ଆଜି ଭାରତ -ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ ଭାରତ

The Sakala Picture
Published On

ଲକ୍ଷ୍ନୌ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌‌ରେ ଭାରତ ୨୧ ରନ ପରାସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜରେ ଭାରତ ୦-୧ରେ ପଛରେ ପଡ଼ିଛି। ତେଣୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌‌ ଜିତି ଭାରତ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବେ। ପ୍ରଥମ ମ୍ୟାଚ୍‌‌ରେ ଭାରତୀୟ ପେସ୍‌‌ ବୋଲର ଓ ଟପ୍‌‌ ଅର୍ଡର ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଦ୍ରୁତ […]

ଲକ୍ଷ୍ନୌ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌‌ରେ ଭାରତ ୨୧ ରନ ପରାସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜରେ ଭାରତ ୦-୧ରେ ପଛରେ ପଡ଼ିଛି। ତେଣୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌‌ ଜିତି ଭାରତ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବେ। ପ୍ରଥମ ମ୍ୟାଚ୍‌‌ରେ ଭାରତୀୟ ପେସ୍‌‌ ବୋଲର ଓ ଟପ୍‌‌ ଅର୍ଡର ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଦ୍ରୁତ ବୋଲର ଉମ୍ରାନ ମଲିକ ଓ ଅର୍ଶଦୀପ ସିଂ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଶୁବମାନ ଗିଲ, ଇଶାନ କିଷନ ଓ ରାହୁଲ ତ୍ରିପାଠୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବ୍ୟାଟରଙ୍କୁ ଓ ବୋଲରମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିଲେ। ଏହା ଭାରତ ପାଇଁ ଏକ ଭଲ ଖବର। ୨୮ ବଲରୁ ୫୦ ରନ କରିବା ସହ ସେ ୪ ଓଭର ବୋଲିଂ କରି ୨୨ ରନ ବ୍ୟୟ କରି ୪ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ଏକ ଫଲୋଥ୍ରୁରେ ଏକ ଅବିଶ୍ୱସନୀୟ କ୍ୟାଚ୍‌‌ ଧରିଥିଲେ। ଟି-୨୦ ନଂ ୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଇନିଂସ ଖେଳିବାକୁ ହେବ। ଅପରପକ୍ଷରେ ପ୍ରଥମ ମ୍ୟାଚ୍‌‌ ଜିତି ନ୍ୟୁଜିଲାଣ୍ଡ ତା’ର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି। ଏହି ମ୍ୟାଚ୍‌‌ ଜିତି ସିରିଜ ବିଜୟୀ ହେବା ସହ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପରାଜୟ ତଥା ହ୍ୱାଇଟ୍‌‌ୱାସ୍‌‌ର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ସ୍ଥାନୀୟ ଏକ୍‌‌ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର- ନଭେମ୍ବରରେ ଦିନିକିଆ ବିଶ୍ୱକପ୍‌‌ ଖେଳାଯିବାର କାର୍ଯ୍ୟକ୍ରମଥିବାରୁ ଭାରତ ଟି-୨୦ ଫର୍ମାଟ ଉପରେ ଅବଶ୍ୟ ସେତେଟା ଗୁରୁତ୍ୱ ଦେବ ନାହିଁ। ଏହି ମ୍ୟାଚ୍‌‌ କିନ୍ତୁ ରୋମାଞ୍ଚକ ଓ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ- ଅଧିନାୟକ), ଇଶାନ କିସାନ, ଶୁବମନ ଗିଲ, ପୃଥ୍ୱୀ ଶ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟକିପର), ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଫିନ ଆଲେନ, ଡେଭନ କନୱେ (ୱିକେଟକିପର), ଗ୍ଲେନ ଫିଲିପ୍ସ, ଡେନ୍‌‌ କ୍ଲେଭର (ୱିକେଟକିପର), ମାର୍କ ଚାପ୍‌‌ମ୍ୟାନ, ମାଇକେଲ ବ୍ରେସୱେଲ, ଡାରିଲ ମିଚେଲ, ମାଇକେଲ ରିପ୍ପନ, ଲୋକି ଫର୍ଗୁସନ, ଇଶ ସୋଧୀ, ବ୍ଲେୟର ଟିକନର, ଜ୍ୟାକବ ଡଫି, ହେନେରୀ ସିପ୍ଲେ ଓ ବେନ୍‌‌ ଲିଷ୍ଟର।

29 Jan 2023 By The Sakala

ଆଜି ଭାରତ -ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ ଭାରତ

ଲକ୍ଷ୍ନୌ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌‌ରେ ଭାରତ ୨୧ ରନ ପରାସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜରେ ଭାରତ ୦-୧ରେ ପଛରେ ପଡ଼ିଛି। ତେଣୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌‌ ଜିତି ଭାରତ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବେ। ପ୍ରଥମ ମ୍ୟାଚ୍‌‌ରେ ଭାରତୀୟ ପେସ୍‌‌ ବୋଲର ଓ ଟପ୍‌‌ ଅର୍ଡର ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଦ୍ରୁତ ବୋଲର ଉମ୍ରାନ ମଲିକ ଓ ଅର୍ଶଦୀପ ସିଂ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଶୁବମାନ ଗିଲ, ଇଶାନ କିଷନ ଓ ରାହୁଲ ତ୍ରିପାଠୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବ୍ୟାଟରଙ୍କୁ ଓ ବୋଲରମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ।

ତେବେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିଲେ। ଏହା ଭାରତ ପାଇଁ ଏକ ଭଲ ଖବର। ୨୮ ବଲରୁ ୫୦ ରନ କରିବା ସହ ସେ ୪ ଓଭର ବୋଲିଂ କରି ୨୨ ରନ ବ୍ୟୟ କରି ୪ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ଏକ ଫଲୋଥ୍ରୁରେ ଏକ ଅବିଶ୍ୱସନୀୟ କ୍ୟାଚ୍‌‌ ଧରିଥିଲେ। ଟି-୨୦ ନଂ ୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଇନିଂସ ଖେଳିବାକୁ ହେବ। ଅପରପକ୍ଷରେ ପ୍ରଥମ ମ୍ୟାଚ୍‌‌ ଜିତି ନ୍ୟୁଜିଲାଣ୍ଡ ତା’ର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି। ଏହି ମ୍ୟାଚ୍‌‌ ଜିତି ସିରିଜ ବିଜୟୀ ହେବା ସହ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପରାଜୟ ତଥା ହ୍ୱାଇଟ୍‌‌ୱାସ୍‌‌ର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ସ୍ଥାନୀୟ ଏକ୍‌‌ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର- ନଭେମ୍ବରରେ ଦିନିକିଆ ବିଶ୍ୱକପ୍‌‌ ଖେଳାଯିବାର କାର୍ଯ୍ୟକ୍ରମଥିବାରୁ ଭାରତ ଟି-୨୦ ଫର୍ମାଟ ଉପରେ ଅବଶ୍ୟ ସେତେଟା ଗୁରୁତ୍ୱ ଦେବ ନାହିଁ। ଏହି ମ୍ୟାଚ୍‌‌ କିନ୍ତୁ ରୋମାଞ୍ଚକ ଓ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ- ଅଧିନାୟକ), ଇଶାନ କିସାନ, ଶୁବମନ ଗିଲ, ପୃଥ୍ୱୀ ଶ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟକିପର), ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।

ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଫିନ ଆଲେନ, ଡେଭନ କନୱେ (ୱିକେଟକିପର), ଗ୍ଲେନ ଫିଲିପ୍ସ, ଡେନ୍‌‌ କ୍ଲେଭର (ୱିକେଟକିପର), ମାର୍କ ଚାପ୍‌‌ମ୍ୟାନ, ମାଇକେଲ ବ୍ରେସୱେଲ, ଡାରିଲ ମିଚେଲ, ମାଇକେଲ ରିପ୍ପନ, ଲୋକି ଫର୍ଗୁସନ, ଇଶ ସୋଧୀ, ବ୍ଲେୟର ଟିକନର, ଜ୍ୟାକବ ଡଫି, ହେନେରୀ ସିପ୍ଲେ ଓ ବେନ୍‌‌ ଲିଷ୍ଟର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର