ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟର ବାଟ ଦେଖାଇଲା ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ୍‌

The Sakala Picture
Published On

ବାର୍ବାଡୋସ୍: ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ୍‌ କଲା କମାଲ । ଭାରତକୁ ଦେଖାଇଲା ବିଜୟର ବାଟ । ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟର ଅନ୍ୟତମ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଏକ ଅବିଶ୍ବସନୀୟ କ୍ୟାଚ୍‌ । ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା ସୂର୍ଯ୍ୟକୁମାରଙ୍କ ଏହି କ୍ୟାଚ । ଶେଷ ଓଭରରେ ଡେଭିଡ୍ ମିଲରଙ୍କ କ୍ୟାଚ୍ ଧରି ସୂର୍ଯ୍ୟକୁମାର ବିଜୟ ପାଇଁ ବାଟ ଖୋଲି ଦେଇଥିଲେ । ପ୍ରମାଣ କରିଦେଇଥିଲେ, କ୍ୟାଚ୍ କେବଳ ମ୍ୟାଚ୍ ଜିତାଏ ନାହିଁ, ଜିତାଏ […]

ବାର୍ବାଡୋସ୍: ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ୍‌ କଲା କମାଲ । ଭାରତକୁ ଦେଖାଇଲା ବିଜୟର ବାଟ । ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟର ଅନ୍ୟତମ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଏକ ଅବିଶ୍ବସନୀୟ କ୍ୟାଚ୍‌ । ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା ସୂର୍ଯ୍ୟକୁମାରଙ୍କ ଏହି କ୍ୟାଚ । ଶେଷ ଓଭରରେ ଡେଭିଡ୍ ମିଲରଙ୍କ କ୍ୟାଚ୍ ଧରି ସୂର୍ଯ୍ୟକୁମାର ବିଜୟ ପାଇଁ ବାଟ ଖୋଲି ଦେଇଥିଲେ । ପ୍ରମାଣ କରିଦେଇଥିଲେ, କ୍ୟାଚ୍ କେବଳ ମ୍ୟାଚ୍ ଜିତାଏ ନାହିଁ, ଜିତାଏ ବିଶ୍ୱକପ୍ ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ହେଉଥିଲା ୧୬ ରନ୍ । ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ଓଭର ଶେଷ ହୋଇସାରିଥିଲା । କ୍ରିଜରେ ଅପରାଜିତ ଥିବା ଦୁର୍ଦ୍ଧର୍ଷ ମିଲର କ୍ଷଣକ ମଧ୍ୟରେ ବାଜି ପଲଟାଇବାର କ୍ଷମତା ରଖିଥିଲେ । ସେ ୨୧ରନ୍ କରି କ୍ରିଜରେ ଜମି ସାରିଥିଲେ । ପାଣ୍ଡ୍ୟା ୨୦ତମ ଓଭର ବୋଲିଂ କରିଥିଲେ । ମିଲରଙ୍କୁ ଅଫ ଷ୍ଟମ୍ପ ବାହାରେ ଏକ ୟର୍କର ବଲ୍ ପକାଇଥିଲେ । ବଲ୍କୁ ପିଚରେ ପଡ଼ିବାକୁ ନଦେଇ ଚତୁର ମିଲର ସିଧା ଲଙ୍ଗ ଅଫ ବାଉଣ୍ଡାରୀ ଅଞ୍ଚଳକୁ ଶକ୍ତିଶାଳୀ ସଟ୍ ଖେଳିଥିଲେ । ସେଠାରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟ କୁମାର କ୍ୟାଚ୍ ଧରିଥିଲେ । ମାତ୍ର ନିୟନ୍ତ୍ରଣ ହରାଇ ବସିଥିଲେ । ବିଚଳିତ ନହୋଇ ସେ ବଲକୁ ଉପରକୁ ଫିଙ୍ଗି ବାଉଣ୍ଡାରୀ ବାହାରକୁ ଚାଲିଯାଇ ପ୍ରଥମେ ନିୟନ୍ତ୍ରଣ ରଖିଥିଲେ । ଏହାପରେ ଏକ ଜମ୍ପ ମାରି ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ, ହାତରେ ରହିଥିଲା ବଲ୍ । ଏ ଦୃଶ୍ୟ ସମସ୍ତଙ୍କ ମନ ଛୁଇଁଥିଲା । ଏହି କ୍ୟାଚ୍ ପରେ ଆରମ୍ଭ ହୋଇଥିଲା ବିଜୟର କ୍ରେଜ୍ ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଟିଭି ଅମ୍ପାୟାର ବାରମ୍ବାର ରିପ୍ଲେ ଦେଖି ପରୀକ୍ଷା କରିଥିଲେ । ସୂର୍ଯ୍ୟକୁମାର ବଲ୍ ସହ ବାଉଣ୍ଟାରୀ ଛୁଇଁ ନଥିବା ସ୍ପଷ୍ଟ ହୋଇଥିଲା । ଷ୍ଟାଡ଼ିୟମର ବିଶାଳ ସ୍କ୍ରିନରେ ଆଉଟ୍ ଲେଖି ହୋଇ ଯାଇଥିଲା । ଏହି ଵିକେଟ ପାଟଣା ପରେ ଆରମ୍ଭ ହୋଇ ଯାଇଥିଲା ଭାରତର ବିଶ୍ୱକପ ବିଜୟର ପ୍ରାକ୍ ଉତ୍ସବ ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

30 Jun 2024 By The Sakala

ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟର ବାଟ ଦେଖାଇଲା ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ୍‌

ବାର୍ବାଡୋସ୍: ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ୍‌ କଲା କମାଲ । ଭାରତକୁ ଦେଖାଇଲା ବିଜୟର ବାଟ । ଭାରତକୁ ଟି-୨୦ ବିଶ୍ୱକପ୍ ବିଜୟର ଅନ୍ୟତମ ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଏକ ଅବିଶ୍ବସନୀୟ କ୍ୟାଚ୍‌ । ଦକ୍ଷିଣ ଆଫ୍ରିକାଠୁ ବିଜୟ ଛଡ଼ାଇ ଆଣିଥିଲା ସୂର୍ଯ୍ୟକୁମାରଙ୍କ ଏହି କ୍ୟାଚ । ଶେଷ ଓଭରରେ ଡେଭିଡ୍ ମିଲରଙ୍କ କ୍ୟାଚ୍ ଧରି ସୂର୍ଯ୍ୟକୁମାର ବିଜୟ ପାଇଁ ବାଟ ଖୋଲି ଦେଇଥିଲେ । ପ୍ରମାଣ କରିଦେଇଥିଲେ, କ୍ୟାଚ୍ କେବଳ ମ୍ୟାଚ୍ ଜିତାଏ ନାହିଁ, ଜିତାଏ ବିଶ୍ୱକପ୍ ।

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ହେଉଥିଲା ୧୬ ରନ୍ । ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ଓଭର ଶେଷ ହୋଇସାରିଥିଲା । କ୍ରିଜରେ ଅପରାଜିତ ଥିବା ଦୁର୍ଦ୍ଧର୍ଷ ମିଲର କ୍ଷଣକ ମଧ୍ୟରେ ବାଜି ପଲଟାଇବାର କ୍ଷମତା ରଖିଥିଲେ । ସେ ୨୧ରନ୍ କରି କ୍ରିଜରେ ଜମି ସାରିଥିଲେ । ପାଣ୍ଡ୍ୟା ୨୦ତମ ଓଭର ବୋଲିଂ କରିଥିଲେ । ମିଲରଙ୍କୁ ଅଫ ଷ୍ଟମ୍ପ ବାହାରେ ଏକ ୟର୍କର ବଲ୍ ପକାଇଥିଲେ । ବଲ୍କୁ ପିଚରେ ପଡ଼ିବାକୁ ନଦେଇ ଚତୁର ମିଲର ସିଧା ଲଙ୍ଗ ଅଫ ବାଉଣ୍ଡାରୀ ଅଞ୍ଚଳକୁ ଶକ୍ତିଶାଳୀ ସଟ୍ ଖେଳିଥିଲେ । ସେଠାରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟ କୁମାର କ୍ୟାଚ୍ ଧରିଥିଲେ । ମାତ୍ର ନିୟନ୍ତ୍ରଣ ହରାଇ ବସିଥିଲେ । ବିଚଳିତ ନହୋଇ ସେ ବଲକୁ ଉପରକୁ ଫିଙ୍ଗି ବାଉଣ୍ଡାରୀ ବାହାରକୁ ଚାଲିଯାଇ ପ୍ରଥମେ ନିୟନ୍ତ୍ରଣ ରଖିଥିଲେ । ଏହାପରେ ଏକ ଜମ୍ପ ମାରି ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ, ହାତରେ ରହିଥିଲା ବଲ୍ । ଏ ଦୃଶ୍ୟ ସମସ୍ତଙ୍କ ମନ ଛୁଇଁଥିଲା । ଏହି କ୍ୟାଚ୍ ପରେ ଆରମ୍ଭ ହୋଇଥିଲା ବିଜୟର କ୍ରେଜ୍ ।

ଟିଭି ଅମ୍ପାୟାର ବାରମ୍ବାର ରିପ୍ଲେ ଦେଖି ପରୀକ୍ଷା କରିଥିଲେ । ସୂର୍ଯ୍ୟକୁମାର ବଲ୍ ସହ ବାଉଣ୍ଟାରୀ ଛୁଇଁ ନଥିବା ସ୍ପଷ୍ଟ ହୋଇଥିଲା । ଷ୍ଟାଡ଼ିୟମର ବିଶାଳ ସ୍କ୍ରିନରେ ଆଉଟ୍ ଲେଖି ହୋଇ ଯାଇଥିଲା । ଏହି ଵିକେଟ ପାଟଣା ପରେ ଆରମ୍ଭ ହୋଇ ଯାଇଥିଲା ଭାରତର ବିଶ୍ୱକପ ବିଜୟର ପ୍ରାକ୍ ଉତ୍ସବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର