ପ୍ରେମିକାକୁ ଭେଟିବାକୁ ଶାଶୁଘରେ ପହଞ୍ଚିଲେ ସିଆରପିଏଫ୍ ଯବାନ, ରଙ୍ଗେହାତ ଧରି ନିର୍ଧୁମ ଛେଚିଲେ ଶ୍ୱଶୁର ଘର ଲୋକେ

Suryakanta Picture
Published On

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ ପ୍ରସଙ୍ଗ ସାମ୍ନାକୁ ଆସିଛି। ଜଣେ ସିଆରପିଏଫ୍ (CRPF) ଇନ୍ସପେକ୍ଟର ନିଜର ବିବାହିତା ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଶାଶୁଘରେ ପହଞ୍ଚିଯାଇଥିଲେ। ସେଠାରେ ପ୍ରେମିକାଙ୍କ ଶ୍ୱଶୁର ଘର ଲୋକେ ଓ ଗ୍ରାମବାସୀ ତାଙ୍କୁ ରଙ୍ଗେହାତ ଧରିବା ସହ ନିର୍ଧୁମ ପିଟିଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

୪ ବର୍ଷର ପ୍ରେମ, ରଙ୍ଗେହାତ ଧରାପଡିଲେ ଯବାନ

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୌର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ନଗର ଥାନା ଅଞ୍ଚଳର ବାସିନ୍ଦା ଅତୁଲ ସିଂହଙ୍କର ଗତ ୪ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ନିକଟରେ ଯୁବତୀଙ୍କର ଅନ୍ୟତ୍ର ବିବାହ ହୋଇଥିଲା। ତେବେ ଗତ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଅତୁଲ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଲୁଚିଛପି ତାଙ୍କ ଶାଶୁଘରେ ପହଞ୍ଚିଥିଲେ। କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଧରି ପକାଇଥିଲେ ଏବଂ ଅତୁଲଙ୍କୁ ଖୁବ୍ ପିଟିଥିଲେ। ମାଡ଼ କାରଣରୁ ତାଙ୍କ ନାକରୁ ରକ୍ତ ବାହାରି ଯାଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ପ୍ରେମିକ ସହ ଯିବାକୁ ଜିଦ୍ ଧରିଲେ ମହିଳା

ଖବର ପାଇ ପିଆରଭି (PRV 112) ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅତୁଲଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ତେବେ ଥାନାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମହିଳା ଜଣକ ନିଜ ସ୍ୱାମୀଙ୍କୁ ଛାଡି ନିଜ ପ୍ରେମିକ ଅତୁଲଙ୍କ ସହ ରହିବାକୁ ଜିଦ୍ ଧରିଥିଲେ। କିନ୍ତୁ ଅନ୍ୟପକ୍ଷରେ, ମାଡ଼ ଖାଇବା ପରେ ପ୍ରେମିକ ଅତୁଲ ନିଜ ପ୍ରେମିକାଙ୍କୁ ସାଥୀରେ ନେବାକୁ ସିଧାସଳଖ ମନା କରିଦେଇଥିଲେ। ମହିଳାଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ଏହି ଘଟଣା ପରେ ବୋହୂକୁ ଆଉ ନିଜ ଘରେ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

କାଉନସେଲିଂ ପାଇଁ ପଠାଇଲା ପୋଲିସ

ଏହି ଘଟଣା ସମ୍ପର୍କରେ ସିଓ ହରୈୟା ସ୍ୱର୍ଣ୍ଣିମ ସିଂହ କହିଛନ୍ତି ଯେ, ଉଭୟ ପକ୍ଷର ପରିବାର ଲୋକ ଥାନାରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇ ନାହିଁ। 'ମିଶନ ଶକ୍ତି' କେନ୍ଦ୍ର ମାଧ୍ୟମରେ ଉଭୟ ପକ୍ଷର କାଉନସେଲିଂ କରାଯାଉଛି। ଲିଖିତ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପୋଲିସ ଅତୁଲଙ୍କ ବିରୋଧରେ ଶାନ୍ତି ଭଙ୍ଗ ଆଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର