ମନୋରଞ୍ଜନ
Saturday Horoscope: ଶନିବାର ରାଶିଫଳ (୦୫-୦୯-୨୦୨୬)
ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଲୋକସମ୍ପର୍କ ବୃଦ୍ଧି ପାଇବ।
ବୃଷ: ଦୀର୍ଘ ଦିନର ଆଶା ପୂରଣ ହେବ। ଧର୍ମକର୍ମ ପ୍ରତି ମନ ବଳିପାରେ। ଆୟ ଆଶାନୁରୂପ ହେବ। ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ପିତାମାତା ଚିନ୍ତିତ ରହିପାରନ୍ତି। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି।
ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ନେଇ ବ୍ୟବସାୟ ଆରମ୍ଭ କରିପାରନ୍ତି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ମାନ ସମ୍ମାନ ବୃଦ୍ଧି ପାଇବ। ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ।
କର୍କଟ: ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ପୂରା ହୋଇପାରେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ବ୍ୟକ୍ତିଗତ କଥା କାହା ଆଗେ ପ୍ରକାଶ କରନ୍ତୁନି।
ସିଂହ: ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧନ ହେବ। ଅତିଥି ସତ୍କାର କରିପାରନ୍ତି। ଭାଇଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ।
କନ୍ୟା: ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଆୟ ଓ ବ୍ୟୟ ସମାନ ରହିବ। ଲୋକ ସମ୍ପର୍କ ବୃଦ୍ଧି ପାଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଅଚାନକ ଖୁସି ଖବର ମିଳିପାରେ। ପିଲାମାନେ ଖେଳମନସ୍କ ହେବେ। ଅନ୍ୟମାନଙ୍କୁ କଷ୍ଟ ଦେବା ପରି କଥା କୁହନ୍ତୁନି। ଧୈର୍ଯ୍ୟ ରଖି କାମ କରନ୍ତୁ।
ବିଛା: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। କର୍ମଚଞ୍ଚଳ ରହିବେ। ଅଫିସ୍ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଲୋକ ଶତ୍ରୁ ସାଜିବେ।
ଧନୁ: ତରବରିଆ ଭାବେ ନିଷ୍ପତ୍ତି ନେବା ଅନୁଚିତ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ପାଇଁ ସମୟ ବାହାର କରିବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ।
ମକର: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି। ଆଇଟି କର୍ମଚାରୀଙ୍କୁ ସଫଳତା ମିଳିବ।
କୁମ୍ଭ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ନିଜ ଲୋକ ଶତ୍ରୁ ସାଜିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ।
ମୀନ: ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିପାରେ। ଯୋଜନା ମୁତାବକ କାମ କରିବେ । ନୂତନ ବ୍ୟବସାୟରୁ ଲାଭ ମିଳିପାରେ। ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।






