ମନୋରଞ୍ଜନ
ଓଡ଼ିଶା
ରଥଯାତ୍ରାରେ ଦଳାଚକଟା ଘଟଣା: ନବୀନଙ୍କ ନିର୍ଦ୍ଦେଶରେ ମୃତାହତଙ୍କ ପରିବାରକୁ ଭେଟିଲା ବିଜେଡି
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରାରେ ଦଳାଚକଟାରେ ଆହତ ଭକ୍ତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭେଟି ସେମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଉମାକାନ୍ତ ସାମନ୍ତରାୟ ଓ ସୁଭାଶିଷ ଖୁଣ୍ଟିଆ । ଏହି ନେତାମାନେ ରଥଯାତ୍ରାରେ ଦଳାଚକଟାରେ ୨ ଜଣ ଭକ୍ତଙ୍କ ମୃୁତ୍ୟ ହୋଇଥିବା ସୂଚନା ପ୍ରଦାନ ସହ ରଥଯାତ୍ରା ପରିଚାଳନାରେ ଚରମ ଅସଫଳତା ପାଇଁ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ଦାୟିତ୍ୱ ନେଇଥିବା ସରକାର ଏଥିରେ କାହିଁକି ବିଫଳ ହେଲେ, ତାହାର ଜବାବ ଓ ସମ୍ପୂର୍ଣ୍ଣ ତଦନ୍ତ ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
ଏହି ଅବସରରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ। ଏହି ଦୁଃଖର ମୁହୂର୍ତ୍ତରେ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଆହତ ଭକ୍ତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭେଟି ସେମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଛି। ଗୁରୁବାର ସକାଳ ୮ ଟାରୁ ବର୍ତ୍ତମାନ ସୁଦ୍ଧା ୩୬୨ ଜଣ ଭକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୧ ଜଣ ଗୁରୁତର ଆହତ ଏବଂ ୨୩୩ ଜଣ ଆଂଶିକ ଆହତ ତଥା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ ବ୍ୟକ୍ତିମାନଙ୍କ ପରିବାରକୁୁ ୨୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଏବଂ ସମସ୍ତ ଗୁରୁତର ଆହତ (ଟ୍ରମା୍ କେସ୍) ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ ତଥା ଏମ୍ସକୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଉ। ସମସ୍ତ ଆହତ ଓ ଚିକିତ୍ସିତ ହେଉଥିବା ଭକ୍ତ ମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ଆତାକୁ ସଦ୍୍ଗତି ଦିଅନ୍ତୁ ଏବଂ ଆହତ ସମସ୍ତ ଭକ୍ତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।