କୋଟିଆରେ ଓଡ଼ିଆ ବିଲୋପ ପାଇଁ ଆନ୍ଧ୍ରର ଷଡ଼ଯନ୍ତ୍ର : ଟଙ୍କା ଲୋଭ ଦେଖାଇ ଛାତ୍ରଛାତ୍ରୀଙ୍କୁ ଟାଣି ନେଉଛି ପଡ଼ିଶା
ପଟ୍ଟାଙ୍ଗି : ବିବାଦୀୟ କୋଟିଆ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରୁ ପୂରା ଓଡ଼ିଆ ଭାଷାକୁ ବିଲୋପ ପାଇଁ ଆନ୍ଧ୍ର ସରକାର ଚକ୍ରାନ୍ତ ଆରମ୍ଭ କରିଛି। ସୀମାନ୍ତବର୍ତ୍ତୀ ଏହି ଗାଁଗୁଡ଼ିକର ଲୋକଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଲୋଭ ଦେଖାଇ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ପଢ଼ିବା ଓ ଶିଖିବାକୁ ପ୍ରଲୋଭିତ କରୁଛି। ନୂଆ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଖୋଲି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେଠାରେ ପାଠ ପଢ଼ାଇବାକୁ ଏକପ୍ରକାର ଜାଲ ବିଛାଉଛି। ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ […]
ପଟ୍ଟାଙ୍ଗି : ବିବାଦୀୟ କୋଟିଆ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରୁ ପୂରା ଓଡ଼ିଆ ଭାଷାକୁ ବିଲୋପ ପାଇଁ ଆନ୍ଧ୍ର ସରକାର ଚକ୍ରାନ୍ତ ଆରମ୍ଭ କରିଛି। ସୀମାନ୍ତବର୍ତ୍ତୀ ଏହି ଗାଁଗୁଡ଼ିକର ଲୋକଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଲୋଭ ଦେଖାଇ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ପଢ଼ିବା ଓ ଶିଖିବାକୁ ପ୍ରଲୋଭିତ କରୁଛି। ନୂଆ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଖୋଲି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେଠାରେ ପାଠ ପଢ଼ାଇବାକୁ ଏକପ୍ରକାର ଜାଲ ବିଛାଉଛି। ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସେଠାରେ ଯୋଗାଇଥିବା ସତ୍ତ୍ବେ ଲୋକଙ୍କ ଗରିବୀର ଫାଇଦା ନେଇ ଆର୍ଥିକ ପ୍ରୋତ୍ସାହନ ଦେଇ ଓଡ଼ିଆ ପିଲାଙ୍କୁ ସେଠାରେ ପଢ଼ାଉଛି। ପ୍ରତି ପିଲା ପିଛା ଆନ୍ଧ୍ର ବାର୍ଷିକ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଦେଉଥିବା ଜଣାଯାଇଛି। ଆନ୍ଧ୍ରର ଏଭଳି ଷଡ଼ଯନ୍ତ୍ରକୁ ଓଡ଼ିଶା ସରକାର ତୁରନ୍ତ ପ୍ରତିରୋଧ ନ କଲେ, ଆଗାମୀ ଦିନରେ କୋଟିଆ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ଭାଷା ଲୁପ୍ତ ହେବା ସହ କୋଟିଆର ୨୧ଟି ବିବାଦୀୟ ଗ୍ରାମ ମଧ୍ୟ ସମ୍ପୂର୍ଣ୍ଣ ଆନ୍ଧ୍ରପ୍ରଦେଶରେ ମିଶିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ସୂଚନାନୁଯାୟୀ, ପୂର୍ବ ସରକାର ଅମଳରେ କୋଟିଆର ବିବାଦୀୟ ୨୧ ଖଣ୍ଡ ଗ୍ରାମର ପିଲାଙ୍କ ପାଠପଢ଼ା ପାଇଁ ପ୍ରତ୍ୟେକ ଗ୍ରାମରେ ସ୍କୁଲ ନିର୍ମାଣ କରାଯାଇଥିଲା। କିଛି ବିଦ୍ୟାଳୟରେ ଛାତ୍ରାବାସର ମଧ୍ୟ ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ଡ୍ରେସ୍, ଜୋତା, ଖାତା କଲମ, ଖାଇବାର ସୁବିଧା ସହ ସାଇକେଲ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ଆନ୍ଧ୍ରର ଷଡ଼୍ଯନ୍ତ୍ର ଯୋଗୁଁ ଏବେ ଏଠାରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ, ଶିକ୍ଷକ ଓ ଅନ୍ୟାନ୍ୟ ସୁବିଧା ଥାଇ ମଧ୍ୟ ଅଭିଭାବକମାନେ ସେମାନଙ୍କୁ ପିଲାଙ୍କୁ ତେଲୁଗୁ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲକୁ ପଠାଉଛନ୍ତି। ଆନ୍ଧ୍ର ସରକାର ଅଭିଭାବକଙ୍କୁ ଟଙ୍କା ଲୋଭ ଦେଖାଉଥିବାରୁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଛି।
ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କୋଟିଆ ପଞ୍ଚାୟତର ନେରେଡିବାଲାସା ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ଓଡ଼ିଶା ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ନିର୍ମାଣ କରିଛନ୍ତି। କିନ୍ତୁ ଏଥିରେ ବାଦ କରି ଆନ୍ଧ୍ର ମଧ୍ୟ ଏଠାରେ ଏକ ବିଦ୍ୟାଳୟ ନିର୍ମାଣ କରି ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷାଦାନ କରୁଛି। ପ୍ରତିଦିନ ନିୟମିତ ଆନ୍ଧ୍ରରୁ ଶିକ୍ଷକ ଆସି ଏଠାରେ ପିଲାଙ୍କୁ ତେଲୁଗୁରେ ଶିକ୍ଷାଦାନ କରୁଛନ୍ତି। ପିଲାଙ୍କୁ ପୁଷ୍ଟିଯୁକ୍ତ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରଦାନ କରାଯାଉଛି। ଖଟା ଭାତ, ତରକାରୀ, ଅଣ୍ଡା ସହ ବାଦାମ ମିଠା ଭଳି ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ଖାଲି ଶିକ୍ଷା ନୁହେଁ, ପ୍ରତି ପିଲା ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି, ବହି ଖାତା ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରୁଛି ବୋଲି ଶିକ୍ଷକ ଓ ଗ୍ରାମବାସୀ କହିଛନ୍ତି।
ସେହିପରି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପ୍ରାପ୍ତି କରିବା ପରେ ଛାତ୍ରଙ୍କୁ ଆନ୍ଧ୍ର ବିଦ୍ୟାଳୟକୁ ନେଇ ଛାତ୍ରାବାସରେ ରଖି ସେମାନଙ୍କୁ ଶିକ୍ଷାଦାନ ଦେଉଥିବା ଜଣାପଡ଼ିଛି। କେବଳ ବିଦ୍ୟାଳୟ ନୁହେଁ, ଏଠାରେ ଆନ୍ଧ୍ରର ଏକାଧିକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଗଢ଼ି ଉଠିଛି। ଏନେଇ ନେରେଡିବାଲାସା ଗ୍ରାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟର ଶିକ୍ଷକ ତପନ କୁମାର ପୂଜାରୀ କହିଛନ୍ତି ଯେ ଏହି ସ୍କୁଲକୁ ତାଡ଼ିବାଲସା, ନେରେଡିବାଲସାର ଛାତ୍ରଛାତ୍ରୀ ପଢ଼ିବାକୁ ଆସନ୍ତି। କିନ୍ତୁ ଧୀରେଧୀରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍କୁଲରେ ଓଡ଼ିଆ ଭାଷାରେ ଶିକ୍ଷା ଦେବା ଏକ ବଡ଼ ଆହ୍ବାନ ହୋଇଛି। ସ୍ଥାନୀୟ ଅଭିଭାବକମାନଙ୍କଠାରୁ ମଧ୍ୟ ସହଯୋଗ ମିଳୁନାହିଁ। ସେହିପରି ନେରେଡିବାଲସା ଗ୍ରାମରେ ରହୁଥିବା ପୂର୍ବତନ ସମିତି ସଭ୍ୟ ଆପ୍ପା ରାଓ କହିଛନ୍ତି, ଏହା ଏକ ବିବାଦୀୟ ଅଞ୍ଚଳ ହୋଇଥିବାରୁ ଏଠିକାର ଲୋକ ଉଭୟ ସରକାର (ଓଡ଼ିଶା ଓ ଆନ୍ଧ୍ର)ଙ୍କ ଯୋଜନା ନେଉଛନ୍ତି। ଯାହାର ଦୁଇଟି ପିଲା ଅଛନ୍ତି, ସେମାନେ ଗୋଟିଏ ପିଲାକୁ ଓଡ଼ିଆରେ ପାଠ ପଢ଼ାଉଥିବା ବେଳେ ଅନ୍ୟକୁ ତେଲୁଗୁରେ ଶିକ୍ଷା ଦେଉଛନ୍ତି। କେବଳ ସରକାରୀ ସୁବିଧାର ଲାଭ ନେବା ପାଇଁ ସେମାନେ ଏପରି କରୁଛନ୍ତି ବୋଲି ଶ୍ରୀ ରାଓ କହିଛନ୍ତି।
କୋଟିଆ ସରପଞ୍ଚ ଲିଉ ଗେମେଲ ଆନ୍ଧ୍ରର ଏପରି ଚାଲବାଜିକୁ ନିନ୍ଦା କରିବା ସହ ବେଳ ଥାଉଥାଉ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଟିକାଇ ଗେମେଲ ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ସୁବିଧା କରିବା ସତ୍ତ୍ବେ କେବଳ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଧ୍ରମୁହାଁ ହେଉଥିବା ଯୋଗୁଁ ଓଡ଼ିଶା ସରକାର ମଧ୍ୟ ଏଭଳି ଏକ ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ତେବେ ଏହାକୁ ରୋକାନଗଲେ ଆଗକୁ ଓଡ଼ିଶା ମାଟିରେ ଓଡ଼ିଆ ଭାଷା ହଜି ତେଲୁଗୁ ଭାଷା ମୁଣ୍ଡ ଟେକିବ, ଏଥିରେ ସନ୍ଦେହ ନାହିଁ।