମ୍ପ୍ୟୁଟରରୁ ହଟାଇଲେ ଶୁଳ୍କ
ୱାଶିଂଟନ: ଶପଥ ଗ୍ରହଣ କରିବା ପରଠାରୁ ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଇଁ ଯାଇଛନ୍ତି। ରେସିପ୍ରୋକାଲ ତଥା ଯେସାକୁ ତେସା ଶୁଳ୍କ ଲଗାଇ ଶୁଳ୍କ ଯୁଦ୍ଧ ଆରମ୍ଭ କରିଥିବା ଟ୍ରମ୍ପ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ନିଜ ନିଷ୍ପତ୍ତି ଦ୍ବାରା ସେୟାର ବଜାର ହ୍ରାସରେ ରେକର୍ଡ କରିଥିବା ଆମେରିକା ରାଷ୍ଟ୍ରପତି ଶେଷରେ କମ୍ପାନୀ ଗୁଡିକ ଆଗରେ ନଇଁ ଯାଇଛନ୍ତି। ସେ ସ୍ମାର୍ଟଫୋନ, କମ୍ପ୍ୟୁଟର, ଚିପ୍ସ ଉପରୁ ନୂଆ ଶୁଳ୍କ (ରେସିପ୍ରୋକାଲ) ହଟାଇ […]
ୱାଶିଂଟନ: ଶପଥ ଗ୍ରହଣ କରିବା ପରଠାରୁ ବିଶ୍ବରେ ଭୟର ବାତାବରଣ ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଇଁ ଯାଇଛନ୍ତି। ରେସିପ୍ରୋକାଲ ତଥା ଯେସାକୁ ତେସା ଶୁଳ୍କ ଲଗାଇ ଶୁଳ୍କ ଯୁଦ୍ଧ ଆରମ୍ଭ କରିଥିବା ଟ୍ରମ୍ପ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ନିଜ ନିଷ୍ପତ୍ତି ଦ୍ବାରା ସେୟାର ବଜାର ହ୍ରାସରେ ରେକର୍ଡ କରିଥିବା ଆମେରିକା ରାଷ୍ଟ୍ରପତି ଶେଷରେ କମ୍ପାନୀ ଗୁଡିକ ଆଗରେ ନଇଁ ଯାଇଛନ୍ତି। ସେ ସ୍ମାର୍ଟଫୋନ, କମ୍ପ୍ୟୁଟର, ଚିପ୍ସ ଉପରୁ ନୂଆ ଶୁଳ୍କ (ରେସିପ୍ରୋକାଲ) ହଟାଇ ଦେଇଛନ୍ତି। ଟ୍ରମ୍ପ ଦୁଇ ଦିନ ତଳେ ଚୀନ୍ ଉପରେ ଶୁଳ୍କ ବଢ଼ାଇ ୧୪୫ ପ୍ରତିଶତ କରି ଦେଇଥିଲେ। ଏଥିଯୋଗୁଁ ଆପଲ ଏବଂ ସାମସଙ୍ଗ ଭଳି କମ୍ପାନୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। କାରଣ ଏହି କମ୍ପାନୀଗୁଡିକର ଅଧିକାଂଶ ଉତ୍ପାଦ ଚୀନ୍ରେ ପ୍ରସ୍ତୁତ କରାଯାଉଥିଲା। ଶୁଳ୍କ ଦ୍ବାରା ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ଥିଲା। ବିଶ୍ବରେ ଚିପ୍ସ ଅଭାବ ଦେଖା ଦେଇଥିବାବେଳେ ଟ୍ରମ୍ପଙ୍କ ଏଭଳି ଶୁଳ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଥିଲା। ତେଣୁ ଚିପ୍ ଉତ୍ପାଦନକାରୀ କମ୍ପାନୀଗୁଡିକ ଟ୍ରମ୍ପଙ୍କ ଉପରେ ଚାପ ପକାଇଥିଲେ। ଏହା ପରେ ଶୁକ୍ରବାର ରାତିରେ ଆମେରିକା ସୀମା ଶୁଳ୍କ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା ଏବଂ ଉକ୍ତ ଉତ୍ପାଦ ଗୁଡିକ ନୂଆ ଶୁଳ୍କ ଅଧିନରେ ଆସିବ ନାହିଁ ବୋଲି କୁହାଯାଇଥିଲା। ଚୀନ୍ ଉପରେ ଲଗାଇଥିବା ଶୁଳ୍କକୁ ମଧ୍ୟ ଟ୍ରମ୍ପ ହ୍ରାସ କରିପାରନ୍ତି ବୋଲି କୁହାଯାଉଛି। କାରଣ ଶୁଳ୍କକୁ ନେଇ ଆମେରିକା ଏବଂ ଚୀନ୍ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦେଶ ପରସ୍ପର ଉପରେ ଶୁଳ୍କ ବୃଦ୍ଧି କରିଚାଲିଥିବାବେଳେ ଆମେରିକା ବିଶେଷଜ୍ଞମାନେ ଏହାକୁ ନେଇ ବଡ଼ ଚେତାବନୀ ଦେଇଥିଲେ। ଦେଶ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି କହିଥିଲେ। ଏହା ପରେ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଆମେରିକା ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ନୂଆ ଶୁଳ୍କରୁ ସେମିକଣ୍ଡକ୍ଟର, ସୋଲାର ସେଲ, ଫ୍ଲାଟ ପାନେଲ ଟିଭି ଡିସ୍ପ୍ଲେ, ଫ୍ଲାସ୍ ଡ୍ରାଇଭ, ମେମୋରି କାର୍ଡ, ରାଉଟ ଏବଂ ସ୍ବିଚ, ମାଉଣ୍ଟେଡ ପିଜେ ଇଲେକ୍ଟ୍ରିକ କ୍ରିଷ୍ଟଲ, ଟ୍ରାଞ୍ଜିଷ୍ଟର, ଅଟୋମେଟିକ ଡାଟା ପ୍ରୋସେସିଂ ମେସିନ ଆଦିକୁ ନୂଆ ଶୁଳ୍କରୁ ବାଦ୍ ଦିଆଯାଇଛି। ଏଗୁଡିକ ଉପରେ ଅତିରିକ୍ତ ଶୁଳ୍କ ଲଗା ଯାଇପାରେ। ମାତ୍ର ଏହା ଚୀନ୍ ଉପରେ ଲଗା ଯାଇଥିବା ୧୪୫ ପ୍ରତିଶତ ଶୁଳ୍କଠାରୁ ବହୁତ କମ୍ ରହିବ। ଏହି ନିଷ୍ପତ୍ତିକୁ ଟେକ୍ କମ୍ପାନୀଙ୍କ ପାଇଁ ବଡ଼ ବିଜୟ ଭାବେ ଦେଖା ଯାଉଛି। କାରଣ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରଠାରୁ ଟେକ୍ କମ୍ପାନୀଙ୍କ ବିପୁଳ କ୍ଷତି ହୋଇଛି। ସେୟାର ବଜାର ଅସ୍ଥିର ରହିଛି। ‘ଏସ ଆଣ୍ଡ ପି ୫୦୦’ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। କେବଳ ଆପ୍ଲର ବଜାର ପୁଞ୍ଜି ୬୪୦ ବିଲିୟନ ଡଲାର ହ୍ରାସ ପାଇଛି। ଏହା ପୂର୍ବରୁ ଶୁଳ୍କ ଯୁଦ୍ଧକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ବୁଝାମଣା ହୋଇପାରେ ବୋଲି ଆଶା ପ୍ରକାଶ ପାଇଥିଲା। କାରଣ ଚୀନ୍ ସହ ବାଣିଜ୍ୟ ଚୁକ୍ତି ପାଇଁ ରାଷ୍ଟ୍ରପତି ଟ୍ରମ୍ପ ପ୍ରସ୍ତୁତ ବୋଲି ହ୍ବାଇଟ ହାଉସର ପ୍ରେସ ସଚିବ କାରୋଲିନ ଲୋଭିଟ କହିଥିଲେ।