ମନୋରଞ୍ଜନ
ଓଡ଼ିଶା
ନୂତନ ବସ୍ତ୍ର ପରିଧାନର ନିୟମ
ହିନ୍ଦୁ ପରମ୍ପରା ଅନୁସାରେ, କିଛି କାମ ପାଇଁ ଶୁଭ ସମୟ ଏବଂ ଦିନ ନିର୍ଦ୍ଧାରଣ କରାଯାଏ। ସେହିପରି କେଉଁ ଦିନ ନୂଆ ବସ୍ତ୍ର ପିନ୍ଧିବା ଶୁଭ ଏବଂ ଅଶୁଭ, ସେନେଇ ବି ନିୟମ ଅଛି। ହିନ୍ଦୁ ଧର୍ମ ଅନୁସାରେ, ସପ୍ତାହରେ ତିନି ଦିନ ନୂଆ କପଡ଼ା ପିନ୍ଧିବା ଭଲ ନୁହେଁ। ରବିବାର, ମଙ୍ଗଳବାର ଏବଂ ଶନିବାର ନୂଆ କପଡ଼ା ପିନ୍ଧିବା ଅନୁଚିତ। ଅବଶ୍ୟ ସୋମବାର ମଧ୍ୟ ନୂଆ ବସ୍ତ୍ର ଧାରଣ କରିବା ଶୁଭ ହୋଇ ନ ଥାଏ। […]
ହିନ୍ଦୁ ପରମ୍ପରା ଅନୁସାରେ, କିଛି କାମ ପାଇଁ ଶୁଭ ସମୟ ଏବଂ ଦିନ ନିର୍ଦ୍ଧାରଣ କରାଯାଏ। ସେହିପରି କେଉଁ ଦିନ ନୂଆ ବସ୍ତ୍ର ପିନ୍ଧିବା ଶୁଭ ଏବଂ ଅଶୁଭ, ସେନେଇ ବି ନିୟମ ଅଛି।
ହିନ୍ଦୁ ଧର୍ମ ଅନୁସାରେ, ସପ୍ତାହରେ ତିନି ଦିନ ନୂଆ କପଡ଼ା ପିନ୍ଧିବା ଭଲ ନୁହେଁ। ରବିବାର, ମଙ୍ଗଳବାର ଏବଂ ଶନିବାର ନୂଆ କପଡ଼ା ପିନ୍ଧିବା ଅନୁଚିତ। ଅବଶ୍ୟ ସୋମବାର ମଧ୍ୟ ନୂଆ ବସ୍ତ୍ର ଧାରଣ କରିବା ଶୁଭ ହୋଇ ନ ଥାଏ। ରବିବାର ନୂଆ ବସ୍ତ୍ର ପରିଧାନ କଲେ ସୂର୍ଯ୍ୟ ଦୋଷ ସାମ୍ନା କରିବାକୁ ପଡ଼ିଥାଏ। ଏହାଦ୍ବାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ।
ମଙ୍ଗଳବାର ନୂଆ ଡ୍ରେସ୍ ପିନ୍ଧିଲେ କ୍ରୋଧଭାବ ଆସିଥାଏ। ସମାଜରେ ଅପନିନ୍ଦା ମୁଣ୍ଡାଇବାକୁ ହେବା ସହ ପୋଷାକ ମଧ୍ୟ ବହୁତ କମ୍ ଦିନରେ ଚିରି ଯାଇଥାଏ। ସେହିପରି ଶନିବାର ନୂଆ ବସ୍ତ୍ର ପିନ୍ଧିବା ଅନୁଚିତ। ଏଭଳି କରିବା ଦ୍ବାରା ଶନି ଦେବ କୋପ କରନ୍ତି। ଏହା ସହ ଗ୍ରହ ଦୋଷ ଆଶଙ୍କା ବୃଦ୍ଧି ପାଏ। ଶନିବାର ନୂଆ ବସ୍ତ୍ର ପିନ୍ଧିବା ଦ୍ବାରା ଧନ ହାନି ଆଶଙ୍କା ରହିଥାଏ। ଏହାବାଦ୍ ଏହିଦିନ ନୂଆ କପଡ଼ା କିଣିବା ଭଲ ନୁହେଁ। ତେବେ ନୂଆ ବସ୍ତ୍ର ପିନ୍ଧିବା ପାଇଁ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଶୁଭ ହୋଇଥାଏ।






