ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

Madhusudan Das Picture
Published On

ଭୁବନେଶ୍ୱର : ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ହୋଇଛି। ଖୋର୍ଦ୍ଧା ବସ୍‌ ଷ୍ଟାଣ୍ଡରୁ ଜଣେ ଯୁବକ ଯୁବତୀଙ୍କୁ ଅପହରଣ କରିବା ପରେ ଇନ୍‌ଫୋଭ୍ୟାଲିସ୍ଥିତ ପୀତାପଲ୍ଲୀ ରତନପୁର ଫରେଷ୍ଟ ରିଜର୍ଭକୁ ନେଇ ଯାଇଥିଲେ। ଇନ୍‌ଫୋଭ୍ୟାଲି ପୁଲିସ ଯୁବତୀଙ୍କୁ ଜଙ୍ଗଲରେ ଉଦ୍ଧାର କରିବାରେ ସଫଳ ହୋଇଛି। 

ଆହୁରି ପଢ଼ନ୍ତୁ: ରଥଯାତ୍ରା ପ୍ରସ୍ତୁତି: ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, ଆଜି ସିଂହଦ୍ୱାରକୁ ବିଜେ କରିବେ ତିନି ରଥ

ସୂଚନା ଯେ, ରବିବାର ଯୁବତୀ ଜଣଙ୍କ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ। ଏହି ସମୟରେ ଜଣେ ବାଇକ୍‌ ଆରୋହୀ ତାଙ୍କୁ ଲିପ୍ଟ ଦେଇଥିଲେ। ହେଲେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ। ମାତ୍ର ଯୁବତୀ ଜଣଙ୍କ ଏହା ବୁଝି ପାରି ନଥିଲେ। ତାଙ୍କୁ ଖୋର୍ଦ୍ଧରୁ ସିଧାସଳଖ ମୁଖ୍ୟ ରାସ୍ତାରେ ନେବା ବଦଳରେ ଜଙ୍ଗଲ ରାସ୍ତାରେ ନେଇ ଆସିଥିଲେ। ପୀତାପଲ୍ଲୀ ନିକଟରେ ଯୁବତୀଙ୍କୁ ସନ୍ଦେହ ହୋଇଥିଲା। ସେ ଗାଡ଼ି ରଖିବାକୁ କହିଥିଲେ। ହେଲେ ବାଇକ୍‌ ଆରୋହୀ ଜଣଙ୍କ ଯୁବତୀଙ୍କ କଥା ନଶୁଣି ଗାଡ଼ି ଚଳାଇଥିଲେ। ଶେଷରେ ନିରୁପାୟ ହୋଇ ଯୁବତୀ ଜଣଙ୍କ ବାଇକ୍‌ରୁ ଡେଇଁ ପଡ଼ିଥିଲେ। ପରେ ଏ ନେଇ ୧୧୨କୁ ଫୋନ୍‌ କରିଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ଫୋନ୍‌ ବ୍ୟାଟେରୀ ମଧ୍ୟ ମାତ୍ର ୧୦ ପ୍ରତିଶତ ରହିଥିଲା। ଯୁବତୀ ଜଣଙ୍କ ପୁଲିସକୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ସେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ୫୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଶେଷରେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା। 

ଆହୁରି ପଢ଼ନ୍ତୁ: Indian Idol Finalist: ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଫାଇନାଲିଷ୍ଟ ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

ତେବେ ପୁଲିସ ଆସିବା ପୂର୍ବରୁ ଅପହରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ବାଇକ୍‌ ଆରୋହୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ ଧରିପାରିନାହିଁ। ପ୍ରଥମେ ଯୁବତୀ ଜଣଙ୍କ ଅପବାଦ ଭୟରେ ପୁଲିସରେ ଅଭିଯୋଗ କରିବାକୁ ମନା କରିଥିଲାବେଳେ ପରେ ପୁଲିସ କହିବା ପରେ ଯୁବତୀ ଜଣଙ୍କ ରାଜି ହୋଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇନ୍‌ଫୋଭ୍ୟାଲି ଥାନା ପକ୍ଷରୁ ଏକସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତଥ୍ୟ ସଂଗ୍ରହ କରିଛି। ଏହାସହ ବାଇକ୍‌ ଆରୋହୀଙ୍କୁ ଧରିବାକୁ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା: ସଜେଇ ହୋଇଛି ପୁରୀ ବଡଦାଣ୍ଡ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

20 Jul 2026 By Madhusudan Das

ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର : ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ହୋଇଛି। ଖୋର୍ଦ୍ଧା ବସ୍‌ ଷ୍ଟାଣ୍ଡରୁ ଜଣେ ଯୁବକ ଯୁବତୀଙ୍କୁ ଅପହରଣ କରିବା ପରେ ଇନ୍‌ଫୋଭ୍ୟାଲିସ୍ଥିତ ପୀତାପଲ୍ଲୀ ରତନପୁର ଫରେଷ୍ଟ ରିଜର୍ଭକୁ ନେଇ ଯାଇଥିଲେ। ଇନ୍‌ଫୋଭ୍ୟାଲି ପୁଲିସ ଯୁବତୀଙ୍କୁ ଜଙ୍ଗଲରେ ଉଦ୍ଧାର କରିବାରେ ସଫଳ ହୋଇଛି। 

ସୂଚନା ଯେ, ରବିବାର ଯୁବତୀ ଜଣଙ୍କ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ। ଏହି ସମୟରେ ଜଣେ ବାଇକ୍‌ ଆରୋହୀ ତାଙ୍କୁ ଲିପ୍ଟ ଦେଇଥିଲେ। ହେଲେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ। ମାତ୍ର ଯୁବତୀ ଜଣଙ୍କ ଏହା ବୁଝି ପାରି ନଥିଲେ। ତାଙ୍କୁ ଖୋର୍ଦ୍ଧରୁ ସିଧାସଳଖ ମୁଖ୍ୟ ରାସ୍ତାରେ ନେବା ବଦଳରେ ଜଙ୍ଗଲ ରାସ୍ତାରେ ନେଇ ଆସିଥିଲେ। ପୀତାପଲ୍ଲୀ ନିକଟରେ ଯୁବତୀଙ୍କୁ ସନ୍ଦେହ ହୋଇଥିଲା। ସେ ଗାଡ଼ି ରଖିବାକୁ କହିଥିଲେ। ହେଲେ ବାଇକ୍‌ ଆରୋହୀ ଜଣଙ୍କ ଯୁବତୀଙ୍କ କଥା ନଶୁଣି ଗାଡ଼ି ଚଳାଇଥିଲେ। ଶେଷରେ ନିରୁପାୟ ହୋଇ ଯୁବତୀ ଜଣଙ୍କ ବାଇକ୍‌ରୁ ଡେଇଁ ପଡ଼ିଥିଲେ। ପରେ ଏ ନେଇ ୧୧୨କୁ ଫୋନ୍‌ କରିଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ଫୋନ୍‌ ବ୍ୟାଟେରୀ ମଧ୍ୟ ମାତ୍ର ୧୦ ପ୍ରତିଶତ ରହିଥିଲା। ଯୁବତୀ ଜଣଙ୍କ ପୁଲିସକୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ସେ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ୫୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଶେଷରେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରିଥିଲା। 

ତେବେ ପୁଲିସ ଆସିବା ପୂର୍ବରୁ ଅପହରଣ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ବାଇକ୍‌ ଆରୋହୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ ଧରିପାରିନାହିଁ। ପ୍ରଥମେ ଯୁବତୀ ଜଣଙ୍କ ଅପବାଦ ଭୟରେ ପୁଲିସରେ ଅଭିଯୋଗ କରିବାକୁ ମନା କରିଥିଲାବେଳେ ପରେ ପୁଲିସ କହିବା ପରେ ଯୁବତୀ ଜଣଙ୍କ ରାଜି ହୋଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇନ୍‌ଫୋଭ୍ୟାଲି ଥାନା ପକ୍ଷରୁ ଏକସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତଥ୍ୟ ସଂଗ୍ରହ କରିଛି। ଏହାସହ ବାଇକ୍‌ ଆରୋହୀଙ୍କୁ ଧରିବାକୁ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର