ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ଚର୍ଚ୍ଚରେ ପାଳିତ ହେଉଛି ବଡ଼ଦିନ

The Sakala Picture
Published On

ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯାଇଛି। ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠିଛି । ମେରି କ୍ରିସ୍‌ମାସ୍‌ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଦିନଟିକୁ ଇଉରୋପୀୟ […]

ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯାଇଛି। ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠିଛି । ମେରି କ୍ରିସ୍‌ମାସ୍‌ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜକମରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମର ଲୋକେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବଡଦିନରେ କେକ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍‌ କାଟିବା ସହ ପରସ୍ପରକୁ କେକ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି । ଛକ ଛକରେ ଲାଇଟ୍‌ ଲଗାଇ ଖ୍ରୀଷ୍ଟମାସ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାଣ୍ଟାକ୍ଲଜ୍‌ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ତେଣୁ ଏହି ଦିନରେ କିଛି ବ୍ୟକ୍ତି ସାଣ୍ଟାକ୍ଲଜ୍‌ ବେଶରେ ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି। ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତାନୁଯାୟୀ, ଈଶ୍ୱରଙ୍କ ସନ୍ତାନ ରୂପେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ପବିତ୍ର ଗ୍ରନ୍ଥ ବାଇବେଲରେ ପ୍ରଭୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନ ଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ ପ୍ରଭୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ପାଳନ କରାହେଉଛି ବଡ଼ଦିନ। ମହାମାରୀ କରୋନା ଉପରେ ଓମିକ୍ରନ୍‌ ବ୍ୟାପିବା ଡର ସକାଶେ ଏଥର କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ପାଳନ କରାଯାଉଛି ବଡ଼ଦିନ ।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର