ଖୁବଶୀଘ୍ର ବିବାହ କରିବେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରା

The Sakala Picture
Published On

ନୂଆଦିଲ୍ଲୀ : ଖୁବଶୀଘ୍ର ବିହାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା । ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରୁ ଓହରି ଯାଇଥିଲେ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କେଉଁ ବ୍ୟକ୍ତିଗତ କାରଣ ପାଇଁ ବୁମରା ସିରିଜ୍‌ରୁ ଓହରିଗଲେ। ତେବେ ବିସିସିଆଇ ଏବେ ବୁମରାଙ୍କ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛି। ବୋର୍ଡର ଅଧିକାରୀ କହିଛନ୍ତି, ବୁମରା ଛୁଟି ଦିନରେ […]

ନୂଆଦିଲ୍ଲୀ : ଖୁବଶୀଘ୍ର ବିହାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା । ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରୁ ଓହରି ଯାଇଥିଲେ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କେଉଁ ବ୍ୟକ୍ତିଗତ କାରଣ ପାଇଁ ବୁମରା ସିରିଜ୍‌ରୁ ଓହରିଗଲେ। ତେବେ ବିସିସିଆଇ ଏବେ ବୁମରାଙ୍କ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛି। ବୋର୍ଡର ଅଧିକାରୀ କହିଛନ୍ତି, ବୁମରା ଛୁଟି ଦିନରେ ବିବାହ କରିବାକୁ ପ୍ରସ୍ତୁତି କରି ସାରିଛନ୍ତି। ଆଶା କରାଯାଉଛି ଚଳିତ ସପ୍ତାହରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ଆହୁରି ପଢ଼ନ୍ତୁ: WFI ସହ ବିବାଦ ମଧ୍ୟରେ ଗୋଣ୍ଡାରେ ପହଞ୍ଚିଲେ ଭିନେଶ ଫୋଗାଟ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନେଇ କଲେ ଦାବି

ଆହୁରି ପଢ଼ନ୍ତୁ: ଅଭ୍ୟାସ ବେଳେ ୬ଟି କ୍ୟାମେରା ଫଲୋ କରିବା ଅସ୍ୱାଭାବିକ: ନିଜ ଗୋପନୀୟତାକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

୨୭ ବର୍ଷୀୟ ବୁମରା କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଦକ୍ଷିଣୀ ସୁନ୍ଦରୀ ଅନୁପମା ପରେମଶ୍ବରଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ସୋସିଆଲ ମିଡିଆର ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି ଘୋଷଣାକୁ ନେଇ । ସାମାଜିକ ଗଣମାଧ୍ୟମରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ଅନୁପମା। ଅନୁପମା ମଙ୍ଗଳବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ। ଏଥିରେ ସେ ଗାଲରେ ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି। ସେ ଲେଖିଥିଲେ ‘ହାପି ହଲିଡେ ଟୁ ମି’। ଏବେ ଚର୍ଚ୍ଚା ଜୋର ଧରିଛି ଯେ, କଣ ବୁମରା ଓ ଅନୁପମା ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି କି ? ତେବେ ପ୍ରକୃତରେ ବୁମରା କାହାକୁ ବିବାହ କରିବେ ତାହା ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ହେଉଛନ୍ତି ସୁନୀଲ ନାରିନ: ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ

୨୭ ବର୍ଷୀୟ ବୁମରା ଚଳିତ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଦୁଇଟି ଟେଷ୍ଟ ଖେଳିଛନ୍ତି ଓ ୪ଟି ୱିକେଟ ହାସଲ କରିଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ବିଶ୍ରାମ ପରେ ତୃତୀୟ ଟେଷ୍ଟରେ ୱିକେଟଶୂନ୍ୟ ରହିଥିଲେ । ଅହମ୍ମଦାବାଦର ପିଚ୍‌ ସ୍ପିନ ବୋଲରଙ୍କୁ ସୁହାଇଥିଲା । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ବୁମରାଙ୍କୁ ପୂର୍ବରୁ ବିଶ୍ରାମ ଦିଆଯାଇଥିଲା ।

03 Mar 2021 By The Sakala

ଖୁବଶୀଘ୍ର ବିବାହ କରିବେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରା

ନୂଆଦିଲ୍ଲୀ : ଖୁବଶୀଘ୍ର ବିହାହ ବନ୍ଧନରେ ଆବଦ୍ଧ ହେବେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା । ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରୁ ଓହରି ଯାଇଥିଲେ। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ, କେଉଁ ବ୍ୟକ୍ତିଗତ କାରଣ ପାଇଁ ବୁମରା ସିରିଜ୍‌ରୁ ଓହରିଗଲେ। ତେବେ ବିସିସିଆଇ ଏବେ ବୁମରାଙ୍କ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛି। ବୋର୍ଡର ଅଧିକାରୀ କହିଛନ୍ତି, ବୁମରା ଛୁଟି ଦିନରେ ବିବାହ କରିବାକୁ ପ୍ରସ୍ତୁତି କରି ସାରିଛନ୍ତି। ଆଶା କରାଯାଉଛି ଚଳିତ ସପ୍ତାହରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ।

୨୭ ବର୍ଷୀୟ ବୁମରା କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ଦକ୍ଷିଣୀ ସୁନ୍ଦରୀ ଅନୁପମା ପରେମଶ୍ବରଣଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି। ତେବେ ସୋସିଆଲ ମିଡିଆର ଏହି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି ଘୋଷଣାକୁ ନେଇ । ସାମାଜିକ ଗଣମାଧ୍ୟମରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ଅନୁପମା। ଅନୁପମା ମଙ୍ଗଳବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ। ଏଥିରେ ସେ ଗାଲରେ ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି। ସେ ଲେଖିଥିଲେ ‘ହାପି ହଲିଡେ ଟୁ ମି’। ଏବେ ଚର୍ଚ୍ଚା ଜୋର ଧରିଛି ଯେ, କଣ ବୁମରା ଓ ଅନୁପମା ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି କି ? ତେବେ ପ୍ରକୃତରେ ବୁମରା କାହାକୁ ବିବାହ କରିବେ ତାହା ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

୨୭ ବର୍ଷୀୟ ବୁମରା ଚଳିତ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଦୁଇଟି ଟେଷ୍ଟ ଖେଳିଛନ୍ତି ଓ ୪ଟି ୱିକେଟ ହାସଲ କରିଛନ୍ତି । ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ବିଶ୍ରାମ ପରେ ତୃତୀୟ ଟେଷ୍ଟରେ ୱିକେଟଶୂନ୍ୟ ରହିଥିଲେ । ଅହମ୍ମଦାବାଦର ପିଚ୍‌ ସ୍ପିନ ବୋଲରଙ୍କୁ ସୁହାଇଥିଲା । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ବୁମରାଙ୍କୁ ପୂର୍ବରୁ ବିଶ୍ରାମ ଦିଆଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp