ଆର୍‌ବିଆଇ ଗଭର୍ଣ୍ଣରଙ୍କ ଟିପ୍ପଣୀ, କମ୍ପାନୀଙ୍କୁ ମିଳିବନି ବ୍ୟାଙ୍କିଙ୍ଗ୍‌ ଲାଇସେନ୍ସ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ଅନେକ ବଡ଼ ବଡ଼ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ପରିବାର ବ୍ୟାଙ୍କିଂ କ୍ଷେତ୍ରରେ ପାଦଦେବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଯିବ ବୋଲି ଲାଗୁଛି। କାରଣ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ବ୍ୟବସାୟୀଙ୍କ ଆଶାକୁ ଧୂଳିସାତ୍‌ କରିଦେଇଛନ୍ତି। କମ୍ପାନୀଙ୍କୁ ବ୍ୟାଙ୍କିଂ ଲାଇସେନ୍ସ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଲହୋତ୍ରା କହିଥିଲେ ଯେ କମ୍ପାନୀଙ୍କୁ ସିଧାସଳଖ କିମ୍ବା ନନ୍‌-ବ୍ୟାଙ୍କିଂ ଫାଇନାନ୍‌ସିଆଲ କମ୍ପାନୀ (ଏନ୍‌ବିଏଫ୍‌ସି) […]

ନୂଆଦିଲ୍ଲୀ : ଦେଶର ଅନେକ ବଡ଼ ବଡ଼ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ପରିବାର ବ୍ୟାଙ୍କିଂ କ୍ଷେତ୍ରରେ ପାଦଦେବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଯିବ ବୋଲି ଲାଗୁଛି। କାରଣ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ବ୍ୟବସାୟୀଙ୍କ ଆଶାକୁ ଧୂଳିସାତ୍‌ କରିଦେଇଛନ୍ତି। କମ୍ପାନୀଙ୍କୁ ବ୍ୟାଙ୍କିଂ ଲାଇସେନ୍ସ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ସାମୁଦ୍ରିକ ଝଡ଼ ‘ଅକୱାନ’: ଆନ୍ଧ୍ର ଉପକୂଳ ମୁହାଁ, ଓଡ଼ିଶାରେ ହାଇଆଲର୍ଟ

ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଲହୋତ୍ରା କହିଥିଲେ ଯେ କମ୍ପାନୀଙ୍କୁ ସିଧାସଳଖ କିମ୍ବା ନନ୍‌-ବ୍ୟାଙ୍କିଂ ଫାଇନାନ୍‌ସିଆଲ କମ୍ପାନୀ (ଏନ୍‌ବିଏଫ୍‌ସି) ଅଧିନରେ ବ୍ୟାଙ୍କିଂ ଲାଇସେନ୍ସ ଦେବାର ଏବେ କୌଣସି ପ୍ରସ୍ତାବ ନାହିଁ। କାରଣ ଏହି କମ୍ପାନୀଗୁଡିକ ନିଜ ସ୍ବାର୍ଥ ପାଇଁ ବ୍ୟାଙ୍କରେ ଗଚ୍ଛିତ ଅର୍ଥକୁ ବ୍ୟବହାର କରିପାରନ୍ତି। କିଛି ଏନ୍‌ବିଏଫ୍‌ସି କମ୍ପାନୀଙ୍କ ପାଖରେ ବହୁତ ଟଙ୍କା ରହିବ। ଏନ୍‌ବିଏଫସି ବ୍ୟାଙ୍କ ନ ହୋଇ ବି ଆର୍ଥିକ କାରବାର କରିଥାନ୍ତି। ଏହି କମ୍ପାନୀ ଲୋକଙ୍କୁ ଋଣ ଦେଇଥାଏ ଏବଂ ଆଉ କିଛି ଆର୍ଥିକ ସେବା ମଧ୍ୟ ଦେଇଥାଏ। ଯଦି କୌଣସି ବଡ଼ ଉଦ୍ୟୋଗପତି କିମ୍ପା କର୍ପୋରେଟ ଗ୍ରୁପ ଆର୍ଥିକ କାରବାର ଏବଂ ବାସ୍ତବ ଅର୍ଥନୀତି ଭଳି କାମ କରୁଛି ତେବେ ଏହା ଦ୍ବାରା ପରସ୍ପରର ସ୍ବାର୍ଥ ପ୍ରଭାବିତ ହେବ। ତେଣୁ ଏ ନେଇ କିଛି ଚିନ୍ତା ରହିବା ସ୍ବାଭାବିକ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ୪ ଜିଲ୍ଲା ପାଇଁ ୪ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଓଡ଼ିଶା ସରକାର

ଭାରତର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଅନ୍ୟତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଚଳାଉଛି। ଏହା ଏକ କ୍ଷୁଦ୍ର ବ୍ୟାଙ୍କ ହୋଇଥାଏ। ଏହା ଋଣ ଦେଇପାରିବ ନାହିଁ। କିନ୍ତୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ। ସେହିପରି ହିନ୍ଦୁଜା ଗ୍ରୁପ ମଧ୍ୟ ଇଣ୍ଡସଇଣ୍ଡ ବ୍ୟାଙ୍କର ମାଲିକ। ଏହି ଗ୍ରୁପ୍‌ ଅନେକ ପ୍ରକାରର ବ୍ୟବସାୟରେ ସାମିଲ ରହିଛି। ଆର୍‌ବିଆଇ ଗଭର୍ଣ୍ଣର ସ୍ପଷ୍ଟ କରିଦେଇଛନ୍ତି ଯେ ଘରୋଇ ବ୍ୟାଙ୍କରେ ପ୍ରମୋଟରଙ୍କ ଭୋଟିଂ ଅଧିକାର ସମୀକ୍ଷା ପାଇଁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ। ଏବେ ଏହି ଅଧିକାର ୨୬%ରେ ସୀମିତ ରହିଛି। ବ୍ୟାଙ୍କର ମାଲିକ କମ୍ପାନୀ କେବଳ ୨୬% ନିଷ୍ପତ୍ତିରେ ଭୋଟ କରିପାରିବେ। ବ୍ୟାଙ୍କରେ କୌଣସି ଜଣେ ବ୍ୟକ୍ତିଙ୍କ କର୍ତ୍ତୃତ୍ବ ନ ରହିବା ପାଇଁ ଏପରି କରାଯାଇଛି। କାରଣ ବ୍ୟାଙ୍କରେ ଲୋକଙ୍କ ଟଙ୍କା ଜମା ରହିଛି। ମାଲିକଙ୍କ ମଧ୍ୟରେ ସନ୍ତୁଳନ ଏବଂ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଏହା ଜରୁରୀ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର