କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ । ମଙ୍ଗଳ, ବୁଧବାରରେ ତରବରିଆ ଭାବରେ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ବିଭିନ୍ନ କ୍ଷେତ୍ରରୁ ମିଶ୍ରିତ ଫଳ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟିକ ଝମେଲା ଦେଖାଦେଇ ପାରେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

 ବୃଷ: ରବି, ସୋମବାରରେ ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ମଙ୍ଗଳ, ବୁଧବାରରେ  ବିଭିନ୍ନ କ୍ଷେତ୍ରରେ  କ୍ଷତିଗ୍ରସ୍ତ ହୋଇପାରନ୍ତି। ଗୁରୁ ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନିଅନ୍ତୁ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା କରିବେ ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୫-୧୦-୨୦୨୬)

ମିଥୁନ: ରବି, ସୋମବାରରେ ଅନେକ ସମସ୍ୟା ସହ ଲଢ଼ି ସଫଳତା ପାଇବେ। ମଙ୍ଗଳ, ବୁଧବାରରେ ଆୟରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। ବନ୍ଧୁବାନ୍ଧବଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ସ୍ବାଧୀନତାରେ ବାଧା ଉପୁଜିପାରେ। ଗୁରୁତ୍ବପୂର୍ଣ୍ଣ କାମ ବିଗିଡ଼ି ଯାଇପାରେ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୦୮-୧୦-୨୦୨୬)

କର୍କଟ: ରବି, ସୋମବାରରେ କୋର୍ଟକଚେରି ମାମଲାରେ ପଡ଼ିଯାଇପାରନ୍ତି। କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବେ। ଗୁରୁ, ଶୁକ୍ର, ଶନିବାରରେ ନିଜ ବୁଦ୍ଧି ବଳରେ ସଫଳତା ପାଇବେ।

ସିଂହ: ରବି, ସୋମବାରରେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ମଙ୍ଗଳ, ବୁଧବାରରେ ଆୟର ନୂତନ ସ୍ରୋତ ଉନ୍ମୋଚନ ହେବ। ଗୁରୁ, ଶୁକ୍ର, ଶନିବାରରେ କଠିନ ପରିଶ୍ରମର ଫଳ ପାଇବେ। ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିଯାଇପାରନ୍ତି। 

 କନ୍ୟା: ରବି, ସୋମବାରରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ମଙ୍ଗଳ, ବୁଧବାରରେ  କୌଣସି ଖବର ପାଇ ଉତ୍ସାହିତ ରହିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର, ଶନିବାରରେ ଧର୍ମାଦି କାର୍ଯ୍ୟରେ  ମନ ବଳାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ।

ତୁଳା: ରବି, ସୋମବାରରେ ପଦୋନ୍ନତିର ଯୋଗ ରହିଛି। କର୍ମକ୍ଷେତ୍ରରେ ଦାୟିତ୍ବ ବୃଦ୍ଧି ହେବ । ମାନସମ୍ମାନର ଅଧିକାରୀ ହେବେ। ମଙ୍ଗଳ, ବୁଧବାରରେ ପରିବାର ସହ ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ନୂତନ ସାହସ ସଂଚାର କରି ଆଗକୁ ବଢ଼ିବେ। 

ବିଛା: ରବି, ସୋମବାରରେ ପୈତୃକ ସମ୍ପତ୍ତିର ଅଧିକାରୀ ହେବେ।  ମଙ୍ଗଳ, ବୁଧବାରରେ ଧର୍ମକାର୍ଯ୍ୟରେ ଯୋଗଦାନ ଦେଇ ଆତ୍ମସନ୍ତୋଷ ପାଇବେ। ମହିଳାମାନେ ଏକୁଟିଆ ରହିବାକୁ ପସନ୍ଦ କରିବେ। ଗୁରୁ, ଶୁକ୍ର, ଶନିବାରରେ ଉଚ୍ଚ ବିଚାର ଏବଂ ସକାରାତ୍ମକ ଚିନ୍ତାଧାରା ଧରି ଆଗକୁ ବଢ଼ିବେ।  

ଧନୁ: ରବି, ସୋମବାରରେ ଶୁଭ କାର୍ଯ୍ୟରେ ଯୋଗ ଦେବେ । ମଙ୍ଗଳ, ବୁଧବାରରେ ଉତ୍ସାହିତ ହୋଇ ଅଯଥା ଖର୍ଚ୍ଚ କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ  ଭାଙ୍ଗିଯାଇଥିବା ସମ୍ପର୍କ ପୁନଶ୍ଚ ଯୋଡ଼ି ହୋଇଯିବ। ସାଙ୍ଗସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ରବି, ସୋମବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିେବ। ମଙ୍ଗଳ, ବୁଧବାରରେ  ଶୁଭ ସମାଚାର ପାଇପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଭୂସଂପତ୍ତି ଆଦି କ୍ରୟ କରିପାରନ୍ତି। ପାରିବାରିକ ମିଳାମିଶା ଓ ସୁଖସମୃଦ୍ଧି ବୃଦ୍ଧି ପାଇବ। 

କୁମ୍ଭ: ରବି, ସୋମବାରରେ ନୂତନ ନିବେଶ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ମଙ୍ଗଳ, ବୁଧବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଇ ପାରନ୍ତି। ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ଗୁରୁ, ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀମାନେ କ୍ୟାରିୟରରେ ଉନ୍ନତି ପାଇଁ ଉତ୍ତମ ସୁଯୋଗ ପାଇବେ।

ମୀନ: ରବି, ସୋମବାରରେ ଅଯଥା ଚିନ୍ତାକରି ମାନସିକ ଅବସାଦରେ ରହିପାରନ୍ତି। ମଙ୍ଗଳ, ବୁଧବାରରେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁ, ଶୁକ୍ର, ଶନିବାରରେ ନୂତନ ସମ୍ପର୍କରେ ବାନ୍ଧ଄ ହୋଇପାରନ୍ତି। ପରିବାରରେ ଅଶାନ୍ତି ଲାଗି ରହିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp