ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ଆଦାନୀ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଚତୁର୍ଥ ସ୍ଥାନରେ ଗୌତମ ଆଦାନି । ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଉନ୍ନୀତ ହେଲେ ଭାରତୀୟ ଉଦ୍ୟୋଗପତି ତଥା ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି । ଫୋର୍ବସ୍ ତଥ୍ୟ ଅନୁଯାୟୀ, ୬୦ ବର୍ଷୀୟ ଆଦାନୀଙ୍କ ମୋଟ ସମ୍ପତ୍ତି ଗୁରୁବାର ସୁଦ୍ଧା ୧୧୫.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ହେଉଛି ୧୦୪.୬ ବିଲିୟନ ଡ଼ଲାର। ୯୦ ବିଲିୟନ […]

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଚତୁର୍ଥ ସ୍ଥାନରେ ଗୌତମ ଆଦାନି । ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଉନ୍ନୀତ ହେଲେ ଭାରତୀୟ ଉଦ୍ୟୋଗପତି ତଥା ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି । ଫୋର୍ବସ୍ ତଥ୍ୟ ଅନୁଯାୟୀ, ୬୦ ବର୍ଷୀୟ ଆଦାନୀଙ୍କ ମୋଟ ସମ୍ପତ୍ତି ଗୁରୁବାର ସୁଦ୍ଧା ୧୧୫.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ହେଉଛି ୧୦୪.୬ ବିଲିୟନ ଡ଼ଲାର। ୯୦ ବିଲିୟନ ଡଲାର ସହିତ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦଶମ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ବିଲ ଗେଟସ୍‌ ତାଙ୍କ ସମ୍ପତ୍ତିର ୨୦ ବିଲିଅନ୍‌ ଡଲାର ଦାନ କରିବେ ବୋଲି ଘୋଷଣା କରିବା ପରେ ସେ ଧନୀ ତାଲିକାରେ ତଳକକୁ ଖସିଛନ୍ତି। ବିଲ୍ ଗେଟ୍‌ସ ତାଲିକାର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତି ୧୧,୪୦୦ କୋଟି ଡଲାରରୁ ଅଧିକ ଥିବା ବେଳେ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦,୨୦୦ କୋଟି ଡଲାରକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

୨୩୫.୮ ବିଲିୟନ୍‌ ଡଲାର୍‌ ଥାଇ ଉପରୋକ୍ତ ତାଲିକାର ସର୍ବାଗ୍ରେ ଅଛନ୍ତି, ‘ଟେସ୍‌ଲା’ ଏବଂ ‘ସ୍ପେସ୍‌ଏକ୍ସ’ର ସଂସ୍ଥାପକ ଏଲନ୍‌ ମସ୍କ୍‌। ସେହିପରି ଲୁଇ ଭୁଟନ୍‌ର ବର୍ନାର୍ଡ ଆର୍ନଲ୍ଟ ଦ୍ୱିତୀୟ, ଆମାଜନ୍‌ର ଜେଫ୍‌ ବେଜୋସ୍‌ ତୃତୀୟ, ଆଦାନି ଚତୁର୍ଥ ଓ ବିଲ୍ ଗେଟ୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି। ୮,୮୦୦ କୋଟିରୁ ଅଧିକ ଡଲାରର ସମ୍ପତ୍ତି ସହ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର