ଆଜି ବିଶ୍ବ ବନ ଦିବସ

The Sakala Picture
Published On

ଆଜି ବିଶ୍ବ ବନ ଦିବସ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ବନ ଆମ ଜୀବନର ଅମୂଲ୍ୟ ନିଧି। ଏହା ଆମ ପରିବେଶର ସୁରକ୍ଷା କରିବା ସହିତ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହିକଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ବ ବନ ଦିବସ। ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ହେଉଛି ବିଶ୍ବ ବନ ଦିବସ ବା ‘ଇଣ୍ଟରନ୍ୟାନସନ୍ୟାଲ୍ ଡେ ଅଫ୍ ଫରେଷ୍ଟସ୍‌। ବନ ସଂରକ୍ଷଣ ପ୍ରତି ସଚେତନତା […]

ଆଜି ବିଶ୍ବ ବନ ଦିବସ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ବନ ଆମ ଜୀବନର ଅମୂଲ୍ୟ ନିଧି। ଏହା ଆମ ପରିବେଶର ସୁରକ୍ଷା କରିବା ସହିତ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହିକଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ବ ବନ ଦିବସ। ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ହେଉଛି ବିଶ୍ବ ବନ ଦିବସ ବା ‘ଇଣ୍ଟରନ୍ୟାନସନ୍ୟାଲ୍ ଡେ ଅଫ୍ ଫରେଷ୍ଟସ୍‌। ବନ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା ତଥା ଆଗାମୀ ପିଢିକୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ସାରା ବିଶ୍ବର ୩.୨ କୋଟି ଏକର ପରିମିତ ଜଙ୍ଗଲ ନଷ୍ଟ ହେଉଛି। ଅଦ୍ୟାବଧି ବିଶ୍ବର ଅଶୀ ପ୍ରତିଶତ ଜଙ୍ଗଲ ଧ୍ବଂସ ପାଇ ସାରିଗଲାଣି। ଏହା ରୋକାଯାଇ ନ ପାରିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହୋଇଯିବ। ଅଙ୍ଗାରକାମ୍ଳ ବାଷ୍ପ ସର୍ବତ୍ର ସୃଷ୍ଟି କରିବ। ଜଙ୍ଗଲ ଉପରେ ୮୦% ପଶୁପକ୍ଷୀ ନିର୍ଭରଶୀଳ। ବିଶ୍ବର ଭୂଭାଗର ୩୦ପ୍ରତିଶତ ଜଙ୍ଗଲ। ଜଙ୍ଗଲ ୬୦ ହଜାର ପ୍ରଜାତିର ବୃକ୍ଷ ଲତାର ବାସସ୍ଥାନ। ୧୬୦ କୋଟି ମଣିଷ ଜଙ୍ଗଲ ଉପରେ ନିର୍ଭରଶୀଳ। ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଚାଇନା ବିଶ୍ବରେ ଅଗ୍ରଣୀ। ମଣିଷ କଳକାରଖାନା, କୋଠାବାଡ଼ି ଇତ୍ୟାଦି ନିର୍ମାଣ କରିବା ପାଇଁ ଜଙ୍ଗଲ ନଷ୍ଟ କରୁଛି, ଏଥିଯୋଗୁଁ ଗ୍ଲୋବାଲ୍ ୱାର୍ମିଂ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଯିବା ସହ ଲଗାତାର ପରିବେଶର ସନ୍ତୁଳନ ବିଗିଡିବାରେ ଲାଗିଛି। ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ସହ ମାତ୍ରାଧିକ ବର୍ଷା ଫଳରେ ବନ୍ୟା ସମସ୍ୟା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

21 Mar 2021 By The Sakala

ଆଜି ବିଶ୍ବ ବନ ଦିବସ

ଆଜି ବିଶ୍ବ ବନ ଦିବସ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା। ବନ ଆମ ଜୀବନର ଅମୂଲ୍ୟ ନିଧି। ଏହା ଆମ ପରିବେଶର ସୁରକ୍ଷା କରିବା ସହିତ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହିକଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ବ ବନ ଦିବସ। ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ହେଉଛି ବିଶ୍ବ ବନ ଦିବସ ବା ‘ଇଣ୍ଟରନ୍ୟାନସନ୍ୟାଲ୍ ଡେ ଅଫ୍ ଫରେଷ୍ଟସ୍‌। ବନ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା ତଥା ଆଗାମୀ ପିଢିକୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ସାରା ବିଶ୍ବର ୩.୨ କୋଟି ଏକର ପରିମିତ ଜଙ୍ଗଲ ନଷ୍ଟ ହେଉଛି। ଅଦ୍ୟାବଧି ବିଶ୍ବର ଅଶୀ ପ୍ରତିଶତ ଜଙ୍ଗଲ ଧ୍ବଂସ ପାଇ ସାରିଗଲାଣି। ଏହା ରୋକାଯାଇ ନ ପାରିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହୋଇଯିବ। ଅଙ୍ଗାରକାମ୍ଳ ବାଷ୍ପ ସର୍ବତ୍ର ସୃଷ୍ଟି କରିବ। ଜଙ୍ଗଲ ଉପରେ ୮୦% ପଶୁପକ୍ଷୀ ନିର୍ଭରଶୀଳ। ବିଶ୍ବର ଭୂଭାଗର ୩୦ପ୍ରତିଶତ ଜଙ୍ଗଲ। ଜଙ୍ଗଲ ୬୦ ହଜାର ପ୍ରଜାତିର ବୃକ୍ଷ ଲତାର ବାସସ୍ଥାନ। ୧୬୦ କୋଟି ମଣିଷ ଜଙ୍ଗଲ ଉପରେ ନିର୍ଭରଶୀଳ। ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଚାଇନା ବିଶ୍ବରେ ଅଗ୍ରଣୀ। ମଣିଷ କଳକାରଖାନା, କୋଠାବାଡ଼ି ଇତ୍ୟାଦି ନିର୍ମାଣ କରିବା ପାଇଁ ଜଙ୍ଗଲ ନଷ୍ଟ କରୁଛି, ଏଥିଯୋଗୁଁ ଗ୍ଲୋବାଲ୍ ୱାର୍ମିଂ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଯିବା ସହ ଲଗାତାର ପରିବେଶର ସନ୍ତୁଳନ ବିଗିଡିବାରେ ଲାଗିଛି। ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ସହ ମାତ୍ରାଧିକ ବର୍ଷା ଫଳରେ ବନ୍ୟା ସମସ୍ୟା ଦେଖାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର