ସମୁଦ୍ର ମଝିରେ ଦୁନିଆର ସବୁଠୁ ଛୋଟ ଦେଶ : ଜନସଂଖ୍ୟା ମାତ୍ର ୨୭, ଅଛି ନିଜସ୍ୱ ସମ୍ବିଧାନ ଏବଂ ପତାକା

The Sakala Picture
Published On

ଆପଣ ହୁଏତ ଆଜି ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି, କିମ୍ବା ଆପଣ ଯଦି ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଜାଣିଥିବେ, ତଥାପି ଆପଣ ଭାଟିକାନ୍ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ବିବେଚନା କରୁଥିଲେ। କିନ୍ତୁ ଭାଟିକାନ୍‌ ସିଟି ନୁହେଁ ଦୁନିଆର ସବୁଠୁ ଛୋଟ ଦେଶ ହେଉଛି ‘ସିଲାଣ୍ଡ’। ଯଦିଓ ଏହା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଛୋଟ ଦେଶରେ ସାମିଲ ହୋଇନାହିଁ ସେଥିପାଇଁ ଏହା ବିଷୟରେ ଲୋକେ […]

ଆପଣ ହୁଏତ ଆଜି ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି, କିମ୍ବା ଆପଣ ଯଦି ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଜାଣିଥିବେ, ତଥାପି ଆପଣ ଭାଟିକାନ୍ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ବିବେଚନା କରୁଥିଲେ। କିନ୍ତୁ ଭାଟିକାନ୍‌ ସିଟି ନୁହେଁ ଦୁନିଆର ସବୁଠୁ ଛୋଟ ଦେଶ ହେଉଛି ‘ସିଲାଣ୍ଡ’। ଯଦିଓ ଏହା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଛୋଟ ଦେଶରେ ସାମିଲ ହୋଇନାହିଁ ସେଥିପାଇଁ ଏହା ବିଷୟରେ ଲୋକେ ଏତେଟା ଜାଣିନାହାଁନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଏହି ଦେଶ ବହୁତ ରୋଚକପୂର୍ଣ୍ଣ ଅଟେ।

ଆହୁରି ପଢ଼ନ୍ତୁ: IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ଭାବେ କରିବେ ନୂଆ ଆରମ୍ଭ

ଏହି ଦେଶ ସମୁଦ୍ର ମଝିରେ କେବଳ ଦୁଇଟି ସ୍ତମ୍ଭ ଉପରେ ରହିଛି। ଏହି ଦେଶକୁ ମାକ୍ରୋନେସନ ନାମରେ ବି ଜଣାଯାଏ। ଏହି ଦେଶ ଇଂଲଣ୍ଡ ପାଖରେ ଅବସ୍ଥିତ। ଇଂଲଣ୍ଡର ସାମୁଦ୍ରିକ ତଟରୁ ପ୍ରାୟ ୧୨ କିଲୋମିଟର ଦୂରରେ ଏହି ଦେଶ ରହିଛି। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ତିଆରି କରିଥିଲା। କିନ୍ତୁ ପରେ ଏହାକୁ ଖାଲି କରିଦିଆଯାଇଥିଲା। ମାକ୍ରୋନେସନ କୁହାଯାଉଥିବା ସିଲାଣ୍ଡ ଉପରେ ଅନେକ ଲୋକଙ୍କର କବଜା ରହିଆସିଛି। କିନ୍ତୁ ପାଟ୍ରିକ୍ ରାୟ ବିଟ୍ସ ନାମକ ଜଣେ ବ୍ୟକ୍ତି ନିଜକୁ ସିଲାଣ୍ଡର ପ୍ରିନ୍ସ ଭାବେ ନିଜକୁ ଘୋଷଣା କରି ଶାସନ କରୁଥିଲେ। ରାୟ ବିଟ୍ସଙ୍କ ପରେ ତାଙ୍କ ପୁଅ ମାଇକେଲଙ୍କର ଶାସନ ରହିଛି। ଏହି ଦେଶର ମୋଟ ଜନସଂଖ୍ୟା ମାତ୍ର ୨୭ ଜଣ।

ଆହୁରି ପଢ଼ନ୍ତୁ: କୋଟିଆ ଓ ବନ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ଆଶଙ୍କା: ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ରାୟ ବିଟ୍ସ ସିଲାଣ୍ଡ ପାଇଁ ଡକ୍ଟରେଟ ପାସପୋର୍ଟ ଅଫ୍‌ କରେନ୍ସୀ ବି ବାହାର କରିଥିଲେ। କରେନ୍ସୀ ଉପରେ ରାୟ ବିଟ୍ସଙ୍କ ସ୍ତ୍ରୀ ଜନ୍‌ ବିଟ୍ସଙ୍କର ଫଟୋ ରହିଛି। ଏହି ଦେଶର ନିଜର ଏକ ପତାକା ରହିଛି ଯାହାର ରଙ୍ଗ ଲାଲ, ଧଳା ଏବଂ କଳା। ଏହି ଛୋଟ ଦେଶର ଇକୋନୋମୀ ସମ୍ପୂର୍ଣ୍ଣ ଭାବେ ଡୋନେସନ୍‌ ଉପରେ ନିର୍ଭର କରିଥାଏ। ତେବେ ବର୍ତ୍ତମାନ କିନ୍ତୁ ଏହି ଦେଶ ବିଷୟରେ ଲୋକମାନେ ଜାଣିଲେଣି, ଲୋକମାନେ ଏଠାକୁ ବୁଲିବା ପାଇଁ ବି ଆସୁଛନ୍ତି।

ଏମିତିରେ ଯେତେବେଳେ ପ୍ରଥମ ଥର ପାଇଁ ଇଣ୍ଟରନେଟରେ ଲୋକମାନଙ୍କୁ ଏହି ଦେଶ ବିଷୟରେ ପତ୍ତା ମିଳିଲା, ଲୋକମାନେ ଏହି ଦେଶକୁ ବହୁତ ଡୋନେସନ୍‌ କରୁଛନ୍ତି। ଯାହାଦ୍ୱାରା ଏଠାରେ ରହୁଥିବା ଲୋକଙ୍କୁ ଆର୍ଥିକ ରୂପେ ସହାୟତା ମିଳୁଛି। ସିଲାଣ୍ଡର ସରଫେସ ଏରିୟା ୬ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ରହିଛି। ଏହି ଦେଶ ଏତେ ଛୋଟ ଯେ ଆପଣ ଗୁଗଲ ମ୍ୟାପରେ ବି ଏହାର ପତ୍ତା ଲଗାଇପାରିବେନି।

ସିଲ୍ୟାଣ୍ଡର ଇତିହାସ ଏବଂ ଆରମ୍ଭ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୨ ମସିହାରେ ବ୍ରିଟିଶ ସେନା ଦ୍ୱାରା ସିଲ୍ୟାଣ୍ଡ ନିର୍ମାଣ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉତ୍ତର ସାଗରରେ ବ୍ରିଟିଶ ନୌସେନାକୁ ସୁରକ୍ଷା ଦେବା। ଲାଡବାଇବଲ ରିପୋର୍ଟ ଅନୁସାରେ ସିଲ୍ୟାଣ୍ଡକୁ ରଫ୍ ଟାୱାର ମଧ୍ୟ କୁହାଯାଏ। ଏହା ଏକ ସମୁଦ୍ର ଦୁର୍ଗ ଥିଲା। ଏହା ପରେ, ୧୯୫୬ ପର୍ଯ୍ୟନ୍ତ ଏହି ଦୁର୍ଗରେ ବିଭିନ୍ନ ପ୍ରକାରର କାମ ଜାରି ରହିଲା, କିନ୍ତୁ ୧୯୬୬ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା।

ସିଲ୍ୟାଣ୍ଡ ସ୍ୱାଧୀନତାର ଆରମ୍ଭ

୧୯୬୬ ମସିହାରେ ଜଣେ ବ୍ରିଟିଶ ନାଗରିକ, ପାଟ୍ରିକ୍ ରାୟ ବିଟ୍ସ ତାଙ୍କର ବେଆଇନ ରେଡିଓ ଷ୍ଟେସନ ‘ରେଡିଓ ଏସେକ୍ସ’ ଚଲାଇବା ପାଇଁ ସିଲ୍ୟାଣ୍ଡ ଫୋର୍ଟକୁ ଅକ୍ତିଆର କରିଥିଲେ। ତା’ପରେ ୧୯୬୭ ମସିହାରେ ବ୍ରିଟେନ ସାମୁଦ୍ରିକ ପ୍ରସାରଣ ଅପରାଧ ଆଇନ ପାସ୍ କଲା, ଯାହା ରାୟ ବିଟ୍ସଙ୍କୁ ସିଲ୍ୟାଣ୍ଡ ଛାଡିବାକୁ ବାଧ୍ୟ କଲା। କିନ୍ତୁ ରାୟ ବିଟ୍ସ ହାର ମାନି ନଥିଲେ ଏବଂ ୧୯୬୭ ମସିହାରେ ଏହି ସିଲ୍ୟାଣ୍ଡକୁ ରାଜ୍ୟ ଭାବରେ ଘୋଷଣା କରିଥିଲେ ଏବଂ ତାଙ୍କ ପରିବାର ସହିତ ସେଠାରେ ବସତି ସ୍ଥାପନ କରିଥିଲେ।

ଏହି ଦେଶର ନିଜସ୍ୱ ଫୁଟବଲ ଦଳ ଅଛି

ଇଂଲଣ୍ଡଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ସମୁଦ୍ର ମଧ୍ୟ ଭାଗରେ ଏହି ଦେଶ ଅବସ୍ଥିତ। ଏହି ଦେଶର ଆକାର ଏକ ବାସ୍କେଟ ବଲ ଫିଲ୍ଡି ଆକାରର ହେବ। କିନ୍ତୁ ଏହି ଦେଶର ନିଜସ୍ୱ ଫୁଟବଲ ଦଳ ମଧ୍ୟ ଅଛି । ଏହା ବ୍ୟତୀତ ଏହି ଦେଶର ନିଜସ୍ୱ ସମ୍ବିଧାନ ଏବଂ ପତାକା ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର