ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ନିୟନ୍ତ୍ରଣ ବାହାରେ ଦେଶର ମୁଦ୍ରାସ୍ଫୀତି, ପୁଣି ରେପୋ ରେଟ୍ ବଢାଇଲା ଆରବିଆଇ

The Sakala Picture
Published On

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)  ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକର ଶେଷ ଦିବସରେ ସୁଧହାର ଘୋଷଣା କରିଛି।  ଏଥିରେ କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ’ ମାସ ଭଳି ଜୁନ୍‌ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ […]

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)  ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକର ଶେଷ ଦିବସରେ ସୁଧହାର ଘୋଷଣା କରିଛି।  ଏଥିରେ କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ’ ମାସ ଭଳି ଜୁନ୍‌ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ପୁନର୍ବାର ବୃଦ୍ଧି କରିଛି। ଏହି ବୃଦ୍ଧି ପରେ ରେପୋ ହାର ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି | ବୁଧବାର ମୁଦ୍ରା ନୀତି କମିଟିର ବୈଠକର ନିଆଯାଇଥିବା ନିଷ୍ପତ୍ତି ବିଷୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

ଏହାପୂର୍ବରୁ, ମେ ୪ରେ, ହଠାତ୍ ରେପୋ ହାରକୁ ୪୦ ବେସିକ୍‌ ପଏଣ୍ଟକୁ ବୃଦ୍ଧି କରି ଆରବିଆଇ ଆଚମ୍ବିତ କରିଥିଲା।  ଏହି ସମୟ ମଧ୍ୟରେ ନଗଦ ରିଜର୍ଭ ଅନୁପାତ (CRR) ମଧ୍ୟ ୦.୫୦ ପ୍ରତିଶତକୁ ୪.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା ବୃଦ୍ଧି ପାଇଛି । ସୁଧ ହାର ବୃଦ୍ଧି ପ୍ରସ୍ତାବ ଉପରେ ଏମପିସି ସର୍ବସମ୍ମତି କ୍ରମେ ଭୋଟ୍ ଦେଇଛି। ଏହା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛିନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ, ଦ୍ରବ୍ୟ, ଆର୍ଥିକ ବଜାର ମାନ୍ଦା ଏବଂ ଅସ୍ଥିରତା ବୃଦ୍ଧି ଭଳି କାରଣ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଲର୍ଟ: ଭାରତ ପାଇଁ ଗୀତା ଗୋପୀନାଥଙ୍କ ତିନୋଟି ବଡ଼ ଚେତାବନୀ

ସୂଚନାଯୋଗ୍ୟ ଯେ, ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ଆହୁରି ପଢ଼ନ୍ତୁ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ

08 Jun 2022 By The Sakala

ନିୟନ୍ତ୍ରଣ ବାହାରେ ଦେଶର ମୁଦ୍ରାସ୍ଫୀତି, ପୁଣି ରେପୋ ରେଟ୍ ବଢାଇଲା ଆରବିଆଇ

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)  ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକର ଶେଷ ଦିବସରେ ସୁଧହାର ଘୋଷଣା କରିଛି।  ଏଥିରେ କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ’ ମାସ ଭଳି ଜୁନ୍‌ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ପୁନର୍ବାର ବୃଦ୍ଧି କରିଛି। ଏହି ବୃଦ୍ଧି ପରେ ରେପୋ ହାର ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତକୁ ବୃଦ୍ଧି ପାଇଛି | ବୁଧବାର ମୁଦ୍ରା ନୀତି କମିଟିର ବୈଠକର ନିଆଯାଇଥିବା ନିଷ୍ପତ୍ତି ବିଷୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ଏହାପୂର୍ବରୁ, ମେ ୪ରେ, ହଠାତ୍ ରେପୋ ହାରକୁ ୪୦ ବେସିକ୍‌ ପଏଣ୍ଟକୁ ବୃଦ୍ଧି କରି ଆରବିଆଇ ଆଚମ୍ବିତ କରିଥିଲା।  ଏହି ସମୟ ମଧ୍ୟରେ ନଗଦ ରିଜର୍ଭ ଅନୁପାତ (CRR) ମଧ୍ୟ ୦.୫୦ ପ୍ରତିଶତକୁ ୪.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା ବୃଦ୍ଧି ପାଇଛି । ସୁଧ ହାର ବୃଦ୍ଧି ପ୍ରସ୍ତାବ ଉପରେ ଏମପିସି ସର୍ବସମ୍ମତି କ୍ରମେ ଭୋଟ୍ ଦେଇଛି। ଏହା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛିନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ, ଦ୍ରବ୍ୟ, ଆର୍ଥିକ ବଜାର ମାନ୍ଦା ଏବଂ ଅସ୍ଥିରତା ବୃଦ୍ଧି ଭଳି କାରଣ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଯେ, ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର