ଅହମ୍ମଦାବାଦରେ ଛକା ବର୍ଷା କରି ରୋହିତ କଲେ ରେକର୍ଡ, ବିଶ୍ବର ତୃତୀୟ ବ୍ୟାଟର ଭାବେ ମାରିଲେ ୩ଶହ ଛକା

The Sakala Picture
Published On

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୁଛନ୍ତି ଛକା ବର୍ଷା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନା କରିନପାରି ୧୯୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ତେବେ ପାକିସ୍ତାନ ଇଂନିସରେ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ଯାହା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଥିବା ୧ ଲକ୍ଷ ୩୦ ହଜାର  ଦର୍ଶକଙ୍କୁ ନିରାଶ କରିଥିଲା। କିନ୍ତୁ ଭାରତର […]

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୁଛନ୍ତି ଛକା ବର୍ଷା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନା କରିନପାରି ୧୯୧ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ତେବେ ପାକିସ୍ତାନ ଇଂନିସରେ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ଯାହା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଥିବା ୧ ଲକ୍ଷ ୩୦ ହଜାର  ଦର୍ଶକଙ୍କୁ ନିରାଶ କରିଥିଲା। କିନ୍ତୁ ଭାରତର ବ୍ୟାଟିଂ ଆରମ୍ଭ ହେବା ପରେ ଦେଖିବାକୁ ମିଳିଛି ଛକା ବର୍ଷା।

ଆହୁରି ପଢ଼ନ୍ତୁ: ଋଷିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ! ହଷ୍ଟେଲରେ ପଶି ଛୁରାମାଡ଼

୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଛି। ଶୁବମନ ଗିଲ୍‌ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ଏହାପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଛି। ସେ ଆଫ୍ରିଦିଙ୍କୁ ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍‌ରେ ରୋହିତ ୨ଟି ଛକା ମାରିଛନ୍ତି। ତେବେ ବିରାଟ ବଡ଼ ଶଟ ଖେଳିବାକୁ ଯାଇ ହାସନ ଅଲୀଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ଖବର ଲେଖା ଯିବା ବେଳକୁ ଭାରତ ୧୫ ଓଭରରେ ୨ ୱିକେଟ ହରାଇ ଭାରତ ୧୧୧ ରନ୍‌ କରିଛି। ରୋହିତ ଶର୍ମା ୪୨ ବଲରେ ୫ ଛକା ଓ ୩ ଚୌକା ସହ ୬୧ ରନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଭୟ; ଠକଙ୍କ କଥାରେ ପ୍ରାୟ ୩୫ ଘଣ୍ଟା ଧରି ଘରେ ନଜରବନ୍ଦୀ

ରୋହିତଙ୍କ ଛକା ରେକର୍ଡ 

ଆହୁରି ପଢ଼ନ୍ତୁ: ଭାରତ ବନ୍ଦ ଭିତରେ ଫସିଗଲେ 'ବର', ବିବାହ ମଣ୍ଡପକୁ ଯିବା ପୂର୍ବରୁ ଅଟକାଇଲେ ବିକ୍ଷୋଭକାରୀ

ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ବର୍ତ୍ତମାନ ସୁଦ୍ଧା ୫ ଛକା ମାରି ଦିନିକିଆରେ ନିଜର ୩୦୦ ଛକା ପୂରଣ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ୩୦୦ ଛକା ମାରି ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ୩୫୧ ଛକା ଓ ୱେଷ୍ଟଇଣ୍ଡିଜର ପୂର୍ବତନ ଓପନର୍ କ୍ରିସ୍ ଗେଲ ୩୩୧ ଛକା ମାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp