ଆଜି ବିଶ୍ବ ହିମୋଫିଲିଆ ଦିବସ

The Sakala Picture
Published On

ହିମୋଫିଲିଆ ହେଉଛି ଏକ ବିରଳ ଗମ୍ଭୀର, ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହା ବିଶେଷ କରି ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ। ଏହା ଏକ ରକ୍ତଜନିତ ରୋଗ। ଯଦିଓ ସବୁ ସମ୍ପ୍ରଦାୟର ବ୍ୟକ୍ତି ହିମୋଫିଲିଆ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ତେବେ ପୁରୁଷମାନେ ଏହାଦ୍ବାରା ବେଶୀ ପ୍ରଭାବିତ ହୋଇଥା’ନ୍ତି। ଏବାବଦରେ ସଚେତନତା ସୃଷ୍ଟି ସହ ତାହାର ପ୍ରତିକାର ଉଦ୍ଦେଶ୍ୟରେ ୧୯୮୯ ମସିହା ଏପ୍ରିଲ […]

ହିମୋଫିଲିଆ ହେଉଛି ଏକ ବିରଳ ଗମ୍ଭୀର, ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହା ବିଶେଷ କରି ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ। ଏହା ଏକ ରକ୍ତଜନିତ ରୋଗ। ଯଦିଓ ସବୁ ସମ୍ପ୍ରଦାୟର ବ୍ୟକ୍ତି ହିମୋଫିଲିଆ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ତେବେ ପୁରୁଷମାନେ ଏହାଦ୍ବାରା ବେଶୀ ପ୍ରଭାବିତ ହୋଇଥା’ନ୍ତି। ଏବାବଦରେ ସଚେତନତା ସୃଷ୍ଟି ସହ ତାହାର ପ୍ରତିକାର ଉଦ୍ଦେଶ୍ୟରେ ୧୯୮୯ ମସିହା ଏପ୍ରିଲ ୧୭ ତାରିଖରେ ପ୍ରଥମ ଥର ପାଇଁ ବିଶ୍ବ ହିମୋଫିଲିଆ ମହାସଂଘ (ଡବଲ୍ୟୁଏଫ୍‌ଏଚ୍‌)ର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଡବଲ୍ୟୁଏଫ୍‌ଏଚ୍‌ ପକ୍ଷରୁ ଏହି ଦିବସର ପରିକଳ୍ପନା କରାଯାଇଥିଲା। ସାଧାରଣତଃ ହିମୋଫିଲିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ହିମୋଫିଲିଆ-ଏ, ହିମୋଫିଲିଆ-ବି ଓ ସି । ବର୍ତ୍ତମାନ ଦେଖା ଯାଉଥିବା ହିମୋଫିଲିଆ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦ ଭାଗ ଟାଇପ୍‌-ଏ ବର୍ଗର । ରକ୍ତରେ ‘‘ଥ୍ରୋମ୍ବୋପ୍ଲାଷ୍ଟିନ୍’’ ନାମକ ଉପାଦାନ କମ୍ ହେଲେ ହିମୋଫିଲିଆ ବା ରକ୍ତସ୍ରାବ ନାମକ ରୋଗ ହୋଇଥାଏ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ଏହା ଏକ ବଂଶଗତ ରୋଗ। ଏହି ରୋଗର ଶିକାର ହେଉଥିବା ରୋଗୀ ଶରୀରର ବାହ୍ୟ ଅଂଶରେ ରକ୍ତ ବାହାରିଲେ ତାହା ସହଜରେ ଜମାଟ ବାନ୍ଧି ନ ଥାଏ । ଫଳରେ ରୋଗୀ ଶରୀରରେ ଥରେ କ୍ଷତ ହେଲେ ରକ୍ତସ୍ରାବ କମି ନ ଥାଏ । ଏହାଦ୍ୱାରା ରୋଗୀ ରକ୍ତ ହରାଇ ଦୁର୍ବଳ ହୋଇ ପଡ଼ିଥାଏ। ଶରୀରରେ ନୀଳ ଦାଗ ଦେଖାଦେବା, ନାକ ଓ ଆଖିରୁ ରକ୍ତ ବାହାରିବା ଏହି ରୋଗର ଲକ୍ଷଣ । ଏପ୍ରକାର ରୋଗୀ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଖାଦ୍ୟରେ ମୁଖ୍ୟତଃ ଲୌହ ଓ ଫଲିକ୍‌ ଏସିଡ୍‌ ଯୁକ୍ତ ଖାଦ୍ୟ, ଭିଟାମିନ୍‌ କେ, ମିନେରାଲ୍‌ ଆଦି ଅଧÒକ ମାତ୍ରାରେ ରହିବା ଉଚିତ। ଏଥିରେ ପୀଡ଼ିତ ରୋଗୀଙ୍କୁ ନିତିଦିନ ଯୋଗ ଓ ବ୍ୟାୟାମ କରିବା ଦରକାର। ସେହିପରି ଶରୀରରେ ଯେଭଳି କ୍ଷତ ସୃଷ୍ଟି ନ ହେବ, ସେ ଦିଗରେ ସତର୍କତା ଅବଲମ୍ବନ କରିବା ଉଚିତ। ତେବେ ଗମ୍ଭୀର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି। ହିମୋଫିଲିଆ ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡ଼ିଥାଏ। ତେଣୁ ସେ ଯେପରି ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ-ସି ତଥା ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି

17 Apr 2025 By The Sakala

ଆଜି ବିଶ୍ବ ହିମୋଫିଲିଆ ଦିବସ

ହିମୋଫିଲିଆ ହେଉଛି ଏକ ବିରଳ ଗମ୍ଭୀର, ବଂଶାନୁକ୍ରମିକ ରକ୍ତସ୍ରାବ ବିଶୃଙ୍ଖଳା ଯାହା ବିଶେଷ କରି ରକ୍ତ ଜମାଟ ବାନ୍ଧୁଥିବା କାରକର ତ୍ରୁଟି ଯୋଗୁଁ ହୋଇଥାଏ। ଏହି ରୋଗ ହେଲେ ରକ୍ତ ଜମାଟ ବାନ୍ଧିପାରେ ନାହିଁ। ଏହା ଏକ ରକ୍ତଜନିତ ରୋଗ। ଯଦିଓ ସବୁ ସମ୍ପ୍ରଦାୟର ବ୍ୟକ୍ତି ହିମୋଫିଲିଆ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି, ତେବେ ପୁରୁଷମାନେ ଏହାଦ୍ବାରା ବେଶୀ ପ୍ରଭାବିତ ହୋଇଥା’ନ୍ତି। ଏବାବଦରେ ସଚେତନତା ସୃଷ୍ଟି ସହ ତାହାର ପ୍ରତିକାର ଉଦ୍ଦେଶ୍ୟରେ ୧୯୮୯ ମସିହା ଏପ୍ରିଲ ୧୭ ତାରିଖରେ ପ୍ରଥମ ଥର ପାଇଁ ବିଶ୍ବ ହିମୋଫିଲିଆ ମହାସଂଘ (ଡବଲ୍ୟୁଏଫ୍‌ଏଚ୍‌)ର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଡବଲ୍ୟୁଏଫ୍‌ଏଚ୍‌ ପକ୍ଷରୁ ଏହି ଦିବସର ପରିକଳ୍ପନା କରାଯାଇଥିଲା। ସାଧାରଣତଃ ହିମୋଫିଲିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ହିମୋଫିଲିଆ-ଏ, ହିମୋଫିଲିଆ-ବି ଓ ସି । ବର୍ତ୍ତମାନ ଦେଖା ଯାଉଥିବା ହିମୋଫିଲିଆ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦ ଭାଗ ଟାଇପ୍‌-ଏ ବର୍ଗର । ରକ୍ତରେ ‘‘ଥ୍ରୋମ୍ବୋପ୍ଲାଷ୍ଟିନ୍’’ ନାମକ ଉପାଦାନ କମ୍ ହେଲେ ହିମୋଫିଲିଆ ବା ରକ୍ତସ୍ରାବ ନାମକ ରୋଗ ହୋଇଥାଏ।

ଏହା ଏକ ବଂଶଗତ ରୋଗ। ଏହି ରୋଗର ଶିକାର ହେଉଥିବା ରୋଗୀ ଶରୀରର ବାହ୍ୟ ଅଂଶରେ ରକ୍ତ ବାହାରିଲେ ତାହା ସହଜରେ ଜମାଟ ବାନ୍ଧି ନ ଥାଏ । ଫଳରେ ରୋଗୀ ଶରୀରରେ ଥରେ କ୍ଷତ ହେଲେ ରକ୍ତସ୍ରାବ କମି ନ ଥାଏ । ଏହାଦ୍ୱାରା ରୋଗୀ ରକ୍ତ ହରାଇ ଦୁର୍ବଳ ହୋଇ ପଡ଼ିଥାଏ। ଶରୀରରେ ନୀଳ ଦାଗ ଦେଖାଦେବା, ନାକ ଓ ଆଖିରୁ ରକ୍ତ ବାହାରିବା ଏହି ରୋଗର ଲକ୍ଷଣ । ଏପ୍ରକାର ରୋଗୀ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଖାଦ୍ୟରେ ମୁଖ୍ୟତଃ ଲୌହ ଓ ଫଲିକ୍‌ ଏସିଡ୍‌ ଯୁକ୍ତ ଖାଦ୍ୟ, ଭିଟାମିନ୍‌ କେ, ମିନେରାଲ୍‌ ଆଦି ଅଧÒକ ମାତ୍ରାରେ ରହିବା ଉଚିତ। ଏଥିରେ ପୀଡ଼ିତ ରୋଗୀଙ୍କୁ ନିତିଦିନ ଯୋଗ ଓ ବ୍ୟାୟାମ କରିବା ଦରକାର। ସେହିପରି ଶରୀରରେ ଯେଭଳି କ୍ଷତ ସୃଷ୍ଟି ନ ହେବ, ସେ ଦିଗରେ ସତର୍କତା ଅବଲମ୍ବନ କରିବା ଉଚିତ। ତେବେ ଗମ୍ଭୀର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରି। ହିମୋଫିଲିଆ ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡ଼ିଥାଏ। ତେଣୁ ସେ ଯେପରି ହେପାଟାଇଟିସ୍‌-ବି ଏବଂ ହେପାଟାଇଟିସ-ସି ତଥା ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର