ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଗିଲଙ୍କ ବିସ୍ଫୋରକ ଦ୍ୱିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ହାଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ। ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଛି ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ  ଅଧିନାୟକ ରୋହିତ ଶର୍ମା ୩୮ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୧୦ ବଲରେ ୮ […]

ହାଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ। ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଛି ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ  ଅଧିନାୟକ ରୋହିତ ଶର୍ମା ୩୮ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୧୪ ବଲରେ ୫ ରନ କରି ଆଉଟୋ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶୁଭମନ ଗିଲଙ୍କ ସାଥ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ଗୋଟିଏ ଶୁଭମନ ଗିଲ ଦ୍ୱିଶତକୀୟ ଇଂନିସ ଖେଳିଥିଲେ। ପରେ ୱାସିଂଟନ ସୁନ୍ଦର ୧୪ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ସର୍‌ଦୁଲ୍‌ ଠାକୁର ପରେ ୩ ବଲରେ ୩ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ପରେ ଶୁଭମନ ଗିଲଙ୍କ ସାଥ ଦେଇଥିଲେ। ଶୁଭମନ ଗିଲ ୧୪୯ ବଲରେ ୨୦୮ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ପାରିରେ ୧୯ଟି ଚୌକା ଓ ୯ଟି ଛକା ସାମିଲ ରହିଛି। କୁଲଦୀପ ଯାଦବ ୬ ବଲରେ ୫ ରନ କରି ଅପରାଜିତ ରହିଥିବା ବେଳେ ମହମ୍ମଦ ସାମୀ ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଶ୍ରୀଲଙ୍କା ପକ୍ଷରୁ ଡାରିଲ୍ ମିଚେଲ ଓ ହେନରୀ ସିପ୍ଲୀ ୨ଟି ୱିକେଟ ନେଇଥିବା ବେଳେ ମିଚେଲ ସାଣ୍ଟନର, ଲୋକି ଫର୍ଗୁସନ୍ ଓ ବ୍ଲାର ଥିକ୍‌ନର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର