ଶନିବାରଠୁ ପୁଣି ଆଇପିଏଲ୍‌-୧୮, ଫେରିବେ ଅଧିକାଂଶ ବିଦେଶୀ ଖେଳାଳି

The Sakala Picture
Published On

ନୂଆଦିଲ୍ଲୀ : ଆଇପିଏଲ-୧୮’ର ବଳକା ଥିବା ମ୍ୟାଚ୍‌ ଖେଳିବାକୁ ଅଧିକାଂଶ ବିଦେଶୀ ଖେଳାଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଅବଶ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କେତେଜଣ ଖେଳାଳି ଭାରତ ନ ଆସିବା ସ୍ପଷ୍ଟ ହୋଇଛି। ୧୭ ତାରିଖରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ଆରମ୍ଭ ହେବ। ସନରାଇଜର୍ସ ହାଇଦରବାଦ୍‌ର ନେତୃତ୍ୱ ନେଉଥିବା ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଆଇପିଏଲ ଖେଳିବାକୁ ଭାରତ ଫେରିବେ। ହାଇଦରାଦାଦ୍‌ ମଧ୍ୟ ପ୍ଲେ ଅଫ୍‌ ରେସ୍‌ ଦୌଡ଼ରେ ରହିଛି। ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା […]

ନୂଆଦିଲ୍ଲୀ : ଆଇପିଏଲ-୧୮’ର ବଳକା ଥିବା ମ୍ୟାଚ୍‌ ଖେଳିବାକୁ ଅଧିକାଂଶ ବିଦେଶୀ ଖେଳାଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଅବଶ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କେତେଜଣ ଖେଳାଳି ଭାରତ ନ ଆସିବା ସ୍ପଷ୍ଟ ହୋଇଛି। ୧୭ ତାରିଖରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ଆରମ୍ଭ ହେବ। ସନରାଇଜର୍ସ ହାଇଦରବାଦ୍‌ର ନେତୃତ୍ୱ ନେଉଥିବା ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଆଇପିଏଲ ଖେଳିବାକୁ ଭାରତ ଫେରିବେ। ହାଇଦରାଦାଦ୍‌ ମଧ୍ୟ ପ୍ଲେ ଅଫ୍‌ ରେସ୍‌ ଦୌଡ଼ରେ ରହିଛି। ଗୁଜରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପୂରା ଦଳ ସହ ପଡିଆକୁ ଓହ୍ଲାଇବା ସ୍ପଷ୍ଟ ହୋଇଛି। ମଙ୍ଗଳବାର ମୁମ୍ବାଇ ତା’ର ଅଭ୍ୟାସ ଆରମ୍ଭ କରିଥିବାବେଳେ ରୋହିତ ଶର୍ମାଙ୍କ ସମେତ ମିଚେଲ ସାଣ୍ଟନର, ବେଭୋନ ଜ୍ୟାକବ୍ସ, ମୁଜିବ ଉର ରହମାନ ଏଥିରେ ଯୋଗ ଦେଇଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ୱିଲ ଜ୍ୟାକ୍ସ, ରିଆନ ରିକ୍ଲେଟନ ଗୁରୁବାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଗୁଜରାଟ ପାଇଁ ଖେଳୁଥିବା ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଜୋଶ ବଟଲର, ଦକ୍ଷିଣ ଆଫ୍ରିକାର ଗୋରାଲ୍ଡ କୋଏଜି ଖୁବ୍‌ଶୀଘ୍ର ଦଳରେ ଯୋଗ ଦେବେ। ରସିଦ ଖାନ, କାଗିସୋ ରାବାଡ଼ା, ଶେଫାର୍ନ ରଦରଫର୍ଡ ଭାରତରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: କେଏଲ ରାହୁଲଙ୍କ ଐତିହାସିକ ସଫଳତା: ସମସ୍ତ ସେନା (SENA) ଦେଶରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର

ଆର୍ଚର, କୁରାନ, ହାଜଲେଉଡ୍‌, ଷ୍ଟାର୍କ ଆସିବେନି:
ଅପରପକ୍ଷରେ ୩ ଇଂଲଣ୍ଡ ଖେଳାଳି ଜୋଫ୍ରା ଆର୍ଚର (ରାଜସ୍ଥାନ ରୟାଲ୍ସ), ଜେମି ଓଭରଟନ (ଚେନ୍ନାଇ ସୁପର୍‌ କିଙ୍ଗ୍‌ସ) ଓ ସାମ କୁରାନ (ଚେନ୍ନାଇ) ଚଳିତ ଆଇପିଏଲ୍‌ର ବଳକା ମ୍ୟାଚ୍‌ ଖେଳିବାକୁ ଆଉ ଭାରତ ଆସିବେନି। ଇସିବି ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏଥିପୂର୍ବରୁ ଦୁଇ ଅଷ୍ଟ୍ରେଲୀୟ ମହାନ ଦ୍ରୁତ ବୋଲର ବେଙ୍ଗାଲୁରୁର ଜୋଶ ହାଜଲେଉଡ୍‌, ମିଚେଲ ଷ୍ଟାର୍କ ଓ ଜ୍ୟାକ୍‌ ଫ୍ରେଜର ମ୍ୟାକଗର୍କ ବଳକା ଥିବା ମ୍ୟାଚ୍‌ ଖେଳିବାକୁ ଆସିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ସେହିପରି ପଞ୍ଜାବ କିଙ୍ଗ୍‌ସର ଜୋଶ ଇଂଲିଶ, ମାର୍କସ ଷ୍ଟୋଇନିସ୍‌ଙ୍କ ଭଳି ଅଷ୍ଟ୍ରେଲିଆ ଖେଳାଳିଙ୍କ ଫେରିବା ନେଇ ଅନିଶ୍ଚିତ ରହିଛି। ଦକ୍ଷିଣ ଆଫ୍ରିକା ବୋର୍ଡ ମଧ୍ୟ ଏହାର ଖେଳାଳିଙ୍କୁ ପଠାଇବା ସପକ୍ଷରେ ନାହିଁ। ଫଳରେ ଆଇପିଏଲ୍‌-୧୮ର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଅଧିକାଂଶ ଫ୍ରାଞ୍ଚାଇଜର କିଛି ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ପରିଲକ୍ଷିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ଆଇପିଏଲ୍‌ ଅଷ୍ଟାଦଶ ସଂସ୍କରଣକୁ ଅଧାରୁ ବିସିସିଆଇ ସ୍ଥଗିତ ରଖିଥିଲା। ବଳକା ଥିବା ୧୭ଟି ମ୍ୟାଚ୍‌ ଏବେ ଶନିବାରଠାରୁ ଆରମ୍ଭ ହେବ। ଅପରପକ୍ଷରେ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଛନ୍ତି। ଓପନର ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କ ବଦଳ ଖେଳାଳି ଭାବେ ତାଙ୍କୁ ଦଳରେ ନିଆଯାଇଛି। ଅଷ୍ଟ୍ରେଲିଆ ଖେଳାଳି ମ୍ୟାକଗର୍କ ଆଇପିଏଲର ବାକି ମ୍ୟାଚ୍‌ ଖେଳିବାକୁ ଭାରତ ଆସିବେ ନାହିଁ। ଏହାପୂର୍ବରୁ ମୁସ୍ତାଫିଜୁର ୨୦୨୨ ଓ ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର