ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

Madhusudan Das Picture
Published On

ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ୨୦୨୬ କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷିତ ଯାତାୟାତ ସହିତ ତୀର୍ଥ ନଗରୀରେ ଗହଳି ନିୟନ୍ତ୍ରଣ ପାଇଁ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନ୍ ଓ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏ ନେଇ ପୁରୀ ପୋଲିସ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ବିସ୍ତୃତ ସୂଚନା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: ବ୍ୟାଟେରୀ ଚୋରି ଅଭିଯୋଗ: ଅନ୍ୟ ସାହିକୁ ଯିବାରୁ ନାବାଳକକୁ ଉଲଗ୍ନ କରି ମାଡ଼

ଭୁବନେଶ୍ୱର ଦିଗରୁ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକ ମାଳତୀପାଟପୁର, ବାଟଗାଁ, ମଙ୍ଗଳାଘାଟ ଛକ ଏବଂ ଗୋଖାସାହି ଦେଇ ପୁରୀରେ ପ୍ରବେଶ କରିବେ। ସେମାନଙ୍କ ପାଇଁ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରେ ପ୍ରାଥମିକ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହା ପୂର୍ଣ୍ଣ ହେବା ପରେ ଗାଡ଼ିଗୁଡ଼ିକୁ କ୍ରମାଗତ ଭାବେ ମାଟିତୋଟା ଖେଳପଡ଼ିଆ ଓ ମାଟିତୋଟା ହେଲିପ୍ୟାଡ ଠାରେ ପାର୍କିଂ କରାଯିବ। ପ୍ରତ୍ୟାବର୍ତ୍ତନ ସମୟରେ ଏହି ଗାଡ଼ିଗୁଡ଼ିକ ଜାଟିଆ ବାବାଜୀ ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ କିମ୍ବା ଶ୍ରୀସେତୁ ଏବଂ ମଙ୍ଗଳାଘାଟ ଛକ ଦେଇ ଫେରିବେ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

Image

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ଦୁଇ ଚକିଆ ଯାନ ମଙ୍ଗଳାଘାଟ ଛକ ଓ ଗୋଖାସାହି ଦେଇ ପ୍ରବେଶ କରିବେ ଏବଂ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ଗାଡ଼ି ରଖିବେ। କୋଣାର୍କ ପଟୁ ଆସୁଥିବା ବାଇକ୍ ଆରୋହୀମାନେ ବୈଦାସ ନଗର, ଗ୍ରୀଡ୍ ସବ୍-ଷ୍ଟେସନ, ଭୂଦାନ ଛକ, ହେଲିପ୍ୟାଡ ଛକ, ପେଣ୍ଠକଟା, ସିଟି ରୋଡ୍ ଦେଇ ସୁଭାଷ ବୋଷ ଛକରେ ପହଞ୍ଚିବେ। ସେମାନଙ୍କ ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ହୋଟେଲ ନୀଳାଚଳ ଅଶୋକ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେଉଁ ରାସ୍ତାରେ ଆସିବେ, ସେହି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚାରି ଚକିଆ ଯାନ ପାଇଁ ତିନୋଟି ପ୍ରମୁଖ ପାର୍କିଂ ଜୋନ୍ ଚିହ୍ନଟ କରାଯାଇଛି। ଭୁବନେଶ୍ୱର ଆଡୁ ଆସୁଥିବା ହାଲୁକା ମୋଟର ଯାନଗୁଡ଼ିକ ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଆରଓବି (ROB), ବୈଦାସ ନଗର ଏବଂ ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆ ପାର୍କିଂକୁ ଯିବେ। ସେଠାରେ ଭୂଦାନ ପାର୍କିଂ, ଓଲା ଗେଷ୍ଟ ହାଉସ୍, ହେଲିପ୍ୟାଡ, ଆଇଟିଆଇ (ITI) କଲେଜ, ସେଣ୍ଟ୍ରାଲ ସ୍କୁଲ, ଇଣ୍ଡୋର ଷ୍ଟାଡିୟମ୍, ହର୍ଟିକଲଚର ଫିଲ୍ଡ ଏବଂ ମାଛ ମାର୍କେଟରେ ପର୍ଯ୍ୟାୟ କ୍ରମେ ପାର୍କିଂ କରାଯିବ। ଏହି ସ୍ଥାନ ଭର୍ତ୍ତି ହୋଇଗଲେ ବିକଳ୍ପ ଭାବେ ଗାଡ଼ିଗୁଡ଼ିକୁ ଶ୍ରୀସେତୁ ଓଭରବ୍ରିଜ୍ ପାର୍କିଂ, ଷ୍ଟର୍ଲିଂ ଛକ ଏବଂ ସମଙ୍ଗ ପାର୍କିଂ ଆଡ଼କୁ ଛଡ଼ାଯିବ।

Image

ଅନ୍ୟପଟେ ବ୍ରହ୍ମଗିରି ଦିଗରୁ ଆସୁଥିବା ଚାରି ଚକିଆ ଯାନ ମଙ୍ଗଳାଘାଟ ଛକ ଦେଇ ସିଧାସଳଖ ସମଙ୍ଗ ପାର୍କିଂରେ ପାର୍କିଂ କରିବେ ଏବଂ ସେହି ସମାନ ରାସ୍ତାରେ ଫେରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବୈଦାସ ନଗର ଓ ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆ ଅଞ୍ଚଳରେ ଥିବା ଚିହ୍ନଟ ପାର୍କିଂ ସ୍ଥଳୀରେ ଗାଡ଼ି ରଖିପାରିବେ।

ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । 

ନିୟମିତ ଯାତ୍ରୀବାହୀ ବସ୍‌: ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ଗୁଡିକ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ବାଇପାସ୍‌ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍‌ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପାର୍କିଂରେ ରହିବେ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନଛକ, ଗ୍ରୀଡ ଷ୍ଟେସନ, ବାଇଦାସନଗର-ରାମଚଣ୍ଡୀ -କୋଣାର୍କ -ଗୋପ- ନିମାପଡା-ପିପିଲି ଓଭରବ୍ରିଜ୍‌ ଦେଇ ଭୁବନେଶ୍ୱର ଅଭିମୁଖେ ଯିବେ । ତାଳବଣିଆ ବସ୍‌ଷ୍ଟାଣ୍ଡ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ । ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍‌ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍‌ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‌ ଗୁଡିକ ଗିରଳ ଛକ ଦେଇ ମଙ୍ଗଳାଘାଟ ବ୍ରିଜ୍‌ରୁ ଯାଇ ସମଙ୍ଗ ପାର୍କିଂରେ ପାର୍କିଂ କରିବ । ସେଠାରୁ ବ୍ରହ୍ମଗିରି ଅଭିମୁଖେ ଫେରିବ । କୋଣାର୍କ ପାର୍ଶ୍ୱରୁ ଆସୁଥିବା ବସଗୁଡିକ ଚନ୍ଦ୍ରଭାଗା-ରାମଚଣ୍ଡୀ-ବାଲିଘାଇ-ବାଇଦାସନଗର ଗ୍ରୀଡଷ୍ଟେସନ, ଭୂଦାନ ଛକ, ଇନ୍‌ଡୋର ଷ୍ଟାଡିୟମ ଛକ ଦେଇ ତାଳବଣିଆରେ ପାର୍କିଂ କରିବ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ -ଭୂଦାନଛକ-ଗ୍ରୀଡ ଷ୍ଟେସନ ଦେଇ ବାଲିଘାଇ ଦେଇ ନିଜ ଗନ୍ତବ୍ୟସ୍ଥଳରେ ଯିବେ । ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ଭୂଦାନଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିରରେ ପାର୍କିଂ କରିବ । 

Image

ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରିବା ସହ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବାକୁ ପୁରୀ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।

23 Jul 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର