୨୩ଟି ଗ୍ରାଣ୍ଡସ୍ଲାମ୍‌ ଜିତି ବିଶ୍ବ ରେକର୍ଡ କଲେ ଜୋକୋଭିଚ୍‌‌

The Sakala Picture
Published On

ପ୍ୟାରିସ୍‌‌: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌‌ ଓପନ୍‌‌ରେ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌‌ ଏଥର ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ଏକକ ଫାଇନାଲ ମୁକାବିଲାରେ ତୃତୀୟ ସିଡ୍‌‌ ଜୋକୋଭିଚ୍‌‌ ୭-୬, ୬-୩, ୭-୫ ସେଟ୍‌‌ରେ ୪ର୍ଥ ସିଡ୍‌‌ ନରୱେର କାସ୍ପେର ରୁଡ୍‌‌ଙ୍କୁ ପରାସ୍ତ କରି ବାଜି ମାରିଛନ୍ତି। ୩ଟି ସେଟ୍‌‌ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍‌‌ଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିସହ ସେ ସୋମବାର ପ୍ରକାଶିତ ହେବାକୁ ଥିବା ଏଟିପି […]

ପ୍ୟାରିସ୍‌‌: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌‌ ଓପନ୍‌‌ରେ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌‌ ଏଥର ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ଏକକ ଫାଇନାଲ ମୁକାବିଲାରେ ତୃତୀୟ ସିଡ୍‌‌ ଜୋକୋଭିଚ୍‌‌ ୭-୬, ୬-୩, ୭-୫ ସେଟ୍‌‌ରେ ୪ର୍ଥ ସିଡ୍‌‌ ନରୱେର କାସ୍ପେର ରୁଡ୍‌‌ଙ୍କୁ ପରାସ୍ତ କରି ବାଜି ମାରିଛନ୍ତି। ୩ଟି ସେଟ୍‌‌ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍‌‌ଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିସହ ସେ ସୋମବାର ପ୍ରକାଶିତ ହେବାକୁ ଥିବା ଏଟିପି ମାନ୍ୟତାର ସ୍ପେନ ଯୁବ ଖେଳାଳି କାର୍ଲୋସ ଆଲକାରାଜଙ୍କୁ ହଟାଇ ଶୀର୍ଷସ୍ଥାନକୁ ଫେରିବା ନିଶ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ସିଏସକେ (CSK) ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା, ଆହତ କାରଣରୁ ୨ ସପ୍ତାହ ପାଇଁ ବାଦ୍ ପଡ଼ିଲେ ମହେନ୍ଦ୍ର ସିଂହ ଧୋନି

ସେ ମୋଟ୍‌‌ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ ହାସଲ କରି ସ୍ପେନର ରାଫେଲ ନାଦାଲ(୨୨)ଙ୍କୁ ପଛରେ ପକାଇଛନ୍ତି। ତୃତୀୟଥର ପାଇଁ ଫ୍ରେଞ୍ଚ୍‌‌ ଓପନ ଟାଇଟଲ ଜିତିଛନ୍ତି। ପୂର୍ବରୁ ସେ ୨୦୧୬ ଓ ୨୦୨୧ରେ ଫ୍ରେଞ୍ଚ୍‌‌ ଓପନ୍‌‌ରେ ଚାମ୍ପିଅନ ହୋଇଥିଲେ। ପୁରୁଷ ଖେଳାଳିଭାବେ ୩୬ ବର୍ଷୀୟ ଜୋକୋଭିଚ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଆମେରିକୀୟ କିମ୍ବଦନ୍ତୀ ମହିଳା ଖେଳାଳି ସେରେନା ୱିଲିୟମ୍ସ (୨୩ ଗ୍ରାଣ୍ଡସ୍ଲାମ)ଙ୍କ ସମକକ୍ଷ ହୋଇଛନ୍ତି। ତେବେ ସେ କିମ୍ବଦନ୍ତୀ ମହିଳା ଖେଳାଳି ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ମାର୍ଗରେଟ୍‌‌ ୧୯୬୦ରୁ ୭୦ ମଧ୍ୟରେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ସେ ଫ୍ରେଞ୍ଚ୍‌‌ ଓପନ୍‌‌ରେ ବୟସ୍କ ଚାମ୍ପିଅନ ହେବାର ମାନ୍ୟତା ପାଇଛନ୍ତି। ସେ ବିଶ୍ୱର ଏକମାତ୍ର ଖୋଳାଳି ଭାବେ ଅତିକମ୍‌‌ରେ ସବୁ ୪ଟି ଯାକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ୩ଟି ଲେଖାଏଁ ଟାଇଟଲ ହାସଲ କରିଛନ୍ତି। ସେ ଏବେ କ୍ୟାରିୟରରେ ମୋଟ୍‌‌ ୯୪ଟି ଟାଇଟଲ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି

ଫ୍ରେଞ୍ଚ୍‌‌ ଓପନ୍‌‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଅନ୍ତିମ ଦିବସରେ ମହିଳା ଯୁଗଳ ପ୍ରତିଯୋଗିତାରେ ତାଇୱାନର ସିଏ ସୁ- ୱେଇ ଓ ଚୀନ୍‌‌ର ୱାଙ୍ଗ ଜିନ୍‌‌ୟୁ ଚାମ୍ପିଅନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌‌ରେ ସିଏ ଓ ୱାଙ୍ଗ୍‌‌ ୧୦ମ ସିଡ୍‌‌ ଆମେରିକା ଓ କାନାଡା ଯୋଡି ଟେଲର ଟାଉନସେଣ୍ଡ ଓ ଲୈଲା ଫର୍ଣ୍ଣାଣ୍ଡିଜ୍‌‌ଙ୍କୁ ୧-୬, ୭-୬, ୬-୧ ସେଟ୍‌‌ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ପୁରୁଷ ବିଭାଗରେ କ୍ରୋଏସିଆର ଇଭାନ ଡୋଡିଗ୍‌‌ ଓ ଆମେରିକାର ଅଷ୍ଟିନ କ୍ରାଜିସେକ୍‌‌ ଏଥର ଫ୍ରେଞ୍ଚ୍‌‌ ଓପନ୍‌‌ ପୁରୁଷ ଯୁଗଳ ଟାଇଟଲ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମହାମୁକାବିଲା, ଶୁବମାନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଉପରେ ନଜର

12 Jun 2023 By The Sakala

୨୩ଟି ଗ୍ରାଣ୍ଡସ୍ଲାମ୍‌ ଜିତି ବିଶ୍ବ ରେକର୍ଡ କଲେ ଜୋକୋଭିଚ୍‌‌

ପ୍ୟାରିସ୍‌‌: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌‌ ଓପନ୍‌‌ରେ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌‌ ଏଥର ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ଏକକ ଫାଇନାଲ ମୁକାବିଲାରେ ତୃତୀୟ ସିଡ୍‌‌ ଜୋକୋଭିଚ୍‌‌ ୭-୬, ୬-୩, ୭-୫ ସେଟ୍‌‌ରେ ୪ର୍ଥ ସିଡ୍‌‌ ନରୱେର କାସ୍ପେର ରୁଡ୍‌‌ଙ୍କୁ ପରାସ୍ତ କରି ବାଜି ମାରିଛନ୍ତି। ୩ଟି ସେଟ୍‌‌ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍‌‌ଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିସହ ସେ ସୋମବାର ପ୍ରକାଶିତ ହେବାକୁ ଥିବା ଏଟିପି ମାନ୍ୟତାର ସ୍ପେନ ଯୁବ ଖେଳାଳି କାର୍ଲୋସ ଆଲକାରାଜଙ୍କୁ ହଟାଇ ଶୀର୍ଷସ୍ଥାନକୁ ଫେରିବା ନିଶ୍ଚିତ ହୋଇଛି।

ସେ ମୋଟ୍‌‌ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ ହାସଲ କରି ସ୍ପେନର ରାଫେଲ ନାଦାଲ(୨୨)ଙ୍କୁ ପଛରେ ପକାଇଛନ୍ତି। ତୃତୀୟଥର ପାଇଁ ଫ୍ରେଞ୍ଚ୍‌‌ ଓପନ ଟାଇଟଲ ଜିତିଛନ୍ତି। ପୂର୍ବରୁ ସେ ୨୦୧୬ ଓ ୨୦୨୧ରେ ଫ୍ରେଞ୍ଚ୍‌‌ ଓପନ୍‌‌ରେ ଚାମ୍ପିଅନ ହୋଇଥିଲେ। ପୁରୁଷ ଖେଳାଳିଭାବେ ୩୬ ବର୍ଷୀୟ ଜୋକୋଭିଚ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଆମେରିକୀୟ କିମ୍ବଦନ୍ତୀ ମହିଳା ଖେଳାଳି ସେରେନା ୱିଲିୟମ୍ସ (୨୩ ଗ୍ରାଣ୍ଡସ୍ଲାମ)ଙ୍କ ସମକକ୍ଷ ହୋଇଛନ୍ତି। ତେବେ ସେ କିମ୍ବଦନ୍ତୀ ମହିଳା ଖେଳାଳି ଅଷ୍ଟ୍ରେଲିଆର ମାର୍ଗାରେଟ କୋର୍ଟଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ମାର୍ଗରେଟ୍‌‌ ୧୯୬୦ରୁ ୭୦ ମଧ୍ୟରେ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ସେ ଫ୍ରେଞ୍ଚ୍‌‌ ଓପନ୍‌‌ରେ ବୟସ୍କ ଚାମ୍ପିଅନ ହେବାର ମାନ୍ୟତା ପାଇଛନ୍ତି। ସେ ବିଶ୍ୱର ଏକମାତ୍ର ଖୋଳାଳି ଭାବେ ଅତିକମ୍‌‌ରେ ସବୁ ୪ଟି ଯାକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ୩ଟି ଲେଖାଏଁ ଟାଇଟଲ ହାସଲ କରିଛନ୍ତି। ସେ ଏବେ କ୍ୟାରିୟରରେ ମୋଟ୍‌‌ ୯୪ଟି ଟାଇଟଲ ହାସଲ କରିଛନ୍ତି।

ଫ୍ରେଞ୍ଚ୍‌‌ ଓପନ୍‌‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଅନ୍ତିମ ଦିବସରେ ମହିଳା ଯୁଗଳ ପ୍ରତିଯୋଗିତାରେ ତାଇୱାନର ସିଏ ସୁ- ୱେଇ ଓ ଚୀନ୍‌‌ର ୱାଙ୍ଗ ଜିନ୍‌‌ୟୁ ଚାମ୍ପିଅନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌‌ରେ ସିଏ ଓ ୱାଙ୍ଗ୍‌‌ ୧୦ମ ସିଡ୍‌‌ ଆମେରିକା ଓ କାନାଡା ଯୋଡି ଟେଲର ଟାଉନସେଣ୍ଡ ଓ ଲୈଲା ଫର୍ଣ୍ଣାଣ୍ଡିଜ୍‌‌ଙ୍କୁ ୧-୬, ୭-୬, ୬-୧ ସେଟ୍‌‌ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ପୁରୁଷ ବିଭାଗରେ କ୍ରୋଏସିଆର ଇଭାନ ଡୋଡିଗ୍‌‌ ଓ ଆମେରିକାର ଅଷ୍ଟିନ କ୍ରାଜିସେକ୍‌‌ ଏଥର ଫ୍ରେଞ୍ଚ୍‌‌ ଓପନ୍‌‌ ପୁରୁଷ ଯୁଗଳ ଟାଇଟଲ ହାସଲ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର