ଦ୍ଵିତୀୟ ଦିନରେ ପୁଣି ଗଡ଼ିଲା ମହାପ୍ରଭୁଙ୍କ ରଥ: ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ତିନି ଠାକୁର

Madhusudan Das Picture
Published On

ପୁରୀ: ଶୁକ୍ରବାର ସକାଳେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ପୁନର୍ବାର ଆରମ୍ଭ ହୋଇଛି। ଗତକାଲି ରାତିରେ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ — ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଆଜି ସକାଳର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୂର୍ବାହ୍ନ ପ୍ରାୟ ୯:୩୦ ମିନିଟ୍‌ରେ ପୁଣି ଗଡ଼ିବା ଆରମ୍ଭ କରିଛି। ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନା ଅନୁଯାୟୀ, ଗତକାଲି ରାତିରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଫାୟାର ଷ୍ଟେସନ ଛକରେ ଅଟକି ଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍ଚ୍ଚିକୋଟ ଛକ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଅଟକି ରହିଥିଲା। ଆଜି ରଥଟଣା ଆରମ୍ଭ ହେବା ମାତ୍ରେ ସମଗ୍ର ପରିବେଶ ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଗତକାଲି ରାତିରେ ବଡ଼ଦାଣ୍ଡରେ ରାତ୍ରିଯାପନ କରିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ଅତ୍ୟନ୍ତ ଉତ୍ସାହର ସହିତ ରଥଦଉଡ଼ି ଟାଣିବାରେ ସାମିଲ ହୋଇଥିଲେ। ବର୍ତ୍ତମାନ ତିନି ରଥ ଶ୍ରୀମନ୍ଦିରଠାରୁ ପ୍ରାୟ ୨.୬ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ପ୍ରୟାସରେ ତାଳଧ୍ୱଜ ରଥ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଛି । ପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକତାର ମହାମିଳନ । 

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର