ଲଙ୍କା ସ୍ପିନ୍‌ ଜାଲରେ ଫସିଗଲେ ଟିମ୍‌ ଇଣ୍ଡିଆ ବ୍ୟାଟର : ୧୯୭ ରନ୍‌ରେ ଯାଇଛି ୯ ୱିକେଟ୍‌, ବର୍ଷା ପାଇଁ ବନ୍ଦ ହେଲା ମ୍ୟାଚ୍‌

The Sakala Picture
Published On

କଲମ୍ବୋ: ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଲଙ୍କା ସ୍ପିନ୍‌ ଜାଲରେ ଫସିଯାଇଛି ଭାରତ। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୪୭ ଓଭର ଖେଳି ୧୯୭ ରନ୍‌ରେ ୯ ୱିକେଟ ହରାଇଛି ବର୍ଷା ଯୋଗୁଁ ମ୍ୟାଚ ବର୍ତ୍ତମାନ ବନ୍ଦ ରହିଥିବା ବେଳେ ଭାରତ ହାତରେ ମାତ୍ର ଆଉ ଗୋଟିଏ ୱିକେଟ ରହିଛି। ଗତକାଲି ପାକିସ୍ତାନର ପ୍ରେସ୍‌ ବାହିନୀ ବିପକ୍ଷରେ ବିଶାଳ ସ୍କୋର କରିଥିବା ଭାରତୀୟ ବ୍ୟାଟର […]

କଲମ୍ବୋ: ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଲଙ୍କା ସ୍ପିନ୍‌ ଜାଲରେ ଫସିଯାଇଛି ଭାରତ। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୪୭ ଓଭର ଖେଳି ୧୯୭ ରନ୍‌ରେ ୯ ୱିକେଟ ହରାଇଛି ବର୍ଷା ଯୋଗୁଁ ମ୍ୟାଚ ବର୍ତ୍ତମାନ ବନ୍ଦ ରହିଥିବା ବେଳେ ଭାରତ ହାତରେ ମାତ୍ର ଆଉ ଗୋଟିଏ ୱିକେଟ ରହିଛି। ଗତକାଲି ପାକିସ୍ତାନର ପ୍ରେସ୍‌ ବାହିନୀ ବିପକ୍ଷରେ ବିଶାଳ ସ୍କୋର କରିଥିବା ଭାରତୀୟ ବ୍ୟାଟର ଆଜି ଶ୍ରୀଲଙ୍କା ସ୍ପିନରଙ୍କୁ ଖେଳିପାରି ନାହାନ୍ତି। ଶ୍ରୀଲଙ୍କା ଦୁଇ ସ୍ପିନର ଦୁନିଥ୍‌ ୱେଲାଲାଗେ ଓ ଚରିଥ ଆଶାଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦୁଇ ଜଣ ସମସ୍ତ ୯ ୱିକେଟ ବାଣ୍ଟିନେଇଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଶେଷ ହୋଇଥିବା ବେଳେ ଆଜି ଭାରତୀୟ ଟିମ ଏସିଆ କପ ସୁପର ୪ରେ ଶ୍ରୀଲଙ୍କା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଓ ଶୁବମନ ଗିଲ୍‌ ଭଲ ଷ୍ଟାର୍ଟ ଦେଇଥିଲେ। ଗିଲ୍‌ ଦଳୀୟ ସ୍କୋର ୮୦ ଥିବା ବେଳେ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ଏହାପରେ ପଡିଆକୁ ଆସିିଥିବା ବିରାଟ ବି ଫେଲ ମାରିଥିଲେ। ଗତକାଲି ପାକିସ୍ତାନ ପ୍ରେସ୍‌ ବୋଲରଙ୍କୁ ଧୁମ୍‌ ପିଟିଥିବା ବିରାଟ ଲଙ୍କା ସ୍ପିନରଙ୍କୁ ଖେଳି ନପାରି ମାତ୍ର ୩ ରନ କରି ଦୁନିତ ୱେଲ୍ଲାଲାଗେଙ୍କ ବଲରେ ଆଉଟ ହୋଇଥିଲେ। ସେତେବେଳେ ଭାରତର ସ୍କୋର ୯୦ ରନ୍‌ ଥିଲା, ଏହାପରେ ମାତ୍ର ଏକ ରନ୍ ପରେ ରୋହିତ ୫୩ ରନ କରି ୱେଲାଲାଗେଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ରୋହିତଙ୍କ ୱିକେଟ ଭାରତୀୟ ବ୍ୟାଟର ଗୋଟିଏ ପରେ ଗୋଟିଏ ଲଙ୍କା ସ୍ପିନରଙ୍କ ବଲକୁ ବୁଝି ନପାରି ଆଉଟ ହୋଇଥିଲେ।

ବର୍ତ୍ତମାନ ବର୍ଷା କାରଣରୁ ଖେଳକୁ ଅଟକା ଯାଇଥିବା ବେଳେ ଭାରତ ୪୭ ଓଭର ଖେଳି ୧୯୭ ରନ୍‌ରେ ୯ ୱିକେଟ ହରାଇ ସାରିଛି। ଶେଷ ୱିକେଟ ରେ ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜ ପଡିଆରେ ବ୍ୟାଟିଂ କରୁଥିବା ବେଳେ ବର୍ଷା କାରଣରୁ ମ୍ୟାଚକୁ ବନ୍ଦ ରଖାଯାଇଛି।

୨୦ ବର୍ଷିୟ ସ୍ପିନର ସୃଷ୍ଟି କଲେ ବିପର୍ଯ୍ୟୟ

ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଭାରତ ବିପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଶ୍ରୀଲଙ୍କାର ୨୦ ବର୍ଷିୟ ସ୍ପିନର ଦୁନିଥ୍‌ ୱେଲାଲାଗେ। ଦୁନିଥ୍‌ ୱେଲାଲାଗେ ଏକା ଟିମ୍ ଇଣ୍ଡିଆର ୫ ୱିକେଟ୍ ନେଇଥିଲେ। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଶ୍ରୀଲଙ୍କାର ୨୦ବର୍ଷିୟ ସାଂଘାତିକ ବାମହାତୀ ସ୍ପିନର ଦୁନିଥ୍‌ ୱେଲାଲାଗେ ଶୁଭମାନ ଗିଲ (୧୯), ବିରାଟ କୋହଲି (୩), ରୋହିତ ଶର୍ମା (୫୩), କେ.ଏଲ ରାହୁଲ (୩୯) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୫) ଙ୍କୁ ଆଉଟ କରିଛନ୍ତି।

12 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର