ଭାରତ-ପାକିସ୍ତାନ ମୁକାବିଲା: ନିୟୋଜିତ ହେବେ ୧୧ ହଜାର ସୁରକ୍ଷାକର୍ମୀ, ଗଡ଼ିବ ୨ଟି ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍‌

The Sakala Picture
Published On

ଅହମ୍ମଦାବାଦ୍‌‌: ଆସନ୍ତା ୧୪ ତାରିଖରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌କୁ ନେଇ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ପୁଲିସ ଚ୍ୟାଲେଞ୍ଜ୍‌‌ର ସମ୍ମୁଖୀନ ହୋଇଛି। ନିରାପତ୍ତା ବ୍ୟବସ୍ଥା ପାଇଁ ୧୧ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। […]

ଅହମ୍ମଦାବାଦ୍‌‌: ଆସନ୍ତା ୧୪ ତାରିଖରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌କୁ ନେଇ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ପୁଲିସ ଚ୍ୟାଲେଞ୍ଜ୍‌‌ର ସମ୍ମୁଖୀନ ହୋଇଛି। ନିରାପତ୍ତା ବ୍ୟବସ୍ଥା ପାଇଁ ୧୧ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମ୍ୟାଚ୍‌‌ ଆୟୋଜନ ହେବା ପୂର୍ବରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ଗୁଜରାଟ ପୁଲିସ୍‌‌ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୭ ହଜାର ପୁଲିସକର୍ମୀ ଓ ୪ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି ପୁଲିସ କମିଶନର ଜିଏସ୍‌‌ ମଲିକ କହିଛନ୍ତି। ସେହିପରି ଏନ୍‌‌ଏସ୍‌‌ଜି ବମ୍ବେ ସ୍କ୍ୱାଡ ଓ ଆଣ୍ଟି ଡ୍ରୋନ୍‌‌ ଟିମ୍‌‌କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସ୍‌‌ଆରପିଏଫ୍‌‌, ଆରଏଏଫ୍‌‌ ଓ ଏନ୍‌‌ଏସ୍‌‌ଜିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ମ୍ୟାଚ୍‌‌ ଟିକଟ ପୂର୍ବରୁ ବିକ୍ରି ହୋଇସାରିଛି ।

ଆହୁରି ପଢ଼ନ୍ତୁ: ସିଏସକେ (CSK) ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା, ଆହତ କାରଣରୁ ୨ ସପ୍ତାହ ପାଇଁ ବାଦ୍ ପଡ଼ିଲେ ମହେନ୍ଦ୍ର ସିଂହ ଧୋନି

 ସେହିପରି ଏହି ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦ ଯାଉଥିବା କ୍ରିକେଟ୍ ପ୍ରଶଂସକଙ୍କ ଲାଗି ପଶ୍ଚିମ ରେଲେଓ୍ଵ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଯାହାକି ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି। ଏହି ଦୁଇଟି ଟ୍ରେନ୍ କ୍ରିକେଟ୍ ମ୍ୟାଚ୍‌ର ଦିନକ ପୂର୍ବରୁ ଏବଂ ମ୍ୟାଚ୍ ଦିନ ସକାଳେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ।

ଆହୁରି ପଢ଼ନ୍ତୁ: ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

ସୂଚନା ଅନୁସାରେ, ପ୍ରଥମ ଟ୍ରେନ୍ ଅକ୍ଟୋବର ୧୩ ରାତି ୧୦ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଏବଂ ପରଦିନ ସକାଳ ୬ଟାରେ ଅହମ୍ମଦାବାଦରେ ପହଞ୍ଚିବ। ଏହିପରି ଦ୍ୱିତୀୟ ଟ୍ରେନ୍ ଅକ୍ଟୋବର ୧୪ ତାରିଖ ସକାଳ ୫ଟାରେ ମୁମ୍ବାଇରୁ ବାହାରିବ ଏବଂ ମଧ୍ୟାହ୍ନ ୧୨ଟା ଅର୍ଥାତ୍ ମ୍ୟାଚ୍ ଆରମ୍ଭର ୨ ଘଣ୍ଟା ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିବ। ରେଳ ଅଧିକାରୀଙ୍କ ମୁତାବକ, ଉଭୟ ଟ୍ରେନ୍ ସମସ୍ତ ଆବଶ୍ୟକ ଷ୍ଟେସନରେ ଅଟକି ରହିବ।

ଆହୁରି ପଢ଼ନ୍ତୁ: ଆଜି ଉତ୍କଳ ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

11 Oct 2023 By The Sakala

ଭାରତ-ପାକିସ୍ତାନ ମୁକାବିଲା: ନିୟୋଜିତ ହେବେ ୧୧ ହଜାର ସୁରକ୍ଷାକର୍ମୀ, ଗଡ଼ିବ ୨ଟି ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ୍‌

ଅହମ୍ମଦାବାଦ୍‌‌: ଆସନ୍ତା ୧୪ ତାରିଖରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ ମ୍ୟାଚ୍‌‌ ଖେଳାଯିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌‌କୁ ନେଇ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୧ ଲକ୍ଷ ୩୨ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ପୁଲିସ ଚ୍ୟାଲେଞ୍ଜ୍‌‌ର ସମ୍ମୁଖୀନ ହୋଇଛି। ନିରାପତ୍ତା ବ୍ୟବସ୍ଥା ପାଇଁ ୧୧ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମ୍ୟାଚ୍‌‌ ଆୟୋଜନ ହେବା ପୂର୍ବରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ଗୁଜରାଟ ପୁଲିସ୍‌‌ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୭ ହଜାର ପୁଲିସକର୍ମୀ ଓ ୪ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯିବ ବୋଲି ପୁଲିସ କମିଶନର ଜିଏସ୍‌‌ ମଲିକ କହିଛନ୍ତି। ସେହିପରି ଏନ୍‌‌ଏସ୍‌‌ଜି ବମ୍ବେ ସ୍କ୍ୱାଡ ଓ ଆଣ୍ଟି ଡ୍ରୋନ୍‌‌ ଟିମ୍‌‌କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି। ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସ୍‌‌ଆରପିଏଫ୍‌‌, ଆରଏଏଫ୍‌‌ ଓ ଏନ୍‌‌ଏସ୍‌‌ଜିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ମ୍ୟାଚ୍‌‌ ଟିକଟ ପୂର୍ବରୁ ବିକ୍ରି ହୋଇସାରିଛି ।

 ସେହିପରି ଏହି ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦ ଯାଉଥିବା କ୍ରିକେଟ୍ ପ୍ରଶଂସକଙ୍କ ଲାଗି ପଶ୍ଚିମ ରେଲେଓ୍ଵ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଯାହାକି ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି। ଏହି ଦୁଇଟି ଟ୍ରେନ୍ କ୍ରିକେଟ୍ ମ୍ୟାଚ୍‌ର ଦିନକ ପୂର୍ବରୁ ଏବଂ ମ୍ୟାଚ୍ ଦିନ ସକାଳେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ।

ସୂଚନା ଅନୁସାରେ, ପ୍ରଥମ ଟ୍ରେନ୍ ଅକ୍ଟୋବର ୧୩ ରାତି ୧୦ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଏବଂ ପରଦିନ ସକାଳ ୬ଟାରେ ଅହମ୍ମଦାବାଦରେ ପହଞ୍ଚିବ। ଏହିପରି ଦ୍ୱିତୀୟ ଟ୍ରେନ୍ ଅକ୍ଟୋବର ୧୪ ତାରିଖ ସକାଳ ୫ଟାରେ ମୁମ୍ବାଇରୁ ବାହାରିବ ଏବଂ ମଧ୍ୟାହ୍ନ ୧୨ଟା ଅର୍ଥାତ୍ ମ୍ୟାଚ୍ ଆରମ୍ଭର ୨ ଘଣ୍ଟା ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିବ। ରେଳ ଅଧିକାରୀଙ୍କ ମୁତାବକ, ଉଭୟ ଟ୍ରେନ୍ ସମସ୍ତ ଆବଶ୍ୟକ ଷ୍ଟେସନରେ ଅଟକି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର