ପ୍ରଥମ ଦିନରେ ଗିଲ୍‌ ଓ ଜୟସ୍ୱାଲଙ୍କ ପରେ ଦ୍ବିତୀୟ ଦିନରେ ଋଷଭ ପନ୍ତ ବି ମାରିଲେ ଶତକ

The Sakala Picture
Published On

ଲିଡ୍ସ, : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦିନରେ ଭାରତୀୟ ବ୍ୟାଟର ନିଜର ଆଧିପତ୍ୟ ଦେଖାଇଥିବା ବେଳେ ଦ୍ବିତୀୟ ଦିନରେ ବି ଦମ୍‌ ଦେଖାଇଛନ୍ତି। ଗତକାଲି ପ୍ରଥମ ଦିନରେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଯୁବ ଅଧିନାୟକ ଶୁବମନ ଗିଲ୍‌ (ଶତକ ହାସଲ କରିଥିବା ବେଳେ ଆଜି ଦ୍ବିତୀୟ ଦିନରେ ଋଷଭ ପନ୍ତ ବି ଶତକ ହାସଲ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକର ଭାବରେ ଆରମ୍ଭ ହୋଇଥିଲା। […]

ଲିଡ୍ସ, : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦିନରେ ଭାରତୀୟ ବ୍ୟାଟର ନିଜର ଆଧିପତ୍ୟ ଦେଖାଇଥିବା ବେଳେ ଦ୍ବିତୀୟ ଦିନରେ ବି ଦମ୍‌ ଦେଖାଇଛନ୍ତି। ଗତକାଲି ପ୍ରଥମ ଦିନରେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଓ ଯୁବ ଅଧିନାୟକ ଶୁବମନ ଗିଲ୍‌ (ଶତକ ହାସଲ କରିଥିବା ବେଳେ ଆଜି ଦ୍ବିତୀୟ ଦିନରେ ଋଷଭ ପନ୍ତ ବି ଶତକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜୟ ଶାହା ପୁଣି ଥରେ ନିର୍ଦ୍ୱନ୍ଦ୍ୱରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକର ଭାବରେ ଆରମ୍ଭ ହୋଇଥିଲା। ଶୁଭମନ ଗିଲ ଏବଂ ରିଷଭ ପନ୍ତ ଇଂଲଣ୍ଡ ବୋଲରଙ୍କୁ ଧୁମ୍‌ ମାରିବା ସହ ଭାରତୀୟ ସ୍କୋରକୁ ଆଗକୁ ନେଇଥିଲେ। ଦ୍ୱିତୀୟ ଦିନର ଖେଳର ପ୍ରଥମ ଘଣ୍ଟାରେ ରିଷଭ ପନ୍ତ ଶତକ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ଭାବେ କରିବେ ନୂଆ ଆରମ୍ଭ

ପନ୍ତ ନମ୍ବର-୧ ହେଲେ

ଆହୁରି ପଢ଼ନ୍ତୁ: ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଘୋଷଣା: IPL 2027 ପାଇଁ CSKର ମେଣ୍ଟର ଦାୟିତ୍ୱ ତୁଲାଇବେ ମାହି

ପନ୍ତ ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି। ସେ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଜଣେ ଭାରତୀୟ ୱିକେଟକିପର ଭାବରେ, ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ୨୦୧୮ ମସିହାରେ ମଧ୍ୟ ପନ୍ତ ଇଂଲଣ୍ଡରେ ଗର୍ଜନ କରିଥିଲେ ଏବଂ ଓଭାଲ ଗ୍ରାଉଣ୍ଡରେ ଶତକ ହାସଲ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp