ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୪ର୍ଥ ଟି-୨୦ : ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବିରାଟ ବାହିନୀ

The Sakala Picture
Published On

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୮୬  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।  ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା […]

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୮୬  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।  ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଆୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ଆହୁରି ପଢ଼ନ୍ତୁ: ଆଇପିଏଲ-୨୦୨୬ ପ୍ଲେ-ଅଫ୍‌ରୁ ବାଦ୍ ପଡିଲା ସିଏସକେ, ଅଧିନାୟକ ରୁତୁରାଜ ଗାଏକୱାଡ କହିଲେ ଏହାର କାରଣ...

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ।  ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଷ୍ଟମ୍ପିଂ ଆଉଟ୍ ହୋଇଥିଲେ।

ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।  ଋଷଭ ପନ୍ତ ଓ  ସୂର୍ଯ୍ୟକୁମାର ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ କ୍ୟାଚ୍‌ ହୋଇଥିଲେ। ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଆର୍ଚର ଆଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ। ଆୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ।

ଇଂଲଣ୍ଡର ଜୋଫ୍ରା ଆର୍ଚର ୪ ଓଭରରେ ୩୩ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି । ମାର୍କ ଉଡ୍‌ ୪ ଓଭର ବୋଲିଂ କରି ୨୫ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି କ୍ରିସ୍‌ ଜୋର୍ଡନ ୪ ଓଭରରେ ୪୧ ରନ, ଆଦିଲ ରସିଦ ୪ ଓଭର ବୋଲିଂ କରି ୩୯ ରନ ଦେଇ ଗୋଟିଏ ଓ୍ବିକେଟ୍‌, ଷ୍ଟୋକସ୍‌ ୩ ଓଭରରେ ୨୬ ରନ୍ ଦେଇ ଗୋଟିଏ ଓ୍ବିକେଟ୍ ଏବଂ ସାମ କରନ୍‌ ଗୋଟିଏ ଓଭର ବୋଲିଂ କରି ୧୬ ରନ ଦେଇ ଗୋଟିଏ ଓ୍ବିକେଟ୍ ହାସଲ କରିଛନ୍ତି।

18 Mar 2021 By The Sakala

୪ର୍ଥ ଟି-୨୦ : ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବିରାଟ ବାହିନୀ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ ୧୮୬  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।  ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଆୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି।

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ।  ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଷ୍ଟମ୍ପିଂ ଆଉଟ୍ ହୋଇଥିଲେ।

ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।  ଋଷଭ ପନ୍ତ ଓ  ସୂର୍ଯ୍ୟକୁମାର ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ କ୍ୟାଚ୍‌ ହୋଇଥିଲେ। ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଆର୍ଚର ଆଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ। ଆୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ।

ଇଂଲଣ୍ଡର ଜୋଫ୍ରା ଆର୍ଚର ୪ ଓଭରରେ ୩୩ ରନ ଦେଇ ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି । ମାର୍କ ଉଡ୍‌ ୪ ଓଭର ବୋଲିଂ କରି ୨୫ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି କ୍ରିସ୍‌ ଜୋର୍ଡନ ୪ ଓଭରରେ ୪୧ ରନ, ଆଦିଲ ରସିଦ ୪ ଓଭର ବୋଲିଂ କରି ୩୯ ରନ ଦେଇ ଗୋଟିଏ ଓ୍ବିକେଟ୍‌, ଷ୍ଟୋକସ୍‌ ୩ ଓଭରରେ ୨୬ ରନ୍ ଦେଇ ଗୋଟିଏ ଓ୍ବିକେଟ୍ ଏବଂ ସାମ କରନ୍‌ ଗୋଟିଏ ଓଭର ବୋଲିଂ କରି ୧୬ ରନ ଦେଇ ଗୋଟିଏ ଓ୍ବିକେଟ୍ ହାସଲ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର