ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

Madhusudan Das Picture
Published On

ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ସମେତ ବିଶ୍ୱର କ୍ରିକେଟ ପ୍ରଶଂସକ ପୁଣି ଥରେ ଫଟାଫଟ୍‌ କ୍ରିକେଟରେ ମଜା ନେବାର ସୁଯୋଗ ପାଇବେ। ସବୁଥର ଭଳି ଏଥର ମଧ୍ୟ ଆଇପିଏଲ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ଆଶା କରାଯାଉଛି। ଏଥର ଆଇପିଏଲ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତାକୁ ନେଇ କିଛି ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି।  ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁପରଷ୍ଟାର ବିରାଟ କୋହଲିଙ୍କ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ସନରାଇଜର୍ସ ହାଇଦରାବାଦ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁ ଗତ ସଂସ୍କରଣରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସେହିପରି ଇଶାନ କିଶାନଙ୍କ ନେତୃତ୍ୱରେ  ହାଇଦରାବାଦ ବିଜୟରୁ ଖାତା ଖୋଲିବ ବୋଲି ଆଶା କରାଯାଉଛି। ଆହତ ହୋଇଥିବାରୁ ପ୍ୟାଟ କମିନ୍ସ ଲିଗ୍‌ର ପ୍ରଥମାର୍ଦ୍ଧରେ ଖେଳିବେ ନାହିଁ। ତାଙ୍କ ବଦଳରେ ଇଶାନ ହାଇଦରାବାଦର ନେତୃତ୍ୱ ନେଉଛନ୍ତି। 

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା: ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ

ସେହିପରି ବେଙ୍ଗାଲୁରୁର ମାଲିକାନା ସ୍ୱତ୍ୱରେ ପରିବର୍ତ୍ତନ ଏବଂ କିଛି ବିଦେଶୀ ଖେଳାଳିଙ୍କୁ ଏନ୍‌ଓସି ନ ମିଳିବା ଦଳ ପାଇଁ ଚିନ୍ତାର ବିଷୟ ପାଲିଟିଛି। ରଜତ ପାଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ମୋଟ୍‌ ଉପରେ ୭୦ଟି ଲିଗ ମ୍ୟାଚ୍‌ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ଉପରେ ୭୪ଟି ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମେ ୩୧ରେ ଖେଳାଯିବ। ଏଥର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ ନାହିଁ। ତେବେ ମେ ୩୧ରେ ଏକ ଭବ୍ୟ ସମାପନ ସମାରୋହ ଆୟୋଜନ କରିବାକୁ ବିସିିଆଇ ଯୋଜନା ରଖିଛି। ପ୍ରତ୍ୟେକ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ ଖେଳିବେ। ସନ୍ଧ୍ୟା ମ୍ୟାଚ୍‌ ୭.୩୦ରେ ଆରମ୍ଭ ହେବ। ତେବେ ଡବଲ ହେଡର ଦିନ ଅପରାହ୍ଣ ମ୍ୟାଚ୍‌ ୩.୩୦ରେ ଆରମ୍ଭ ହେବ। ଦେଶର ୧୨ଟି ସହର ଯଥା ମୁମ୍ବଇ, ବେଙ୍ଗାଲୁରୁ, ଚେନ୍ନଇ, କୋଲକାତା, ଦିଲ୍ଳୀ, ଅହମଦାବାଦ୍‌, ହାଇଦରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଓ ନୂଆ ଚଣ୍ଡିଗଡ଼ (ମୁଲାନପୁର)ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। 

ଆହୁରି ପଢ଼ନ୍ତୁ: ବର୍ଷକରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ

ଏଥର ଅନେକ ଦଳ ନିଜର ଅଧିନାୟକ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏହି ସଂସ୍କରଣ ପାଇଁ ହୋଇଥିବା ନିଲାମୀରେ ଅନକ୍ୟାପ୍‌ଡ ଭାରତୀୟ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି। ପ୍ରଶାନ୍ତ ବୀର ଓ କାର୍ତ୍ତିକ ବର୍ମାଙ୍କ ଭଳି ଯୁବ ତାରକା ଚେନ୍ନଇ ସୁପରକିଙ୍ଗସ ପାଇଁ ରେକର୍ଡ ୧୪.୨୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ବିଦେଶୀ ଖେଳାଳିଙ୍କ ଯାତାୟତ ଉପରେ ପ୍ରଭାବ ପକାଉଛି। ଭାରତ ସରକାର ଇନ୍ଧନ ଦର ସ୍ଥିର ରଖିବାକୁ ଅବକାରୀ ଶୁକ୍ଳ ହ୍ରାସ କରିଛନ୍ତି, ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକଙ୍କ ଯାତାୟତ ଖର୍ଚ୍ଚ ନିୟନ୍ତ୍ରଣରେ ରହିପାରିବ। ଏଥର ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳି ନିୟମ ଜାରି ରହିବ। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଶୁବମାନ ଗିଲ, ଜୋସ ବଟଲର, ଟ୍ରାଭିସ ହେଡ, ହେନେରିଚ କ୍ଲାସେନ, ଅଭିଷେକ ଶର୍ମା, ଇଶାନ କିଶାନ, ବୈଭବ ସୂର୍ଯ୍ୟବଂଶୀ, ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଅଭିଜ୍ଞ ତଥା ତାରକା ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏଥର ମଧ୍ୟ ଛକା, ଚୌକାର ବର୍ଷା ସହ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। 

28 Mar 2026 By Madhusudan Das

ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ସମେତ ବିଶ୍ୱର କ୍ରିକେଟ ପ୍ରଶଂସକ ପୁଣି ଥରେ ଫଟାଫଟ୍‌ କ୍ରିକେଟରେ ମଜା ନେବାର ସୁଯୋଗ ପାଇବେ। ସବୁଥର ଭଳି ଏଥର ମଧ୍ୟ ଆଇପିଏଲ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ଆଶା କରାଯାଉଛି। ଏଥର ଆଇପିଏଲ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। 

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତାକୁ ନେଇ କିଛି ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି।  ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁପରଷ୍ଟାର ବିରାଟ କୋହଲିଙ୍କ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ସନରାଇଜର୍ସ ହାଇଦରାବାଦ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁ ଗତ ସଂସ୍କରଣରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସେହିପରି ଇଶାନ କିଶାନଙ୍କ ନେତୃତ୍ୱରେ  ହାଇଦରାବାଦ ବିଜୟରୁ ଖାତା ଖୋଲିବ ବୋଲି ଆଶା କରାଯାଉଛି। ଆହତ ହୋଇଥିବାରୁ ପ୍ୟାଟ କମିନ୍ସ ଲିଗ୍‌ର ପ୍ରଥମାର୍ଦ୍ଧରେ ଖେଳିବେ ନାହିଁ। ତାଙ୍କ ବଦଳରେ ଇଶାନ ହାଇଦରାବାଦର ନେତୃତ୍ୱ ନେଉଛନ୍ତି। 

ସେହିପରି ବେଙ୍ଗାଲୁରୁର ମାଲିକାନା ସ୍ୱତ୍ୱରେ ପରିବର୍ତ୍ତନ ଏବଂ କିଛି ବିଦେଶୀ ଖେଳାଳିଙ୍କୁ ଏନ୍‌ଓସି ନ ମିଳିବା ଦଳ ପାଇଁ ଚିନ୍ତାର ବିଷୟ ପାଲିଟିଛି। ରଜତ ପାଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ମୋଟ୍‌ ଉପରେ ୭୦ଟି ଲିଗ ମ୍ୟାଚ୍‌ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ଉପରେ ୭୪ଟି ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମେ ୩୧ରେ ଖେଳାଯିବ। ଏଥର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ ନାହିଁ। ତେବେ ମେ ୩୧ରେ ଏକ ଭବ୍ୟ ସମାପନ ସମାରୋହ ଆୟୋଜନ କରିବାକୁ ବିସିିଆଇ ଯୋଜନା ରଖିଛି। ପ୍ରତ୍ୟେକ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ ଖେଳିବେ। ସନ୍ଧ୍ୟା ମ୍ୟାଚ୍‌ ୭.୩୦ରେ ଆରମ୍ଭ ହେବ। ତେବେ ଡବଲ ହେଡର ଦିନ ଅପରାହ୍ଣ ମ୍ୟାଚ୍‌ ୩.୩୦ରେ ଆରମ୍ଭ ହେବ। ଦେଶର ୧୨ଟି ସହର ଯଥା ମୁମ୍ବଇ, ବେଙ୍ଗାଲୁରୁ, ଚେନ୍ନଇ, କୋଲକାତା, ଦିଲ୍ଳୀ, ଅହମଦାବାଦ୍‌, ହାଇଦରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଓ ନୂଆ ଚଣ୍ଡିଗଡ଼ (ମୁଲାନପୁର)ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। 

ଏଥର ଅନେକ ଦଳ ନିଜର ଅଧିନାୟକ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏହି ସଂସ୍କରଣ ପାଇଁ ହୋଇଥିବା ନିଲାମୀରେ ଅନକ୍ୟାପ୍‌ଡ ଭାରତୀୟ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି। ପ୍ରଶାନ୍ତ ବୀର ଓ କାର୍ତ୍ତିକ ବର୍ମାଙ୍କ ଭଳି ଯୁବ ତାରକା ଚେନ୍ନଇ ସୁପରକିଙ୍ଗସ ପାଇଁ ରେକର୍ଡ ୧୪.୨୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ବିଦେଶୀ ଖେଳାଳିଙ୍କ ଯାତାୟତ ଉପରେ ପ୍ରଭାବ ପକାଉଛି। ଭାରତ ସରକାର ଇନ୍ଧନ ଦର ସ୍ଥିର ରଖିବାକୁ ଅବକାରୀ ଶୁକ୍ଳ ହ୍ରାସ କରିଛନ୍ତି, ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକଙ୍କ ଯାତାୟତ ଖର୍ଚ୍ଚ ନିୟନ୍ତ୍ରଣରେ ରହିପାରିବ। ଏଥର ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳି ନିୟମ ଜାରି ରହିବ। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଶୁବମାନ ଗିଲ, ଜୋସ ବଟଲର, ଟ୍ରାଭିସ ହେଡ, ହେନେରିଚ କ୍ଲାସେନ, ଅଭିଷେକ ଶର୍ମା, ଇଶାନ କିଶାନ, ବୈଭବ ସୂର୍ଯ୍ୟବଂଶୀ, ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଅଭିଜ୍ଞ ତଥା ତାରକା ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏଥର ମଧ୍ୟ ଛକା, ଚୌକାର ବର୍ଷା ସହ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର