ରାଜଧାନୀରେ ଚାଲିଥିଲା ନକଲି ବହି କାରବାର, ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଜବତ କଲା ଏନ୍‌‌ସିଇଆର୍‌‌ଟି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ନକଲି ବହି ଛାପି କାରବାର ଚଳାଇଥିବା ୩ଟି ବହି ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରିଛି କମିସନରେଟ୍‌‌ ପୁଲିସ। ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର […]

ଭୁବନେଶ୍ୱର: ରାଜଧାନୀରେ ନକଲି ବହି ଛାପି କାରବାର ଚଳାଇଥିବା ୩ଟି ବହି ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରିଛି କମିସନରେଟ୍‌‌ ପୁଲିସ। ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର ଥାନା ପୁଲିସ। ଏଥିସହ ବହି ଛପାଯାଉଥିବା ଛାପାଖାନାଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ। ନକଲି ବହିର ଉତ୍ସର ବିଷୟରେ ଜାଣିବାକୁ ଖୋଳତାଡ଼ କରାଯାଉଛି।

ଆହୁରି ପଢ଼ନ୍ତୁ: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

ମିଳିଥିବା ସୂଚନା ଅନୁଯାୟୀ, ଖାରବେଳ ନଗର ଥାନା ଅଧୀନ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର ନକଲି ବହି ବିକୁଥିବା ନେଇ ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବୁକ୍‌‌ ଷ୍ଟୋରରେ ଚଢ଼ଉ କରାଯାଇ କିଛି ନକଲି ବହି ଜବତ ହୋଇଥିଲା। ସେଠାରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବାରୁ ଏହି ବହିଗୁଡ଼ିକ ସେମାନେ ୟୁନିଟ୍‌‌-୯ ଠାରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋରରୁ ଆଣିଥିବା ଦର୍ଶାଇଥିଲେ। ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋରର କର୍ମଚାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଟିମ୍‌‌ ମା’ ମଙ୍ଗଳା ବୁକ୍‌‌ ଷ୍ଟୋର୍‌‌ରେ ଚଢ଼ଉ କରିଥିଲେ। ସେଠାରୁ ୩୦୦ ନକଲି ବହି, ଗୋଟିଏ ଅଟୋ ଜବତ କରାଯାଇଥିଲା। ଏହି ନକଲି ବହି କାରବାର ଚଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ସତ ପଦାକୁ ଆସିଥିଲା। ରବିଟକିଜ୍‌‌ ଛକରେ ଥିବା ଶୁଭମ୍‌‌ ବୁକ୍‌‌ ଷ୍ଟୋରରେ ଉକ୍ତ ନକଲି ବହି ସବୁ ଉପଲବ୍ଧ ଥିବା ପୁଲିସ ଟିମ୍‌‌ ଜାଣିବାକୁ ପାଇଥିଲେ। ପରେ ମିଳିଥିବା ଏହି ତଥ୍ୟ ଭିତ୍ତିରେ ଟିମ୍‌‌ ଅଚାନକ ଶୁଭମ୍‌‌ ବୁକ୍‌‌ ଷ୍ଟୋର୍‌‌ରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିପୁଳ ପରିମାଣର ନକଲି ଏନ୍‌‌ସିଇଆର୍‌‌ଟି ପରିଚାଳିତ ନକଲି ବହି ଜବତ କରାଯାଇଛି। ଏହି ନକଲି ବହି କାରବାର ଚଳାଇଥିବା ଶୁଭମ୍‌‌ ବୁକ୍‌‌ ଷ୍ଟୋରର ୨ଜଣଙ୍କୁ ଅଟକ ରଖାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରାଯାଉଛି। ଜବତ ବହିଗୁଡ଼ିକର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ: ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମିଳିବ ନୀଳାଚଳ ଅବଢା

ଶନିବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଖାରବେଳନଗର ଥାନାଧିକାରୀ ରଞ୍ଜନୀକାନ୍ତ ମିଶ୍ରଙ୍କ ସମେତ ପୁଲିସର ଏକ ଟିମ୍‌‌ ଚଢ଼ଉକରି ବହିଗୁଡ଼ିକୁ ଜବତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭବ୍ୟ ସ୍ୱାଗତ ମାଧ୍ୟମରେ ଧର୍ମେନ୍ଦ୍ରଙ୍କ ବିଫଳତାକୁ ଲୁଚାଇବାକୁ ଅପପ୍ରୟାସ କରାଯାଉଛି: ବିଜେଡି

ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍‌‌ କାଉସିଲ ଅଫ୍‌‌ ଏଜୁକେସନାଲ୍‌‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌‌ସିଇଆର୍‌‌ଟି) ବିନା ଅନୁମତିରେ ବହିର ବିଷୟବସ୍ତୁ କିଛି ପ୍ରକାଶନୀ ସଂସ୍ଥା ଛାପୁଥିଲେ। ୱେବ୍‌‌ସାଇଟ୍‌‌ରେ ଉପଲବ୍ଧ ବିଷୟବସ୍ତୁକୁ ନେଇ ନିଜ ପ୍ରକାଶନୀ ସଂସ୍ଥା ନାମରେ ଛାପି ବଜାରରେ ବିକ୍ରି କରୁଛନ୍ତି। ରାଜଧାନୀରେ ନକଲି ବହି ବିକ୍ରି ହେଉଥିବା ନେଇ ଏନ୍‌‌ସିଇଆର୍‌‌ଟି ନିକଟରେ ବିଦ୍ୟାର୍ଥୀମାନେ ଅଭିଯୋଗ କରିଥିଲେ। ଏନେଇ ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଅନେକ ବହି ଦୋକାନରେ ଯାଞ୍ଚ କରାଯାଇଥିଲା। କିନ୍ତୁ କିଛି ବି ପ୍ରମାଣ ମିଳି ନ ଥିଲା। ପ୍ରତ୍ୟେକବର୍ଷ କୋଲକାତାରୁ ପ୍ରାୟ ୧୨ କୋଟି ଟଙ୍କାର ବହି ଓଡ଼ିଶା ଆସିଥାଏ। କିନ୍ତୁ ଏବେ ସେଠାରୁ ୨ କୋଟିରୁ କମ୍‌‌ ଟଙ୍କାର ବହି ଓଡ଼ିଶାକୁ ଆସୁଥିବାରୁ ଏନ୍‌‌ସିଇଆର୍‌‌ଟିର ସନ୍ଦେହ ବଢ଼଼ିଥିଲା। ଏନ୍‌‌ସିଇଆର୍‌‌ଟି ନିକଟରେ ଏକାଧିକ ଅଭିଯୋଗ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ସହ ଖୋଳତାଡ଼ ଆରମ୍ଭ ହୋଇଥିଲା। ପରେ କପିରାଇଟ୍‌‌ ନିୟମରେ ମାମଲା ରୁଜୁ କରାଯିବ ବୋଲି ଚେତାଇ ଦିଆଯାଇଥିଲା। ଏଥିସହ ଏନ୍‌‌ସିଇଆର୍‌‌ଟି ପାଠ୍ୟକ୍ରମର ସମ୍ପୂର୍ଣ୍ଣ ବା ଆଂଶିକ ବିଷୟବସ୍ତୁ ପ୍ରକାଶିତ କରିଥିବା କୌଣସି ପ୍ରକାଶନୀ ସଂସ୍ଥାର ପୁସ୍ତକ ନ କିଣିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଏହି ଅଭିଯୋଗ ପରେ କମିସନରେଟ ପୁଲିସ ପକ୍ଷରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କେବଳ ଓଡ଼ିଶାରେ ନୁହେଁ ଗୌହାଟି, ଦିଲ୍ଲୀ ଆଦି ସହରରୁ ମଧ୍ୟ ବିପୁଳ ପରିମାଣରେ ନକଲି ବହି ଜବତ କରାଯାଇଥିବା ଏନ୍‌‌ସିଇଆର୍‌‌ଟି ଅଧିକାରୀ ସୂଚନା ଦେଇଛନ୍ତି।

05 May 2024 By The Sakala

ରାଜଧାନୀରେ ଚାଲିଥିଲା ନକଲି ବହି କାରବାର, ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଜବତ କଲା ଏନ୍‌‌ସିଇଆର୍‌‌ଟି

ଭୁବନେଶ୍ୱର: ରାଜଧାନୀରେ ନକଲି ବହି ଛାପି କାରବାର ଚଳାଇଥିବା ୩ଟି ବହି ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରିଛି କମିସନରେଟ୍‌‌ ପୁଲିସ। ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର ଥାନା ପୁଲିସ। ଏଥିସହ ବହି ଛପାଯାଉଥିବା ଛାପାଖାନାଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ। ନକଲି ବହିର ଉତ୍ସର ବିଷୟରେ ଜାଣିବାକୁ ଖୋଳତାଡ଼ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଖାରବେଳ ନଗର ଥାନା ଅଧୀନ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର ନକଲି ବହି ବିକୁଥିବା ନେଇ ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବୁକ୍‌‌ ଷ୍ଟୋରରେ ଚଢ଼ଉ କରାଯାଇ କିଛି ନକଲି ବହି ଜବତ ହୋଇଥିଲା। ସେଠାରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ପଚରାଉଚରା କରିବାରୁ ଏହି ବହିଗୁଡ଼ିକ ସେମାନେ ୟୁନିଟ୍‌‌-୯ ଠାରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋରରୁ ଆଣିଥିବା ଦର୍ଶାଇଥିଲେ। ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋରର କର୍ମଚାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଟିମ୍‌‌ ମା’ ମଙ୍ଗଳା ବୁକ୍‌‌ ଷ୍ଟୋର୍‌‌ରେ ଚଢ଼ଉ କରିଥିଲେ। ସେଠାରୁ ୩୦୦ ନକଲି ବହି, ଗୋଟିଏ ଅଟୋ ଜବତ କରାଯାଇଥିଲା। ଏହି ନକଲି ବହି କାରବାର ଚଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ସତ ପଦାକୁ ଆସିଥିଲା। ରବିଟକିଜ୍‌‌ ଛକରେ ଥିବା ଶୁଭମ୍‌‌ ବୁକ୍‌‌ ଷ୍ଟୋରରେ ଉକ୍ତ ନକଲି ବହି ସବୁ ଉପଲବ୍ଧ ଥିବା ପୁଲିସ ଟିମ୍‌‌ ଜାଣିବାକୁ ପାଇଥିଲେ। ପରେ ମିଳିଥିବା ଏହି ତଥ୍ୟ ଭିତ୍ତିରେ ଟିମ୍‌‌ ଅଚାନକ ଶୁଭମ୍‌‌ ବୁକ୍‌‌ ଷ୍ଟୋର୍‌‌ରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିପୁଳ ପରିମାଣର ନକଲି ଏନ୍‌‌ସିଇଆର୍‌‌ଟି ପରିଚାଳିତ ନକଲି ବହି ଜବତ କରାଯାଇଛି। ଏହି ନକଲି ବହି କାରବାର ଚଳାଇଥିବା ଶୁଭମ୍‌‌ ବୁକ୍‌‌ ଷ୍ଟୋରର ୨ଜଣଙ୍କୁ ଅଟକ ରଖାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରାଯାଉଛି। ଜବତ ବହିଗୁଡ଼ିକର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ।

ଶନିବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଖାରବେଳନଗର ଥାନାଧିକାରୀ ରଞ୍ଜନୀକାନ୍ତ ମିଶ୍ରଙ୍କ ସମେତ ପୁଲିସର ଏକ ଟିମ୍‌‌ ଚଢ଼ଉକରି ବହିଗୁଡ଼ିକୁ ଜବତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ନ୍ୟାସନାଲ୍‌‌ କାଉସିଲ ଅଫ୍‌‌ ଏଜୁକେସନାଲ୍‌‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌‌ସିଇଆର୍‌‌ଟି) ବିନା ଅନୁମତିରେ ବହିର ବିଷୟବସ୍ତୁ କିଛି ପ୍ରକାଶନୀ ସଂସ୍ଥା ଛାପୁଥିଲେ। ୱେବ୍‌‌ସାଇଟ୍‌‌ରେ ଉପଲବ୍ଧ ବିଷୟବସ୍ତୁକୁ ନେଇ ନିଜ ପ୍ରକାଶନୀ ସଂସ୍ଥା ନାମରେ ଛାପି ବଜାରରେ ବିକ୍ରି କରୁଛନ୍ତି। ରାଜଧାନୀରେ ନକଲି ବହି ବିକ୍ରି ହେଉଥିବା ନେଇ ଏନ୍‌‌ସିଇଆର୍‌‌ଟି ନିକଟରେ ବିଦ୍ୟାର୍ଥୀମାନେ ଅଭିଯୋଗ କରିଥିଲେ। ଏନେଇ ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଅନେକ ବହି ଦୋକାନରେ ଯାଞ୍ଚ କରାଯାଇଥିଲା। କିନ୍ତୁ କିଛି ବି ପ୍ରମାଣ ମିଳି ନ ଥିଲା। ପ୍ରତ୍ୟେକବର୍ଷ କୋଲକାତାରୁ ପ୍ରାୟ ୧୨ କୋଟି ଟଙ୍କାର ବହି ଓଡ଼ିଶା ଆସିଥାଏ। କିନ୍ତୁ ଏବେ ସେଠାରୁ ୨ କୋଟିରୁ କମ୍‌‌ ଟଙ୍କାର ବହି ଓଡ଼ିଶାକୁ ଆସୁଥିବାରୁ ଏନ୍‌‌ସିଇଆର୍‌‌ଟିର ସନ୍ଦେହ ବଢ଼଼ିଥିଲା। ଏନ୍‌‌ସିଇଆର୍‌‌ଟି ନିକଟରେ ଏକାଧିକ ଅଭିଯୋଗ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ସହ ଖୋଳତାଡ଼ ଆରମ୍ଭ ହୋଇଥିଲା। ପରେ କପିରାଇଟ୍‌‌ ନିୟମରେ ମାମଲା ରୁଜୁ କରାଯିବ ବୋଲି ଚେତାଇ ଦିଆଯାଇଥିଲା। ଏଥିସହ ଏନ୍‌‌ସିଇଆର୍‌‌ଟି ପାଠ୍ୟକ୍ରମର ସମ୍ପୂର୍ଣ୍ଣ ବା ଆଂଶିକ ବିଷୟବସ୍ତୁ ପ୍ରକାଶିତ କରିଥିବା କୌଣସି ପ୍ରକାଶନୀ ସଂସ୍ଥାର ପୁସ୍ତକ ନ କିଣିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏନ୍‌‌ସିଇଆର୍‌‌ଟି ପକ୍ଷରୁ ଏହି ଅଭିଯୋଗ ପରେ କମିସନରେଟ ପୁଲିସ ପକ୍ଷରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କେବଳ ଓଡ଼ିଶାରେ ନୁହେଁ ଗୌହାଟି, ଦିଲ୍ଲୀ ଆଦି ସହରରୁ ମଧ୍ୟ ବିପୁଳ ପରିମାଣରେ ନକଲି ବହି ଜବତ କରାଯାଇଥିବା ଏନ୍‌‌ସିଇଆର୍‌‌ଟି ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର