ଭାରତ ବିପକ୍ଷରେ ଦିନିକିଆ ସିରିଜ ଜିତିଲା ଶ୍ରୀଲଙ୍କା

The Sakala Picture
Published On

କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜ ହାରିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିଲା। ଧାର୍ଯ୍ୟ ୨୪୯ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ୨୬.୧ ଓଭରରେ ୧୦ ୱିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା। ଫଳରେ  ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି […]

କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜ ହାରିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିଲା। ଧାର୍ଯ୍ୟ ୨୪୯ ରନ୍‌ର ପିଛା କରି ଟିମ୍ ଇଣ୍ଡିଆ ୨୬.୧ ଓଭରରେ ୧୦ ୱିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା। ଫଳରେ  ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍ ମଧ୍ୟରେ ଶ୍ରୀଲଙ୍କା ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା। ଏଥିସହ ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭରତ ପକ୍ଷରୁ ରୋହିତ ଶର୍ମା ୩୫ ରନ୍ କରିଥିବାବେଳେ ବିରାଟ କୋହଲି ୨୦ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୧୫ ଏବଂ ୱାଶିଂଟନ ସୁନ୍ଦର ୩୦ ରନ୍ କରିଥିଲେ। ଅନ୍ୟ ୭ ଜଣ ବ୍ୟାଟ୍ସମ୍ୟାନ ଏକ ଅଙ୍କରେ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଶ୍ରୀଲଙ୍କା ପକ୍ଷରୁ ଦୁନିତ ୱେଲାଲଗେ ସର୍ବାଧିକ ୫ ୱିକେଟ ନେଇଥିଲେ । ସେହିପରି ଜେ‌ଫ୍ରେ ଭଣ୍ଡାରସେ ଓ ମହିଶ ଥିକସାନା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ  ଅସିଥା ଫର୍ଣ୍ଣାଣ୍ଡୋ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp