ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‍ ପ୍ରଥମ ଦିନିକିଆ: ଧାୱନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ୍‍

The Sakala Picture
Published On

ପୋର୍ଟ ଅଫ ସ୍ପେନ୍‍: ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ପରସ୍ପରକୁ ଭେଟବେ। ଶୁକ୍ରବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଅଭିଜ୍ଞ ଓପନର ଶିଖର ଧାୱନଙ୍କ ନେତୃତ୍ୱାଧିନ ଭାରତ ନିକୋଲାସ ପୁରନଙ୍କ ୱେଷ୍ଟଇଣ୍ଡିଜ ଦଳକୁ ଭେଟିବ। କେବଳ ଦିନିକିଆ ଖେଳୁଥିବା ଧାୱନ ତାରକା ଖେଳାଳିମାନଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି। ଗତ ଫେବୃୟାରୟୀରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍‍ ଖେଳିଥିଲା। […]

ପୋର୍ଟ ଅଫ ସ୍ପେନ୍‍: ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ପରସ୍ପରକୁ ଭେଟବେ। ଶୁକ୍ରବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଅଭିଜ୍ଞ ଓପନର ଶିଖର ଧାୱନଙ୍କ ନେତୃତ୍ୱାଧିନ ଭାରତ ନିକୋଲାସ ପୁରନଙ୍କ ୱେଷ୍ଟଇଣ୍ଡିଜ ଦଳକୁ ଭେଟିବ। କେବଳ ଦିନିକିଆ ଖେଳୁଥିବା ଧାୱନ ତାରକା ଖେଳାଳିମାନଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଗତ ଫେବୃୟାରୟୀରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍‍ ଖେଳିଥିଲା। ପୁଣିଥରେ ଦୁଇଦଳ ୩ଟି ଦିନିକିଆ ସମେତ ୫ଟି ଟି-୨୦ ମ୍ୟାଚ୍‍ରେ ମୁହାଁମୁହିଁ ହେବେ। ଆଗକୁ ଅକ୍ଟୋବରରେ ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ୍‍ ଖେଳାଯିବ। ତେଣୁ ଦିନିକିଆ ସିରିଜ ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ତେବେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ନିଜ ଦକ୍ଷତା ତଥା ପ୍ରତିଭା ପ୍ରମାଣ କରିବାର ଭରପୁର ସୁଯୋଗ ପାଇବେ। ନିୟମିତ ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେଉଥିବାରୁ ଧାୱନ୍‍ କ୍ୟାରିୟରରେ ଦ୍ୱିତୀୟଥର ପାଇଁ ଭାରତ ନେତୃତ୍ୱ ନେଉଛନ୍ତି। ରୋହିତଙ୍କ ସମେତ ମହମ୍ମଦ ସାମି, ଯଶପ୍ରୀତ ବୁମ୍‍ରା, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଭଳି ତାରକା ଖେଳାଳିମାନେ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି। ନିୟମିତ ସ୍ଥିର ପ୍ରଦର୍ଶନ କରିଆସୁଥିବା ଧାୱନଙ୍କ ଲାଗି ଉଭୟ ପ୍ରଦର୍ଶନ ଓ ନେତୃତ୍ୱ ନେଇ ଏହି ସିରିଜରେ ଚ୍ୟାଲେଞ୍ଜ ରହିଛି। ଧାୱନଙ୍କ ସହିତ ଦଳକୁ ଫେରିଥିବା ଶୁବମନ ଗିଲ ଇନିଂସ ଓପନ କରିବେ ବୋଲି ଆଶା କରାଯାଉଛି। ଦଳରେ ସ୍ଥାନ ପାଇଥିବା ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡ ମଧ୍ୟ ଓପନ୍‍ କରିବାର ଦକ୍ଷତା ରଖୁଛନ୍ତି। ଦଳର ମିଡଲଅର୍ଡର ନେଇ ଟିମ୍‍ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଇନ୍‍ଫର୍ମ ଦୀପକ ହୁଦା ୩ ନଂରେ ବ୍ୟାଟିଂ କରିବାକୁ ଆସିବେ। ସେହିପରି ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ମଧ୍ୟକ୍ରମେରେ ଗୁରୁଦାୟିତ୍ୱ ବହନ କରିବେ। ହାର୍ଦ୍ଦିକଙ୍କ ଅନୁପସ୍ଥିତରେ ଶାର୍ଦ୍ଦୁଳ ଠାକୁର ଏକମାତ୍ର ପେସ୍‍ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

ଏଠାରେ ୩ଟି ମ୍ୟାଚ୍‍ ଖେଳାଯିବ। ପିଚ୍‍ ସ୍ପିନରଙ୍କୁ ସୁହାଉଥିବାରୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜା ୩ଟି ଯାକ ମ୍ୟାଚ୍‍ ଖେଳିବା ନିଶ୍ଚିତ ମନେ ହେଉଛି। ଇଂଲଣ୍ଡରେ ଦିନିକିଆ ସିରିଜ ଖେଳିପାରି ନଥିବା ଅର୍ଶଦୀପ ସିଂ ଏଠି ଦିନିକିଆ ପଦାର୍ପଣ କରିବେ। ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଗତ ସିରିଜରେ ବାଂଲାଦେଶଠାରୁ ୩-୦ରେ ପରାସ୍ତ ହୋଇଥିଲା। ଅଲରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି। ଗତ କିଛି ମାସ ହେବା ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସଂଘର୍ଷ କରୁଛି। ୨୦୧୯ ବିଶ୍ୱକପ୍‍ ପରେ ଦଳ ୩୯ଟି ମ୍ୟାଚ୍‍ ଖେଳିଥିବା ବେଳେ ୬ଥର ୫୦ ଓଭର ଖେଳିବାର ସମର୍ଥ ହୋଇଛି। ଦୁଇ ଦଳ ଏପର୍ଯ୍ୟନ୍ତ ୧୩୬ଟି ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି। ଭାରତ ୬୭ରେ ଓ ଘରୋଇ ଦଳ ୬୩ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଦୁଇଟି ମ୍ୟାଚ୍‍ ଟାଇ ହୋଇଥିବା ବେଳେ ୪ଟିରେ କୌଣସି ଫଳାଫଳ ମିଳି ନ ଥିଲା। ଗତ ୫ଟି ମୁକାବିଲାରେ କିନ୍ତୁ ଭାରତ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ଭାରତୀୟ ଦଳ
ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଇଶାନ କିସାନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରବୀନ୍ଦ୍ର ଜାଡେଜା (ଉପ- ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୂୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ।

ୱେଷ୍ଟଇଣ୍ଡିଜ ଦଳ
ନିକୋଲାସ ପୁରନ (ଅଧିନାୟକ), ସାଇ ହୋପ (ଉପ- ଅଧିନାୟକ), ସମରା ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲ୍ଡର, ଅକିଲ ହୋସେନ, ଅଲଜାରୀ ଜୋସେଫ, ବ୍ରାଣ୍ଡନ କିଙ୍ଗ୍‍, କାଏଲ ମେୟର୍ସ, ଗୁଡାକେଶ ମୋଟି, କିମୋ ପଲ, ରୋଭମାନ ପାୱେଲ ଓ ଜେଡେନ ସିଲ୍ସ।

22 Jul 2022 By The Sakala

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‍ ପ୍ରଥମ ଦିନିକିଆ: ଧାୱନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ୍‍

ପୋର୍ଟ ଅଫ ସ୍ପେନ୍‍: ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ପରସ୍ପରକୁ ଭେଟବେ। ଶୁକ୍ରବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଅଭିଜ୍ଞ ଓପନର ଶିଖର ଧାୱନଙ୍କ ନେତୃତ୍ୱାଧିନ ଭାରତ ନିକୋଲାସ ପୁରନଙ୍କ ୱେଷ୍ଟଇଣ୍ଡିଜ ଦଳକୁ ଭେଟିବ। କେବଳ ଦିନିକିଆ ଖେଳୁଥିବା ଧାୱନ ତାରକା ଖେଳାଳିମାନଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି।

ଗତ ଫେବୃୟାରୟୀରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍‍ ଖେଳିଥିଲା। ପୁଣିଥରେ ଦୁଇଦଳ ୩ଟି ଦିନିକିଆ ସମେତ ୫ଟି ଟି-୨୦ ମ୍ୟାଚ୍‍ରେ ମୁହାଁମୁହିଁ ହେବେ। ଆଗକୁ ଅକ୍ଟୋବରରେ ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ୍‍ ଖେଳାଯିବ। ତେଣୁ ଦିନିକିଆ ସିରିଜ ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ତେବେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ନିଜ ଦକ୍ଷତା ତଥା ପ୍ରତିଭା ପ୍ରମାଣ କରିବାର ଭରପୁର ସୁଯୋଗ ପାଇବେ। ନିୟମିତ ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେଉଥିବାରୁ ଧାୱନ୍‍ କ୍ୟାରିୟରରେ ଦ୍ୱିତୀୟଥର ପାଇଁ ଭାରତ ନେତୃତ୍ୱ ନେଉଛନ୍ତି। ରୋହିତଙ୍କ ସମେତ ମହମ୍ମଦ ସାମି, ଯଶପ୍ରୀତ ବୁମ୍‍ରା, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଭଳି ତାରକା ଖେଳାଳିମାନେ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି। ନିୟମିତ ସ୍ଥିର ପ୍ରଦର୍ଶନ କରିଆସୁଥିବା ଧାୱନଙ୍କ ଲାଗି ଉଭୟ ପ୍ରଦର୍ଶନ ଓ ନେତୃତ୍ୱ ନେଇ ଏହି ସିରିଜରେ ଚ୍ୟାଲେଞ୍ଜ ରହିଛି। ଧାୱନଙ୍କ ସହିତ ଦଳକୁ ଫେରିଥିବା ଶୁବମନ ଗିଲ ଇନିଂସ ଓପନ କରିବେ ବୋଲି ଆଶା କରାଯାଉଛି। ଦଳରେ ସ୍ଥାନ ପାଇଥିବା ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡ ମଧ୍ୟ ଓପନ୍‍ କରିବାର ଦକ୍ଷତା ରଖୁଛନ୍ତି। ଦଳର ମିଡଲଅର୍ଡର ନେଇ ଟିମ୍‍ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଇନ୍‍ଫର୍ମ ଦୀପକ ହୁଦା ୩ ନଂରେ ବ୍ୟାଟିଂ କରିବାକୁ ଆସିବେ। ସେହିପରି ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ମଧ୍ୟକ୍ରମେରେ ଗୁରୁଦାୟିତ୍ୱ ବହନ କରିବେ। ହାର୍ଦ୍ଦିକଙ୍କ ଅନୁପସ୍ଥିତରେ ଶାର୍ଦ୍ଦୁଳ ଠାକୁର ଏକମାତ୍ର ପେସ୍‍ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି।

ଏଠାରେ ୩ଟି ମ୍ୟାଚ୍‍ ଖେଳାଯିବ। ପିଚ୍‍ ସ୍ପିନରଙ୍କୁ ସୁହାଉଥିବାରୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜା ୩ଟି ଯାକ ମ୍ୟାଚ୍‍ ଖେଳିବା ନିଶ୍ଚିତ ମନେ ହେଉଛି। ଇଂଲଣ୍ଡରେ ଦିନିକିଆ ସିରିଜ ଖେଳିପାରି ନଥିବା ଅର୍ଶଦୀପ ସିଂ ଏଠି ଦିନିକିଆ ପଦାର୍ପଣ କରିବେ। ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଗତ ସିରିଜରେ ବାଂଲାଦେଶଠାରୁ ୩-୦ରେ ପରାସ୍ତ ହୋଇଥିଲା। ଅଲରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି। ଗତ କିଛି ମାସ ହେବା ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସଂଘର୍ଷ କରୁଛି। ୨୦୧୯ ବିଶ୍ୱକପ୍‍ ପରେ ଦଳ ୩୯ଟି ମ୍ୟାଚ୍‍ ଖେଳିଥିବା ବେଳେ ୬ଥର ୫୦ ଓଭର ଖେଳିବାର ସମର୍ଥ ହୋଇଛି। ଦୁଇ ଦଳ ଏପର୍ଯ୍ୟନ୍ତ ୧୩୬ଟି ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି। ଭାରତ ୬୭ରେ ଓ ଘରୋଇ ଦଳ ୬୩ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଦୁଇଟି ମ୍ୟାଚ୍‍ ଟାଇ ହୋଇଥିବା ବେଳେ ୪ଟିରେ କୌଣସି ଫଳାଫଳ ମିଳି ନ ଥିଲା। ଗତ ୫ଟି ମୁକାବିଲାରେ କିନ୍ତୁ ଭାରତ ବିଜୟୀ ହୋଇଛି।

ଭାରତୀୟ ଦଳ
ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଇଶାନ କିସାନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରବୀନ୍ଦ୍ର ଜାଡେଜା (ଉପ- ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୂୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ।

ୱେଷ୍ଟଇଣ୍ଡିଜ ଦଳ
ନିକୋଲାସ ପୁରନ (ଅଧିନାୟକ), ସାଇ ହୋପ (ଉପ- ଅଧିନାୟକ), ସମରା ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲ୍ଡର, ଅକିଲ ହୋସେନ, ଅଲଜାରୀ ଜୋସେଫ, ବ୍ରାଣ୍ଡନ କିଙ୍ଗ୍‍, କାଏଲ ମେୟର୍ସ, ଗୁଡାକେଶ ମୋଟି, କିମୋ ପଲ, ରୋଭମାନ ପାୱେଲ ଓ ଜେଡେନ ସିଲ୍ସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର