ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, ୪-୧ ରେ ଜିତିଲା ଭାରତ

The Sakala Picture
Published On

ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ। A victory by an innings and 64 runs […]

ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ପ୍ରଥମ ଇନିଂସ ୪୭୭ ରନରେ ଶେଷ ହୋଇଥିଲା । ଫଳରେ ଭାରତ ୨୫୯ ରନର ଅଗ୍ରଣୀ ରହିଥିଲା। ଏହା ପରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ସମସ୍ତ ୱିକେଟ ହରାଇ ୧୯୫ ରନ କରିଥିଲା । ଫଳରେ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଏକ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଧର୍ମଶାଲାରେ ଖେଳାଯାଇଥିବା ଏହି ମ୍ୟାଚ୍ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଥିଲା ।

ରବିଚନ୍ଦ୍ରନ୍ ଅଶ୍ୱିନ ପ୍ରଥମ ଇନିଂସରେ ୪ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିଲେ। ସେହିପରି କୁଲଦୀପ ଯାଦବ ପ୍ରଥମ ଇନିଂସରେ ୫ଟି ଓ  ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଥିଲେ।

ଭାରତ ପ୍ରଥମ ଇଂନିସରେ ରୋହିତ ୧୦୩, ଶୁବମାନ ଗିଲ୍‌‌ଙ୍କ ୧୧୦ରନ୍‌‌ ସାଙ୍ଗକୁ ପଦାର୍ପଣକାରୀ ଦେବଦତ୍ତ ପାଡିକଲଙ୍କ ୬୫ ଓ ସର୍ଫରାଜ ଖାନ୍‌‌ ୫୬ ରନ୍‌‌ କରିଥିଲେ।

09 Mar 2024 By The Sakala

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, ୪-୧ ରେ ଜିତିଲା ଭାରତ

ଧର୍ମଶାଲା: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଏକ ଇଂନିସ ଓ ୬୪ ରନରେ ହରାଇଛି ଭାରତ। ଏଥିସହ ୪ -୧ ରେ ସିରିଜ ଜିତିଲା ଭାରତ। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା । କିନ୍ତୁ ଏହା ପରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାକି ୪ଟି ମ୍ୟାଚ୍ ଜିତିଥିଲେ।

ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ପ୍ରଥମ ଇନିଂସ ୪୭୭ ରନରେ ଶେଷ ହୋଇଥିଲା । ଫଳରେ ଭାରତ ୨୫୯ ରନର ଅଗ୍ରଣୀ ରହିଥିଲା। ଏହା ପରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ସମସ୍ତ ୱିକେଟ ହରାଇ ୧୯୫ ରନ କରିଥିଲା । ଫଳରେ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତ ଏକ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଧର୍ମଶାଲାରେ ଖେଳାଯାଇଥିବା ଏହି ମ୍ୟାଚ୍ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଥିଲା ।

ରବିଚନ୍ଦ୍ରନ୍ ଅଶ୍ୱିନ ପ୍ରଥମ ଇନିଂସରେ ୪ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିଲେ। ସେହିପରି କୁଲଦୀପ ଯାଦବ ପ୍ରଥମ ଇନିଂସରେ ୫ଟି ଓ  ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେଇଥିଲେ।

ଭାରତ ପ୍ରଥମ ଇଂନିସରେ ରୋହିତ ୧୦୩, ଶୁବମାନ ଗିଲ୍‌‌ଙ୍କ ୧୧୦ରନ୍‌‌ ସାଙ୍ଗକୁ ପଦାର୍ପଣକାରୀ ଦେବଦତ୍ତ ପାଡିକଲଙ୍କ ୬୫ ଓ ସର୍ଫରାଜ ଖାନ୍‌‌ ୫୬ ରନ୍‌‌ କରିଥିଲେ।

https://www.thesakala.in/sports/india-vs-england-5th-test-india-won-by-an-innings-and-64-runs/article-30533
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର