ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି, ଯଦି ସମ୍ଭାଳି ପାରୁନ ଗାଦି ଛାଡ଼ନ୍ତୁ : ବିଜେଡି

The Sakala Picture
Published On

ଭୁବନେଶ୍ୱର : ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା। ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ୱାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ […]

ଭୁବନେଶ୍ୱର : ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା। ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ୱାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି।

ଆହୁରି ପଢ଼ନ୍ତୁ: OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା; ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ଜବତ

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ମହିଳାଙ୍କୁ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଏହି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି। ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ, ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି, ଏହା ଏକ ପ୍ରମାଣ ସ୍ୱରୂପ ଉଭା ହୋଇଛି। ନିସନ୍ଦେହରେ ଏହି ତାଲିବାନୀ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ମହିଳା ସ୍ୱାଧୀନତା ବିରୋଧୀ ମନୋଭାବକୁ ଦର୍ଶାଇଛି ବୋଲି ଡ଼ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟି ପହଣ୍ଡିରେ ଝୁଲିଝୁଲି ଆସି ରଥାରୁଢ଼ ହେଲେ ପ୍ରଭୁ ବଳଭଦ୍ର, ପରେ ଶୂନ୍ୟ ପହଣ୍ଡିରେ ଆସି ରଥରେ ବିଜେ କଲେ ଦେବୀ ସୁଭଦ୍ରା

ସେ କହିଥିଲେ, ଏହି ବିଜ୍ଞପ୍ତି ରେଭେନ୍ସା ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ ଇତିହାସରେ ସବୁଦିନ ପାଇଁ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ। ବିଜେପି ସରକାରଙ୍କ ଶାସନରେ ଆସିଥିବା ଏହି ବିଜ୍ଞପ୍ତି ଓଡିଶା ପାଇଁ ଆଉଥରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଏହାକୁ ପ୍ରତ୍ୟାହାର କରି ଦିଆଯାଇଥିଲା। ଏହି ତାଲିବାନୀ ବିଜ୍ଞପ୍ତି କିଭଳି ଭାବେ ପ୍ରକାଶ ପାଇଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ବିଜେଡି ଦାବି କରୁଛି। ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ, ତୁରନ୍ତ ତାଙ୍କୁ ନିଲମ୍ୱନ କରିବା ପାଇଁ ଡ଼ ମହାନ୍ତି ଦାବି କରିଛନ୍ତି।

18 Jul 2025 By The Sakala

ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି, ଯଦି ସମ୍ଭାଳି ପାରୁନ ଗାଦି ଛାଡ଼ନ୍ତୁ : ବିଜେଡି

ଭୁବନେଶ୍ୱର : ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା। ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ୱାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି।

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ମହିଳାଙ୍କୁ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଏହି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି। ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ, ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି, ଏହା ଏକ ପ୍ରମାଣ ସ୍ୱରୂପ ଉଭା ହୋଇଛି। ନିସନ୍ଦେହରେ ଏହି ତାଲିବାନୀ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ମହିଳା ସ୍ୱାଧୀନତା ବିରୋଧୀ ମନୋଭାବକୁ ଦର୍ଶାଇଛି ବୋଲି ଡ଼ ମହାନ୍ତି କହିଛନ୍ତି।

ସେ କହିଥିଲେ, ଏହି ବିଜ୍ଞପ୍ତି ରେଭେନ୍ସା ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ ଇତିହାସରେ ସବୁଦିନ ପାଇଁ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ। ବିଜେପି ସରକାରଙ୍କ ଶାସନରେ ଆସିଥିବା ଏହି ବିଜ୍ଞପ୍ତି ଓଡିଶା ପାଇଁ ଆଉଥରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି। ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଏହାକୁ ପ୍ରତ୍ୟାହାର କରି ଦିଆଯାଇଥିଲା। ଏହି ତାଲିବାନୀ ବିଜ୍ଞପ୍ତି କିଭଳି ଭାବେ ପ୍ରକାଶ ପାଇଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ବିଜେଡି ଦାବି କରୁଛି। ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ, ତୁରନ୍ତ ତାଙ୍କୁ ନିଲମ୍ୱନ କରିବା ପାଇଁ ଡ଼ ମହାନ୍ତି ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର