ମନୋରଞ୍ଜନ
ଓଡ଼ିଶା
MMDR ବିଲ୍ ପ୍ରତ୍ୟାହାର ଦାବିରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ । MMDR ବିଲ୍ ପ୍ରତ୍ୟାହାର ଦାବିରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ । ବିଧାନସଭାର ସପ୍ତମ ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ପୁଣି ଥରେ ଓଡ଼ିଶା ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବିରୋଧୀ ବିଜୁ ଜନତା ଦଳ (ବିଜେଡି) ସଦସ୍ୟମାନେ କକ୍ଷତ୍ୟାଗ କରିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରିଥିଲେ, ଏହାପରେ ଶୂନ୍ୟକାଳରେ ପୁଣି କଂଗ୍ରେସର ହୋହଲ୍ଲା, ହଟ୍ଟଗୋଳ ସହ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି କରିଛନ୍ତି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ୪ଟା ଯାଏଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଗୃହର ପ୍ରଥମ ୪ ଦିନ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ, ୨୦୨୬କୁ ବିରୋଧ କରି ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ନୂତନ ଖଣି ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ କ୍ଷତିଗ୍ରସ୍ତ ହେଉଥିବା ବିରୋଧୀ ଅଭିଯୋଗ କରିବା ସହ ପାଠ୍ୟପୁସ୍ତକ ପ୍ରସଙ୍ଗରେ ସରକାରଙ୍କ ଜବାବ ମାଗିଛନ୍ତି।






