ଚତୁର୍ଥ ଟି-ଟ୍ୱେଣ୍ଟି : ଦକ୍ଷିଣ ଆଫ୍ରିକା ଆଗରେ ୧୭୦ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ
ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲା ଆଜି ରାଜକୋଟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦକ୍ଷିଣ ଅଫ୍ରିକା ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ନିଜର ପୁରୁଣା ଫର୍ମ ଦେଖାଇବା ସହ ମାତ୍ର ୨୭ଟି ବଲ ଖେଳି ୫୫ରନର ଏକ ବିସ୍ଫୋରକ ଇଂନିସ ବଳରେ ଭାରତୀୟ ଦଳର ସ୍କୋରକୁ […]
ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲା ଆଜି ରାଜକୋଟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦକ୍ଷିଣ ଅଫ୍ରିକା ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ନିଜର ପୁରୁଣା ଫର୍ମ ଦେଖାଇବା ସହ ମାତ୍ର ୨୭ଟି ବଲ ଖେଳି ୫୫ରନର ଏକ ବିସ୍ଫୋରକ ଇଂନିସ ବଳରେ ଭାରତୀୟ ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।
ଆଜିର ମ୍ୟାଚରେ ଲଗାତର ଚତୁର୍ଥ ଟି-୨୦ରେ ଟସ୍ ହାରିଥିଲା ଭାରତ। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବାେଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ୩ଟି ଓ୍ବିକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଋତୁରାଜ ଗାଇକ୍ବାଡ ୫ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୪ ରନରେ ଆଉଟ ହୋଇଥିଲେ । ଇଶାନ କିଷନ ୨୭ ରନ କରିଥିବାବେଳେ ଋଷଭ ପନ୍ତ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ ।ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପାର୍ଟନରସିପ ବଳରେ ଭାରତ ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲା । ପାଣ୍ଡ୍ୟା ୪୬ ରନ କରିଥିଲେ । ଭାରତର ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ୍ ମଧ୍ୟରେ ଭାରତ ଗୋଟିକରେ ଜିତିଥିଲାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ମ୍ୟାଚ୍ ଜିତି ଆଗୁଆ ରହିଛି। ଘରୋଇ ଦଳ ସିରିଜ୍ ବଞ୍ଚାଇବାକୁ ହେଲେ ଏଠାରେ ଆଉ ଏକ ବିଜୟ ଆବଶ୍ୟକ କରୁଛି। ଏହି ମ୍ୟାଚ୍ ଭାରତ ଜିତିଲେ ସିରିଜ୍ ବରାବର ସ୍ଥିତିକୁ ଆସିବ, ଦକ୍ଷିଣ ଆଫ୍ରିକା ଜିତିଲେ ସିରିଜ୍ କବ୍ଜା କରିବ। ଏଣୁ ଭାରତ ଲାଗି ଏହି ମ୍ୟାଚଟି ଅଧିକ ଗୁରୁତ୍ୱ ରଖୁଛି।