ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ଖେଳ; ପ୍ରଥମେ ମହଙ୍ଗା, ପରେ ଶସ୍ତା….

The Sakala Picture
Published On

ୱାଶିଂଟନ୍: ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ […]

ୱାଶିଂଟନ୍: ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଥିଲା। ଏଥିରେ ବଡ଼ କଥା ହେଉଛି ସୁନା ଶସ୍ତା ଏବଂ ମହଙ୍ଗା ହେବା ପଛରେ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କର ନିଷ୍ପତ୍ତି ଏକ ନିଷ୍ପତ୍ତି ମୁଖ୍ୟ କାରଣ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଏବେ ପ୍ରଶ୍ନ ଉଠୁଛି, ସୁନା ଦର ହଠାତ୍ ଏତେ ବଢ଼ିଗଲା କିପରି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ ହେଉଛି ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି। ୨୦୨୫ରେ ଟ୍ରମ୍ପ ନୂଆ ଶୁଳ୍କ ନୀତି ଘୋଷଣା କରିବା ପରିସ୍ଥିତିକୁ ଆହୁରି ଗରମ କରିଦେଇଥିଲା। ଟ୍ରମ୍ପ ସମସ୍ତ ଦେଶ ଉପରେ ‘ପାରସ୍ପରିକ ଶୁଳ୍କ’ ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରବଳ ଚାପର ଭୟ ସୃଷ୍ଟି କରିଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ସୁନାକୁ ସମର୍ଥନ କରିଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ପ୍ରତ୍ୟେକ ଗତିକୁ କୌଣସି ସ୍ଥାନରେ ବିରାମ ମଧ୍ୟ ମିଳିଥାଏ। ସୁନା ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏପ୍ରିଲ ୨୨ରେ ସୁନା ୩୫୦୦ ଡଲାରରେ ପହଞ୍ଚିଥିଲା ଏବଂ ତା’ପରେ ହଠାତ୍ ଏଥିରେ ୨୦୦ ଡଲାର ହ୍ରାସ ପାଇଥିଲା। ବର୍ତ୍ତମାନ ଦର ପ୍ରାୟ ପ୍ରତି ଆଉନ୍ସ ୩୩୦୦ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ଏପ୍ରିଲ ୨୨ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ସ୍ତର ଛୁଇଁଥିଲା, ଯାହା ବର୍ତ୍ତମାନ ୯୫,୩୨୦ ଟଙ୍କାକୁ ହ୍ରାସ ପାଇଛି। ଯଦି ଆର୍ଥିକ ପରିସ୍ଥିତିରେ ଆହୁରି ଉନ୍ନତି ହୁଏ, ତେବେ ନିବେଶକମାନେ ଇକ୍ୱିଟି ଭଳି ବିପଦପୂର୍ଣ୍ଣ କିନ୍ତୁ ଅଧିକ ରିଟର୍ଣ୍ଣ ଦେଉଥିବା ଉପକରଣ ଆଡକୁ ମୁହାଁଇପାରନ୍ତି। ଏହା ସୁନାର ନିରାପଦ ଚାହିଦାକୁ ହ୍ରାସ କରିପାରେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

28 Apr 2025 By The Sakala

ସୁନା ଦର ବଢ଼ିବା ପଛରେ ଟ୍ରମ୍ପ୍‌ଙ୍କ ଖେଳ; ପ୍ରଥମେ ମହଙ୍ଗା, ପରେ ଶସ୍ତା….

ୱାଶିଂଟନ୍: ବିଶ୍ବରେ ସୁନା ଦର ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଥିଲା। ହଠାତ୍ ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିଲା। ୨୦୧୧ ଅକ୍ଟୋବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସୁନା ମୂଲ୍ୟ ଆଉନ୍ସ ପିଛା ପ୍ରାୟ ୧,୭୦୦ ଡଲାର ରହିଥିଲା। ହଠାତ୍‌ ୨୦୨୨ ନଭେମ୍ବରଠାରୁ ପରିସ୍ଥିତି ବଦଳି ଯାଇଥିଲା। ସେହି ମାସରେ ସୁନା ଦର ହଠାତ୍ ବୃଦ୍ଧି ପାଇ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ମୂଲ୍ୟ। ତଥାପି, ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ମଧ୍ୟ ଦେଖାଯାଇଥିଲା। ଏଥିରେ ବଡ଼ କଥା ହେଉଛି ସୁନା ଶସ୍ତା ଏବଂ ମହଙ୍ଗା ହେବା ପଛରେ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କର ନିଷ୍ପତ୍ତି ଏକ ନିଷ୍ପତ୍ତି ମୁଖ୍ୟ କାରଣ।

ଏବେ ପ୍ରଶ୍ନ ଉଠୁଛି, ସୁନା ଦର ହଠାତ୍ ଏତେ ବଢ଼ିଗଲା କିପରି। ଏହା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ ହେଉଛି ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି। ୨୦୨୫ରେ ଟ୍ରମ୍ପ ନୂଆ ଶୁଳ୍କ ନୀତି ଘୋଷଣା କରିବା ପରିସ୍ଥିତିକୁ ଆହୁରି ଗରମ କରିଦେଇଥିଲା। ଟ୍ରମ୍ପ ସମସ୍ତ ଦେଶ ଉପରେ ‘ପାରସ୍ପରିକ ଶୁଳ୍କ’ ଲାଗୁ କରିବାକୁ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରବଳ ଚାପର ଭୟ ସୃଷ୍ଟି କରିଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବଂ ଅର୍ଥନୈତିକ ଅନିଶ୍ଚିତତା ସୁନାକୁ ସମର୍ଥନ କରିଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ପ୍ରତ୍ୟେକ ଗତିକୁ କୌଣସି ସ୍ଥାନରେ ବିରାମ ମଧ୍ୟ ମିଳିଥାଏ। ସୁନା ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏପ୍ରିଲ ୨୨ରେ ସୁନା ୩୫୦୦ ଡଲାରରେ ପହଞ୍ଚିଥିଲା ଏବଂ ତା’ପରେ ହଠାତ୍ ଏଥିରେ ୨୦୦ ଡଲାର ହ୍ରାସ ପାଇଥିଲା। ବର୍ତ୍ତମାନ ଦର ପ୍ରାୟ ପ୍ରତି ଆଉନ୍ସ ୩୩୦୦ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ଏପ୍ରିଲ ୨୨ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ସ୍ତର ଛୁଇଁଥିଲା, ଯାହା ବର୍ତ୍ତମାନ ୯୫,୩୨୦ ଟଙ୍କାକୁ ହ୍ରାସ ପାଇଛି। ଯଦି ଆର୍ଥିକ ପରିସ୍ଥିତିରେ ଆହୁରି ଉନ୍ନତି ହୁଏ, ତେବେ ନିବେଶକମାନେ ଇକ୍ୱିଟି ଭଳି ବିପଦପୂର୍ଣ୍ଣ କିନ୍ତୁ ଅଧିକ ରିଟର୍ଣ୍ଣ ଦେଉଥିବା ଉପକରଣ ଆଡକୁ ମୁହାଁଇପାରନ୍ତି। ଏହା ସୁନାର ନିରାପଦ ଚାହିଦାକୁ ହ୍ରାସ କରିପାରେ।

https://www.thesakala.in/big-news/trumps-game-behind-the-increase-in-gold-prices-first-expensive-then-cheap/article-40246
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର