ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା, ନିଲମ୍ୱିତ ହେଲେ ଇନ୍ସପେକ୍ଟର ତପନ ନାହାକ

The Sakala Picture
Published On

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ । ତାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ । ସୂଚନାନୁସାରେ, ସୋମବାର […]

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ । ତାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲରେ ବିରଳ ଶିଶୁ ଜନ୍ମ; ଶିଶୁର ରହିଛି ଦୁଇଟି ମୁଣ୍ଡ, କିନ୍ତୁ ଗୋଟିଏ ଶରୀର

ସୂଚନାନୁସାରେ, ସୋମବାର ଜଣେ ମହିଳା ହୋମଗାର୍ଡ ଅଭିଯୋଗ ଆଣିଥିଲେ ଯେ, ନିଲମ୍ବିତ କୁଜଙ୍ଗ ଆଇଆଇସି ତପନ ନାହାକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା କରିଛନ୍ତି । ଯାହାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପରେ ଥାନା ଅଧିକାରୀ ତପନ ନାହାକ ଖବର ପାଇ ଫେରାର ହୋଇ ଯାଇଥିଲେ। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।

ଆହୁରି ପଢ଼ନ୍ତୁ: କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର