ମନୋରଞ୍ଜନ
ଓଡ଼ିଶା
ଯାତ୍ରା ସମୟରେ ଏହି ବିଶେଷ ଜିନିଷ ଦେଖିଲେ ହୋଇଥାଏ ଶୁଭ….
ଶକୁନ ଶାସ୍ତ୍ର ଅନୁସାରେ, ଯାତ୍ରାକୁ ଯିବା ବେଳେ କିଛି ବିଶେଷ ଜିନିଷ ଓ ଲୋକଙ୍କ ଦର୍ଶନକୁ ଶୁଭ ସଙ୍କେତ ବୋଲି କୁହାଯାଇଛି। ତେବେ କ’ଣ ଏହି ସବୁ ଜିନିଷ, ସେ ସବୁ ନିମ୍ନରେ ପ୍ରଦତ୍ତ କରାଗଲା। ବ୍ରାହ୍ମଣ: ଯାତ୍ରା ପ୍ରାରମ୍ଭ କରିବା ବେଳେ ସାମ୍ନାରେ କୌଣସି ବ୍ରାହ୍ମଣ ନଜର ଆସିଲେ, ତାଙ୍କ ଆଶିର୍ବାଦ ନିଅନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ପ୍ରଦାନ କରି ଯାତ୍ରା ଆରମ୍ଭ କରନ୍ତୁ। ଏହା ହେଉଛି ଏକ ଶୁଭ ସଙ୍କେତ। କନ୍ୟା: ଯାତ୍ରା […]
ଶକୁନ ଶାସ୍ତ୍ର ଅନୁସାରେ, ଯାତ୍ରାକୁ ଯିବା ବେଳେ କିଛି ବିଶେଷ ଜିନିଷ ଓ ଲୋକଙ୍କ ଦର୍ଶନକୁ ଶୁଭ ସଙ୍କେତ ବୋଲି କୁହାଯାଇଛି। ତେବେ କ’ଣ ଏହି ସବୁ ଜିନିଷ, ସେ ସବୁ ନିମ୍ନରେ ପ୍ରଦତ୍ତ କରାଗଲା।
ବ୍ରାହ୍ମଣ: ଯାତ୍ରା ପ୍ରାରମ୍ଭ କରିବା ବେଳେ ସାମ୍ନାରେ କୌଣସି ବ୍ରାହ୍ମଣ ନଜର ଆସିଲେ, ତାଙ୍କ ଆଶିର୍ବାଦ ନିଅନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ପ୍ରଦାନ କରି ଯାତ୍ରା ଆରମ୍ଭ କରନ୍ତୁ। ଏହା ହେଉଛି ଏକ ଶୁଭ ସଙ୍କେତ।
କନ୍ୟା: ଯାତ୍ରା ପ୍ରାରମ୍ଭ ବେଳେ ଶିଶୁ କନ୍ୟା ହଳଦିଆ କିମ୍ବା କମଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବା ଶୁଭ। ଏହା ଦ୍ବାରା କାମରେ ସଫଳତା ମିଳିବା ଯୋଗ ଅଛି।
ଗାଈ: ଯାତ୍ରା ସମୟରେ ଗୋମାତାଙ୍କ ଦର୍ଶନକୁ ଶୁଭ ସଙ୍କେତ ବୋଲି କୁହାଯାଇଛି। ସେହିପରି ଗାଈକୁ ଗୁଡ଼ ଖୁଆଇ ଯାତ୍ରା ପ୍ରାରମ୍ଭ କରନ୍ତୁ। ଏହା ଦ୍ବାରା ନ ହେବା କାମ ହୋଇଥାଏ।
କଳସ: ଯାତ୍ରା ପ୍ରାରମ୍ଭ ବେଳେ ଜଳ ଭର୍ତ୍ତି କଳସ ଦେଖିବା ଶୁଭ। ସମସ୍ତ କାମରେ ସଫଳତା ମିଳିଥାଏ।
କିନ୍ନର: କିନ୍ନରଙ୍କୁ ମଙ୍ଗଳମୁଖୀ କୁହାଯାଏ। ଯାତ୍ରାକୁ ଯିବା ବେଳେ କିନ୍ନରଙ୍କୁ ଦେଖି ନିଜ ଇଚ୍ଛାରେ କିଛି ଦାନ ଦିଅନ୍ତୁ। ଏହା ଦ୍ବାରା ଶୁଭଫଳ ମିଳେ। ଯାତ୍ରା ମଧ୍ୟ ମଙ୍ଗଳମୟ ହୋଇଥାଏ।






