ଏସିଆନ୍ ଗେମ୍ସ୨୦୨୬ : ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ କ୍ରିକେଟ୍ ଦଳ

Madhusudan Das Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ଫାଇନାଲରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ କ୍ରିକେଟ୍ ଦଳ । କୋରୋଗି ସ୍ପୋର୍ଟସ୍ ପାର୍କଠାରେ ଖେଳାଯାଇଥିବା ଏହି ହାଇ-ଭୋଲଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରି ନିଜର ସ୍ୱର୍ଣ୍ଣ ପଦକ ବଜାୟ ରଖିବାରେ ସଫଳ ହୋଇଛି। ଭାରତ ଦେଇଥିବା ୨୧୨ ରନ୍‌ର ଟାର୍ଗେଟ୍‌ର ପିଛା କରି ପାକିସ୍ତାନୀ ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ହାସଲ କରିପାରିନଥିଲା। ପାକିସ୍ତାନ ପକ୍ଷରୁ ହସନ୍ ନୱାଜ ଏକାକୀ ଲଢ଼େଇ କରିଥିଲେ ମଧ୍ୟ ଦଳକୁ ସଫଳତା ଭେଟି ଦେଇପାରି ନଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ମହିଳା ଟ୍ରାପ୍ ଇଭେଣ୍ଟରେ ନୀରୁଙ୍କୁ ଐତିହାସିକ ସ୍ୱର୍ଣ୍ଣ, ୧୧ତମ ଦିନରେ ଭାରତର ଦମଦାର ପ୍ରଦର୍ଶନ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଓପନର୍ ଅଭିଷେକ ଶର୍ମା ମାତ୍ର ୨୮ ବଲ୍‌ରୁ ୬୧ ରନ୍ (୩ଟି ଚୌକା ଓ ୭ଟି ଛକା) କରି ଏକ ଦୃଢ଼ ମୂଳଦୁଆ ପକାଇଥିଲେ। ସେ ମାତ୍ର ୨୦ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ଗୋଟିଏ ପଟେ ପାରି ସମ୍ଭାଳିଥିବା ବେଳେ ଭାରତୀୟ ମଧ୍ୟକ୍ରମରେ ଲଗାତାର ୱିକେଟ୍ ପଡ଼ିଥିଲା। ଶେଷ ଆଡ଼କୁ ତିଲକ ବର୍ମା ମଧ୍ୟ ମାତ୍ର ୨୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ୫୧ ରନ୍ କରି ଅପରାଜିତ ରହିଥିଲେ। ତିଲକ ଓ ଶିବମ୍ ଦୁବେ ମିଶି ଷଷ୍ଠ ୱିକେଟ୍ ପାଇଁ ୬୨ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଦଳୀୟ ସ୍କୋରକୁ ଏକ ବିଶାଳ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ବୋଲିଂରେ ଅରାଫତ ମିହ୍ନାସ (୨-୨୫) ଓ ଅହମ୍ମଦ ଦାନିୟାଲ (୨-୪୩) ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ଫାଇନାଲରେ ଭାରତ-ପାକିସ୍ତାନ ମହାଲଢ଼େଇ: ପାକ୍ ସ୍ପିନରଙ୍କୁ ନେଇ ସତର୍କ କରାଇଲେ ଇଶାନ କିଷନ

୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ନିର୍ଦ୍ଧାରିତ ଓଭରରେ ଆବଶ୍ୟକ ରନ୍ ସଂଗ୍ରହ କରିପାରି ନଥିଲା। ଦଳ ପକ୍ଷରୁ ଓପନିଂ ବ୍ୟାଟର ହସନ୍ ନୱାଜ ମାତ୍ର ୫୧ଟି ବଲ୍‌ରୁ ୯୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ ଦଳ ବିଜୟ ଲକ୍ଷ୍ୟଠାରୁ ୧୯ ରନ୍ ଦୂରରେ ରହିଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଇମ୍ ଆୟୁବ ୨୯ ରନ୍ କରିଥିଲେ। ଭାରତୀୟ ସ୍ପିନ୍ ଯୋଡ଼ି ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ ୨୯ ରନ୍ ଲେଖାଏଁ ବ୍ୟୟ କରି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ମ୍ୟାଚ୍‌ର ଶେଷ ଭାଗରେ ଶିବମ୍ ଦୁବେ ମଧ୍ୟ ଆସି ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଭାରତର ସ୍ୱର୍ଣ୍ଣ ପଦକ ବିଜୟକୁ ସୁନିଶ୍ଚିତ କରିଥିଲେ।

ଆହୁରି ପଢ଼ନ୍ତୁ: ମୁଲ୍ଲାନ୍‌ପୁରରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଫେରିବେ ମହମ୍ମଦ ସିରାଜ!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର