ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଅତିଥି ଭବନ ‘ପତିତପାବନ ଭକ୍ତ ନିବାସ’ ନିର୍ମାଣ କରିବ ଶ୍ରୀମନ୍ଦିର ପ୍ରଶାସନ

Madhusudan Das Picture
Published On

ପୁରୀ: ପୁରୀରେ ନିର୍ମାଣ ହେବ ‘ପତିତପାବନ ଭକ୍ତ ନିବାସ’ । ତୀର୍ଥଯାତ୍ରୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ନୂତନ ଅତିଥି ଭବନ ନିର୍ମାଣ କରାଯିବ। ପ୍ରସ୍ତାବିତ ଏହି ନୂତନ ଅତିଥି ଭବନର ନାମ ‘ପତିତପାବନ ଭକ୍ତ ନିବାସ’ ରଖାଯାଇଥିବା ବେଳେ ଏହା ନୀଳାଦ୍ରି ଭକ୍ତ ନିବାସ ପଛପଟେ ଥିବା ଜାଗାରେ ନିର୍ମାଣ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: MMDR ଆଇନ ବିରୋଧରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖାଯାଇଛି। ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କ ‘ଅବଢ଼ା’ (ABADHA) ଯୋଜନା ଅଧୀନରେ ପାଣ୍ଠି ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଏହି ପ୍ରସ୍ତାବକୁ ପୂର୍ବରୁ ଅନୁମୋଦନ ମିଳିସାରିଛି। 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ଏହି ନୂତନ ଭକ୍ତ ନିବାସରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ (କନଫରେନ୍ସ ହଲ୍) ଏବଂ ଡିସପେନସାରୀ (ଚିକିତ୍ସାଳୟ) ବ୍ୟବସ୍ଥା ରହିବ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍‌ଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓବିସିସି) ଦ୍ୱାରା ଏହି ପ୍ରକଳ୍ପର କାର୍ଯ୍ୟକାରୀ କରାଯିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ଚାରୋଟି ଅତିଥି ଭବନ- ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଏବଂ ପୁରୁଷୋତ୍ତମ ଭକ୍ତ ନିବାସ ପରିଚାଳନା କରାଯାଉଛି।

ଆହୁରି ପଢ଼ନ୍ତୁ: ଶୁଭଶ୍ରୀ ନିଖୋଜ ଘଟଣା: ଥାନାରେ ଏତଲା ଦେବାରେ ୭ ଦିନର ବିଳମ୍ବ, ଘନୀଭୂତ ହେଉଛି ରହସ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର