‘ଇନ୍ଟ୍ରା ସର୍କଲ୍ ରୋମିଂ’ ସେବା କ’ଣ? ଆପଣଙ୍କ ସିମ୍ର ନେଟୱର୍କ ନ ଥିଲେ କିପରି ବ୍ୟବହାର କରିବେ ଅନ୍ୟ ଅପରେଟରଙ୍କ ନେଟୱର୍କ….
ନୂଆଦିଲ୍ଲୀ : କେନ୍ଦ୍ର ଟେଲିକମ୍ ବିଭାଗ(ଡଟ୍) ଏକ ନୂତନ ସେବା ଆରମ୍ଭ କରିଛି। ଏହି ନୂତନ ସେବା ଅଧୀନରେ, ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତା ଏବେ ଉପାନ୍ତ ଅଞ୍ଚଳରେ ମଧ୍ୟ ଟେଲିକମ୍ ନେଟୱାର୍କ ସଂଯୋଗ ପାଇପାରିବେ। ଡଟ୍ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ସେବାର ନାମ ହେଉଛି ‘ଇନ୍ଟ୍ରା ସର୍କଲ୍ ରୋମିଂ’ ଅର୍ଥାତ୍ ଆଇସିଆର୍। ‘ଇନ୍ଟ୍ରା ସର୍କଲ୍ େରାମିଂ’ ବ୍ୟବସ୍ଥାରେ ନେଟୱର୍କ ନ ଆସିଲେ ବ୍ୟବହାରକାରୀ ଅନ୍ୟ ଟେଲିକମ୍ ଅପରେଟରଙ୍କ ନେଟୱର୍କ ବ୍ୟବହାର କରିବାରେ ସକ୍ଷମ ହେବେ। […]
ନୂଆଦିଲ୍ଲୀ : କେନ୍ଦ୍ର ଟେଲିକମ୍ ବିଭାଗ(ଡଟ୍) ଏକ ନୂତନ ସେବା ଆରମ୍ଭ କରିଛି। ଏହି ନୂତନ ସେବା ଅଧୀନରେ, ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତା ଏବେ ଉପାନ୍ତ ଅଞ୍ଚଳରେ ମଧ୍ୟ ଟେଲିକମ୍ ନେଟୱାର୍କ ସଂଯୋଗ ପାଇପାରିବେ। ଡଟ୍ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ସେବାର ନାମ ହେଉଛି ‘ଇନ୍ଟ୍ରା ସର୍କଲ୍ ରୋମିଂ’ ଅର୍ଥାତ୍ ଆଇସିଆର୍। ‘ଇନ୍ଟ୍ରା ସର୍କଲ୍ େରାମିଂ’ ବ୍ୟବସ୍ଥାରେ ନେଟୱର୍କ ନ ଆସିଲେ ବ୍ୟବହାରକାରୀ ଅନ୍ୟ ଟେଲିକମ୍ ଅପରେଟରଙ୍କ ନେଟୱର୍କ ବ୍ୟବହାର କରିବାରେ ସକ୍ଷମ ହେବେ।
ଆଇସିଆର୍ ଅର୍ଥାତ୍ ଇନ୍ଟ୍ରା ସର୍କଲ ରୋମିଂର ଅର୍ଥ ହେଉଛି ସମାନ ଟେଲିକମ୍ ସର୍କଲରେ ଗୋଟିଏ ମୋବାଇଲ୍ ଅପରେଟରଙ୍କ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତା ଅନ୍ୟ ଏକ ମୋବାଇଲ୍ ଅପରେଟରଙ୍କ ନେଟୱାର୍କ ବ୍ୟବହାର କରି ମୋବାଇଲ୍ ସେବା ବ୍ୟବହାର କରିପାରିବେ। ଧରାଯାଉ ଆପଣ ଏକ ଉପାନ୍ତ ଅଞ୍ଚଳରେ ଅଛନ୍ତି ଏବଂ ସେଠାରେ କେବଳ ଜିଓ ନେଟୱାର୍କ ଅଛି ଏବଂ ଆପଣ ବ୍ୟବହାର କରୁଥିବା ଅପରେଟରଙ୍କ ନେଟୱର୍କ ହେଉଛି ବିଏସ୍ଏନ୍ଏଲ୍। ଏଭଳି ପରିସ୍ଥିତିରେ ଆପଣ ଜିଓର ମୋବାଇଲ୍ ନେଟୱାର୍କ ବ୍ୟବହାର କରି ନେଟୱାର୍କ ସଂଯୋଗ ପାଇପାରିବେ। ଟେଲିକମ୍ ବିଭାଗ ଟେଲିକମ୍ ଅପରେଟରମାନଙ୍କ ସହଯୋଗରେ ସର୍କଲ୍ ମଧ୍ୟରେ ରୋମିଂ ସେବା ଆରମ୍ଭ କରିଛି।
ଏଠାରେ ସୂଚନାଯୋଗ୍ୟ ଯେ, ସର୍କଲ୍ର ଭିତର ରୋମିଂ କେବଳ ଡିଜିଟାଲ୍ ଇଣ୍ଡିଆ ପାଣ୍ଠି ଦ୍ୱାରା ସ୍ଥାପିତ ମୋବାଇଲ୍ ଟାୱାରଗୁଡ଼ିକରୁ ଉପଲବ୍ଧ ହେବ। କିଛି ଦିନ ପୂର୍ବରୁ ଓଡ଼ିଶାରେ ହୋଇଥିବା ବାତ୍ୟା ଯୋଗୁଁ, ସମସ୍ତ ଟେଲିକମ୍ ଅପରେଟରମାନେ ଇଣ୍ଟର-ସର୍କଲ ରୋମିଂକୁ ଚାଲୁ କରିଥିଲେ, ଯାହାଫଳରେ ଲୋକମାନେ ନେଟୱାର୍କ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ।





