ଆଜି ଜାତୀୟ ଯୁବ ଦିବସ: ନରେନ୍ଦ୍ରରୁ ତେଜସ୍ବୀ ସାଧକ ବିବେକାନନ୍ଦ

The Sakala Picture
Published On

ଆଜି ଜାତୀୟ ଯୁବ ଦିବସ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ‘ଜାତୀୟ ଯୁବ ଦିବସ’ ରୂପେ ପାଳନ କରାଯାଉଛି । ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ୧୯୮୫ ମସିହାକୁ ଅନ୍ତରାଷ୍ଟ୍ରୀୟ ଯୁବ ବର୍ଷ ଭାବେ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୮୫ ମସିହାରୁ ପ୍ରତି ବର୍ଷ ଜାନୁଆରୀ ୧୨ ତାରିଖକୁ ସାରା ଦେଶରେ ‘ଜାତୀୟ ଯୁବ ଦିବସ’ ପାଳନ କରିବା ପାଇଁ ଘୋଷଣା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ,ଜୀବନଶୈଳୀ, କାର୍ଯ୍ୟଶୈଳୀ […]

ଆଜି ଜାତୀୟ ଯୁବ ଦିବସ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ‘ଜାତୀୟ ଯୁବ ଦିବସ’ ରୂପେ ପାଳନ କରାଯାଉଛି । ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ୧୯୮୫ ମସିହାକୁ ଅନ୍ତରାଷ୍ଟ୍ରୀୟ ଯୁବ ବର୍ଷ ଭାବେ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୮୫ ମସିହାରୁ ପ୍ରତି ବର୍ଷ ଜାନୁଆରୀ ୧୨ ତାରିଖକୁ ସାରା ଦେଶରେ ‘ଜାତୀୟ ଯୁବ ଦିବସ’ ପାଳନ କରିବା ପାଇଁ ଘୋଷଣା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ,ଜୀବନଶୈଳୀ, କାର୍ଯ୍ୟଶୈଳୀ ଏବଂ ତାଙ୍କ ଆଦର୍ଶକୁ ଭାରତୀୟ ଯୁବପିଢିଙ୍କୁ ଜଣାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଜାତୀୟ ଯୁବ ଦିବସ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ନରେନ୍ଦ୍ରରୁ ତେଜସ୍ବୀ ସାଧକ ବିବେକାନନ୍ଦ

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନ ଅତୁଳନୀୟ । ଭାରତୀୟମାନଙ୍କ ପାଇଁ ସେ ଜଣେ ଦେଶଭକ୍ତ ଆଧ୍ୟାତ୍ମିକ ସନ୍ନ୍ୟାସୀ ଥିଲେ। ୧୮୬୩ ମସିହା ଜାନୁଆରୀ ଆଜିର ଦିନରେ କଲିକତାର ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ର ରୂପେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାବେଳର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ। କେହି କେହି ତାଙ୍କୁ ‘ବିଲେ’ ନାଁରେ ଡାକୁଥିଲେ। ପିଲାବେଳୁ ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ସ୍ୱାମୀ ବିବେକାନନ୍ଦ କଲେଜରେ ଅଧ୍ୟୟନ କରୁଥିବା ସମୟରେ ବହୁ ପୁସ୍ତକ ଅଧ୍ୟୟନ କରୁଥିଲେ । ତାଙ୍କର ସ୍ମୃତିଶକ୍ତି ଅତ୍ୟନ୍ତ ପ୍ରଖର ଥିଲା । ସେ ଗୋଟିଏ ଗୋଟିଏ ମୋଟା ବହିକୁ ଗୋଟିଏ ଦିନରେ ହିଁ ପଢି ଶେଷ କରିଦେଉଥିଲେ । ତାଙ୍କର ଧୀଶକ୍ତି ଏତେ ତୀକ୍ଷଣ୍‌ ଥିଲା ଯେ, ସେ ବହିରେ ଥିବା ପ୍ରତ୍ୟେକ ପୃଷ୍ଠାର ପ୍ରତିଟି ଲାଇନକୁ ମଧ୍ୟ ମନେ ରଖି ପାରୁଥିଲେ । ୧୮୮୧ ମସିହାର ନଭେମ୍ବର ମାସରେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ବିବେକାନନ୍ଦ ଜୀବନ ଧାରାକୁ ପରିବର୍ତ୍ତିତ କରିଦେଇଥିଲା। ରାମକୃଷ୍ଣ ନିଜର ମହାନ୍‌ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୫ ବର୍ଷ ବୟସରେ ବିବେକାନନ୍ଦ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ସନାତନ ଧର୍ମ ଓ ବେଦାନ୍ତର ପ୍ରଚାର-ପ୍ରସାର କରିଥିଲେ। ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଆୟୋଜିତ ବିଶ୍ୱ ଧର୍ମ ସଂସଦକୁ ସମ୍ବୋଧିତ କରିଥିଲେ। ବିଶ୍ବ ଧର୍ମ ସଂସଦରେ ବିବେକାନନ୍ଦ ନିଜର ପ୍ରଭାବଶାଳୀ ବକ୍ତବ୍ୟରେ ପାଶ୍ଚାତ୍ୟ ଜଗତକୁ ଭାରତୀୟ ବେଦାନ୍ତ ଦର୍ଶନ ସହିତ ପରିଚିତ କରାଇଥିଲେ। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ। ୧୯୦୨ ମସିହା ଜୁଲାଇ ୪ ତାରିଖରେ ବେଲୁର ମଠରେ ଧ୍ୟାନ କଲାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ବୟସ ଥିଲା ୩୯ ବର୍ଷ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

12 Jan 2022 By The Sakala

ଆଜି ଜାତୀୟ ଯୁବ ଦିବସ: ନରେନ୍ଦ୍ରରୁ ତେଜସ୍ବୀ ସାଧକ ବିବେକାନନ୍ଦ

ଆଜି ଜାତୀୟ ଯୁବ ଦିବସ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ‘ଜାତୀୟ ଯୁବ ଦିବସ’ ରୂପେ ପାଳନ କରାଯାଉଛି । ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ୧୯୮୫ ମସିହାକୁ ଅନ୍ତରାଷ୍ଟ୍ରୀୟ ଯୁବ ବର୍ଷ ଭାବେ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୮୫ ମସିହାରୁ ପ୍ରତି ବର୍ଷ ଜାନୁଆରୀ ୧୨ ତାରିଖକୁ ସାରା ଦେଶରେ ‘ଜାତୀୟ ଯୁବ ଦିବସ’ ପାଳନ କରିବା ପାଇଁ ଘୋଷଣା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ,ଜୀବନଶୈଳୀ, କାର୍ଯ୍ୟଶୈଳୀ ଏବଂ ତାଙ୍କ ଆଦର୍ଶକୁ ଭାରତୀୟ ଯୁବପିଢିଙ୍କୁ ଜଣାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଜାତୀୟ ଯୁବ ଦିବସ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ନରେନ୍ଦ୍ରରୁ ତେଜସ୍ବୀ ସାଧକ ବିବେକାନନ୍ଦ

ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସ୍ବାମୀ ବିବେକାନନ୍ଦଙ୍କ ଅବଦାନ ଅତୁଳନୀୟ । ଭାରତୀୟମାନଙ୍କ ପାଇଁ ସେ ଜଣେ ଦେଶଭକ୍ତ ଆଧ୍ୟାତ୍ମିକ ସନ୍ନ୍ୟାସୀ ଥିଲେ। ୧୮୬୩ ମସିହା ଜାନୁଆରୀ ଆଜିର ଦିନରେ କଲିକତାର ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ର ରୂପେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାବେଳର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ। କେହି କେହି ତାଙ୍କୁ ‘ବିଲେ’ ନାଁରେ ଡାକୁଥିଲେ। ପିଲାବେଳୁ ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ସ୍ୱାମୀ ବିବେକାନନ୍ଦ କଲେଜରେ ଅଧ୍ୟୟନ କରୁଥିବା ସମୟରେ ବହୁ ପୁସ୍ତକ ଅଧ୍ୟୟନ କରୁଥିଲେ । ତାଙ୍କର ସ୍ମୃତିଶକ୍ତି ଅତ୍ୟନ୍ତ ପ୍ରଖର ଥିଲା । ସେ ଗୋଟିଏ ଗୋଟିଏ ମୋଟା ବହିକୁ ଗୋଟିଏ ଦିନରେ ହିଁ ପଢି ଶେଷ କରିଦେଉଥିଲେ । ତାଙ୍କର ଧୀଶକ୍ତି ଏତେ ତୀକ୍ଷଣ୍‌ ଥିଲା ଯେ, ସେ ବହିରେ ଥିବା ପ୍ରତ୍ୟେକ ପୃଷ୍ଠାର ପ୍ରତିଟି ଲାଇନକୁ ମଧ୍ୟ ମନେ ରଖି ପାରୁଥିଲେ । ୧୮୮୧ ମସିହାର ନଭେମ୍ବର ମାସରେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ବିବେକାନନ୍ଦ ଜୀବନ ଧାରାକୁ ପରିବର୍ତ୍ତିତ କରିଦେଇଥିଲା। ରାମକୃଷ୍ଣ ନିଜର ମହାନ୍‌ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୫ ବର୍ଷ ବୟସରେ ବିବେକାନନ୍ଦ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ସନାତନ ଧର୍ମ ଓ ବେଦାନ୍ତର ପ୍ରଚାର-ପ୍ରସାର କରିଥିଲେ। ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଆୟୋଜିତ ବିଶ୍ୱ ଧର୍ମ ସଂସଦକୁ ସମ୍ବୋଧିତ କରିଥିଲେ। ବିଶ୍ବ ଧର୍ମ ସଂସଦରେ ବିବେକାନନ୍ଦ ନିଜର ପ୍ରଭାବଶାଳୀ ବକ୍ତବ୍ୟରେ ପାଶ୍ଚାତ୍ୟ ଜଗତକୁ ଭାରତୀୟ ବେଦାନ୍ତ ଦର୍ଶନ ସହିତ ପରିଚିତ କରାଇଥିଲେ। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ। ୧୯୦୨ ମସିହା ଜୁଲାଇ ୪ ତାରିଖରେ ବେଲୁର ମଠରେ ଧ୍ୟାନ କଲାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ବୟସ ଥିଲା ୩୯ ବର୍ଷ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର