ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା

The Sakala Picture
Published On

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ୨-୨ ସମାନ ସ୍ଥିତିରେ ରହିଛି। ଏଠାରେ ଆଜି  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‍ରେ ଯେଉଁ ଦଳ ଜିତିବ ସେହି ଦଳ ସିରିଜ୍‍ କବ୍‍ଜା କରିବ। ଏହା ଛଡ଼ା ଚଳିତବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ଉଭୟ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତି କରିବାକୁ ଅନେକ ସୂତ୍ର ପାଇଯିବେ। ଅନ୍ୟପକ୍ଷରେ ଏହି […]

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ୨-୨ ସମାନ ସ୍ଥିତିରେ ରହିଛି। ଏଠାରେ ଆଜି  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‍ରେ ଯେଉଁ ଦଳ ଜିତିବ ସେହି ଦଳ ସିରିଜ୍‍ କବ୍‍ଜା କରିବ। ଏହା ଛଡ଼ା ଚଳିତବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‍ ଲାଗି ଉଭୟ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତି କରିବାକୁ ଅନେକ ସୂତ୍ର ପାଇଯିବେ। ଅନ୍ୟପକ୍ଷରେ ଏହି ସିରିଜ୍‍କୁ ବିଶ୍ୱକପ୍‍ର ରିହରସାଲ ଭାବେ ବିବେଚନା କରାଯାଉଛି। ସେ ଯାହା ହେଉ ସିରିଜ୍‍ର ପଞ୍ଚମ ମ୍ୟାଚ୍‍ ଉଭୟ ଦଳ ଲାଗି ଜିତିବା ନିଶ୍ଚିତପକ୍ଷେ ଗୁରୁତ୍ୱ ରଖୁଛି। ଦ୍ୱିତୀୟ ପାଳିରେ ବ୍ୟାଟିଂ କରି ଭାରତ ଏହି ମ୍ୟାଚ୍‍କୁ ୮ ରନ୍‍ରେ ଜିତିବା ପରେ ଅନେକ ସମୀକରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ଏଠାରେ ଗୁରୁବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‍ରେ ଚଳିତ ସିରିଜ୍‍ର ଅନେକ ପ୍ରଥମ ଘଟଣା ଦେଖିବାକୁ ମିଳିଛି। ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତର୍ଜାତୀୟ ପ୍ରବେଶ, ଲୋକେଶ ରାହୁଲଙ୍କ ଦୁଇ ଅଙ୍କରେ ପହଞ୍ଚିବା, ବିରାଟ କୋହଲି ଷ୍ଟମ୍ପ ଆଉଟ ହେବା ଓ ଇଂଲଣ୍ଡର ଜୋଫ୍ରା ଆର୍ଚର ପ୍ରଥମଥର ୪ୱିକେଟ ଅକ୍ତିଆର କରିବା। ପ୍ରଥମଥର ଏଠାରେ କାକରର ପ୍ରଭାବ ଅନୁଭୂତ ହେବା ଓ ଦ୍ୱିତୀୟ ପାଳିରେ ବ୍ୟାଟିଂ କରି ମ୍ୟାଚ୍‍ ଜିତିବା ଭଳି ଘଟଣା ଏଠାରେ ଦେଖିବାକୁ ମିଳିଛି। ଭାରତୀୟ ମିଡିୟମ୍‍ ପେସ୍‍ ବୋଲରଙ୍କ ଚତୁରତା ମଧ୍ୟ ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଚିନ୍ତା ଅନେକ ପରିମାଣରେ କମିଯାଇଛି। ବିଶେଷକରି ଚଳିତ ସିରିଜ୍‍ରେ ପ୍ରଥମକରି ଇଶାନ କିସାନ ଓ ସୂର୍ଯ୍ୟକୁମାର ଯାଦବ ପ୍ରଭାବୀ ବ୍ୟାଟିଂ କରିବାରେ ସମର୍ଥ ହୋଇଛନ୍ତି। ଶ୍ରେୟସ ଆୟର, ଋଷଭ ପନ୍ତ୍‍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଓ ଚତୁର୍ଥ ମ୍ୟାଚ୍‍ ଖେଳିଥିବା ରାହୁଲ ଚହର ଭଲ ଖେଳିଛନ୍ତି। ଏହି ସିରିଜ୍‍ରେ ଯେଉର୍ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି, ସେମାନେ ପ୍ରଭାବ ବିସ୍ତାର କରିବାରେ ସମର୍ଥ ହୋଇଛନ୍ତି। ଏଣୁ ଅଧିନାୟକ କୋହଲିଙ୍କ ମୁଣ୍ଡରୁ ଚିନ୍ତା ଚାଲିଯାଇଛି। କେବଳ ରାହୁଳ ଟେୱାଟିଆ ଏକମାତ୍ର ଖେଳାଳି ଯିଏକି ଏହି ସିରିଜ୍‍ରେ ଏଯାଏ ସୁଯୋଗ ପାଇ ନାହାନ୍ତି। ସେ ହୁଏତ ଶେଷ ମ୍ୟାଚ୍‍ରେ ଯେ ସୁଯୋଗ ନପାଇବେ ତାହା କହି ହେବ ନାହିଁ। କିନ୍ତୁ କୋହଲିଙ୍କ ଚିନ୍ତା ବଢ଼ାଇଛନ୍ତି ଶାର୍ଦ୍ଦୁଳ ଠାକୁର। ସେ କ୍ରମାଗତ ଭାବେ ୱିକେଟ ଅକ୍ତିଆର କରୁଥିଲେ ମଧ୍ୟ ରନ୍‍ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଛନ୍ତି।
ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ଏଯାଏ ଭଲ ଖେଳି ଆସିଛନ୍ତି। ଦଳର ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‍ ଭଲ ଖେଳିଛନ୍ତି। ଓପନର ଜେସନ ରୟ ଓ ଜୋଶ ବଟ୍ଟଲର, ଜନ୍ନି ବେୟାରଷ୍ଟୋ, ବେନ୍‍ ଷ୍ଟୋକ୍ସ ଏହି ସିରିଜ୍‍ରେ ଭଲ ବ୍ୟାଟିଂ କରିବାରେ ସମର୍ଥ ହୋଇଛନ୍ତି। କିନ୍ତୁ ବିଶ୍ୱ ର‍୍ୟାଙ୍କିଙ୍ଗ୍‍ରେ ନଂ-୧ ସ୍ଥାନରେ ଥିବା ଡାୱିଡ ମଲାନ ଓ ଅଧିନାୟକ ଇଅନ ମୋର୍ଗାନ ଭଲ ସ୍କୋର ପାଇ ନଥିବାରୁ ଟିମ୍‍ ମ୍ୟାନେଜ୍‍ମେଣ୍ଟର ଚିନ୍ତା ବଢ଼ିବା ସ୍ୱାଭାବିକ୍‍। ବୋଲରଙ୍କ ମଧ୍ୟରେ ମାର୍କ ଉଡ୍‍ ଓ ଜୋଫ୍ରା ଆର୍ଚର ଭାରତୀୟ ନିର୍ଜୀବ ପିଚ୍‍ରେ ମଧ୍ୟ ଚମତ୍କାରିତା ଦେଖାଇଛନ୍ତି। ଷ୍ଟୋକ୍ସ ଓ ଏକମାତ୍ର ସ୍ପିନର ଆଦିଲ ରଶିଦ୍‍ ମଧ୍ୟ କମାଲ ଦେଖାଇଛନ୍ତି। କିନ୍ତୁ ଭାରତରେ ଟି-୨୦ ବିଶ୍ୱକପ୍‍ ଆୟୋଜିତ ହେଉଥିବାରୁ ଇଂଲଣ୍ଡ ଦଳ ଶେଷଥର ଲାଗି ଏଠାରେ ମ୍ୟାଚ୍‍ ଜିତି ନିଜର ଦବ୍‍ଦବା ଜାହିର କରିବ ବୋଲି ଆଶା କରାଯାଉଛି।

20 Mar 2021 By The Sakala

https://www.thesakala.in/sports/india-vs-england-5th-t20/article-842
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର