T-20 ବିଶ୍ୱକପ୍-୨୦୨୬ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ବାଦ୍ ପଡିଲେ ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଅଧିନାୟକ

Madhusudan Das Picture
Published On

ନୂଆଦିଲ୍ଲୀ: T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି। ଫେବୃଆରୀ ୭ରୁ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଶନିବାର ଦଳ ଚୟନ କରିଛି। ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସଞ୍ଜୁ ସାମସନ, ଈଶାନ କିଷନଙ୍କୁ ଟିମରେ ସ୍ଥାନ ମିଳିଛି । 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତେବେ ଶୁଭମନ ଗିଲ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଟି-୨୦ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତାମାନେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି। ଗତ ସେପ୍ଟେମ୍ବର ମାସରୁ ଖେଳିଥିବା ୧୫ଟି ଇନିଂସରେ ଗିଲ୍ କୌଣସି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ, ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ନୂତନ ଉପ-ଅଧିନାୟକ (Vice-Captain) ଭାବେ ନିଯୁକ୍ତ କରାଯାଇଛି। ୨୦୨୪ ବିଶ୍ୱକପ୍ ଦଳରେ ଥିବା ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଏଥର ସ୍ଥାନ ପାଇନାହାନ୍ତି।

ଆହୁରି ପଢ଼ନ୍ତୁ: ୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି

ଝାଡଖଣ୍ଡକୁ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇଶାନ କିଷାନ ଦଳକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫାଇନାଲରେ ତାଙ୍କର ବିସ୍ଫୋରକ ଶତକ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବହୁମୁଖୀ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ଉପରେ ଗୁରୁତ୍ୱ ଦେଉଥିବାରୁ ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ସାମିଲ ହୋଇଛନ୍ତି।

ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଇଶାନ କିଷାନ (ୱିକେଟକିପର)।

20 Dec 2025 By Madhusudan Das

T-20 ବିଶ୍ୱକପ୍-୨୦୨୬ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ବାଦ୍ ପଡିଲେ ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଅଧିନାୟକ

ନୂଆଦିଲ୍ଲୀ: T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳର ଚୂଡ଼ାନ୍ତ ତାଲିକା ଘୋଷଣା କରିଛି। ଫେବୃଆରୀ ୭ରୁ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଶନିବାର ଦଳ ଚୟନ କରିଛି। ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସଞ୍ଜୁ ସାମସନ, ଈଶାନ କିଷନଙ୍କୁ ଟିମରେ ସ୍ଥାନ ମିଳିଛି । 

ତେବେ ଶୁଭମନ ଗିଲ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଟି-୨୦ ଫର୍ମାଟରେ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତାମାନେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି। ଗତ ସେପ୍ଟେମ୍ବର ମାସରୁ ଖେଳିଥିବା ୧୫ଟି ଇନିଂସରେ ଗିଲ୍ କୌଣସି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ, ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ନୂତନ ଉପ-ଅଧିନାୟକ (Vice-Captain) ଭାବେ ନିଯୁକ୍ତ କରାଯାଇଛି। ୨୦୨୪ ବିଶ୍ୱକପ୍ ଦଳରେ ଥିବା ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଏଥର ସ୍ଥାନ ପାଇନାହାନ୍ତି।

ଝାଡଖଣ୍ଡକୁ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇଶାନ କିଷାନ ଦଳକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫାଇନାଲରେ ତାଙ୍କର ବିସ୍ଫୋରକ ଶତକ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବହୁମୁଖୀ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ଉପରେ ଗୁରୁତ୍ୱ ଦେଉଥିବାରୁ ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ସାମିଲ ହୋଇଛନ୍ତି।

ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ଇଶାନ କିଷାନ (ୱିକେଟକିପର)।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର