୧୯ ବର୍ଷରୁ କମ ବିଶ୍ଵକପ୍‌ କ୍ରିକେଟ୍: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ, ରବିବାର ଭାରତ ସହ ଟକ୍କର

The Sakala Picture
Published On

ବେନୋନି: ୧୯ ବର୍ଷରୁ କମ ବିଶ୍ଵକପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲାରେ ପାକିସ୍ତାନକୁ ଏକ ଓ୍ଵିକେଟ୍‌ରେ ହରାଇ ଦ୍ଵିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଫଳରେ ରବିବାର ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଆଜିର ମୁକାବିଲା ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଜାରି ରହିଥିଲା। ଶେଷ ଆଡକୁ ପାକିସ୍ତାନକୁ ଜିତିବା ପାଇଁ ଏକ ଓ୍ଵିକେଟ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ୧୩ ରନ ହେଲେ। କିନ୍ତୁ ନିମ୍ନକ୍ରମ […]

ବେନୋନି: ୧୯ ବର୍ଷରୁ କମ ବିଶ୍ଵକପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲାରେ ପାକିସ୍ତାନକୁ ଏକ ଓ୍ଵିକେଟ୍‌ରେ ହରାଇ ଦ୍ଵିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଫଳରେ ରବିବାର ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ଆଜିର ମୁକାବିଲା ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଜାରି ରହିଥିଲା। ଶେଷ ଆଡକୁ ପାକିସ୍ତାନକୁ ଜିତିବା ପାଇଁ ଏକ ଓ୍ଵିକେଟ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ୧୩ ରନ ହେଲେ। କିନ୍ତୁ ନିମ୍ନକ୍ରମ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ଷଷ୍ଠ ଥର ୧୯ ବର୍ଷରୁ କମ ବିଶ୍ଵକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୮.୫ ଓଭରରେ ୧୭୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଜନ ଅଓ୍ଵାସିସ୍ ୫୨ ରନ ଓ ଅରାଫତ ମିନହାସ ୫୨ ରନ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ହାରି ଡିକ୍ସନ ୫୦ ରନ ଓ ଅଲିଭର ପିକ୍ ୪୯ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ଭାରତ  ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା। ଭାରତ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଶେଷରେ ନିଃସର୍ତ୍ତ କ୍ଷମା ମାଗିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ସଫେଇ ଦେଲେ କି 'ମୋ ମନ୍ତବ୍ୟର ଭୁଲ୍‌ ଅର୍ଥ ବାହାର କରାଯାଇଛି'

08 Feb 2024 By The Sakala

୧୯ ବର୍ଷରୁ କମ ବିଶ୍ଵକପ୍‌ କ୍ରିକେଟ୍: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ, ରବିବାର ଭାରତ ସହ ଟକ୍କର

ବେନୋନି: ୧୯ ବର୍ଷରୁ କମ ବିଶ୍ଵକପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲାରେ ପାକିସ୍ତାନକୁ ଏକ ଓ୍ଵିକେଟ୍‌ରେ ହରାଇ ଦ୍ଵିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଫଳରେ ରବିବାର ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

ଆଜିର ମୁକାବିଲା ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଜାରି ରହିଥିଲା। ଶେଷ ଆଡକୁ ପାକିସ୍ତାନକୁ ଜିତିବା ପାଇଁ ଏକ ଓ୍ଵିକେଟ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ୧୩ ରନ ହେଲେ। କିନ୍ତୁ ନିମ୍ନକ୍ରମ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ଷଷ୍ଠ ଥର ୧୯ ବର୍ଷରୁ କମ ବିଶ୍ଵକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୮.୫ ଓଭରରେ ୧୭୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଜନ ଅଓ୍ଵାସିସ୍ ୫୨ ରନ ଓ ଅରାଫତ ମିନହାସ ୫୨ ରନ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ହାରି ଡିକ୍ସନ ୫୦ ରନ ଓ ଅଲିଭର ପିକ୍ ୪୯ ରନ କରିଥିଲେ।

ଭାରତ  ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା। ଭାରତ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର