ଆଜି ହେରା ପଞ୍ଚମୀ : ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ସାଆନ୍ତାଣୀ

The Sakala Picture
Published On

ରଥଯାତ୍ରାର ଏକ ବିଶେଷ ନୀତି ହେଉଛି ହେରାପଞ୍ଚମୀ। ଏହା ରଥଯାତ୍ରାରୁ ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୋଇଥାଏ। ମହାପ୍ରଭୁ ଗୁଣ୍ଡିଚା ଘରେ ବିଜେ କରିଥିବା ସମୟରେ ଏହି ନୀତି ପାଳିତ ହୋଇଥାଏ। ଏଥିରେ ଦାମ୍ପତ୍ୟ ଜୀବନର ମାନଅଭିମାନ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାଇଥାନ୍ତି। କିନ୍ତୁ ସାଙ୍ଗରେ ମା’ ଲକ୍ଷ୍ମୀଙ୍କୁ ନେଇ ନ ଥିବାରୁ ସେ ଅଭିମାନ […]

ରଥଯାତ୍ରାର ଏକ ବିଶେଷ ନୀତି ହେଉଛି ହେରାପଞ୍ଚମୀ। ଏହା ରଥଯାତ୍ରାରୁ ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୋଇଥାଏ। ମହାପ୍ରଭୁ ଗୁଣ୍ଡିଚା ଘରେ ବିଜେ କରିଥିବା ସମୟରେ ଏହି ନୀତି ପାଳିତ ହୋଇଥାଏ। ଏଥିରେ ଦାମ୍ପତ୍ୟ ଜୀବନର ମାନଅଭିମାନ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାଇଥାନ୍ତି। କିନ୍ତୁ ସାଙ୍ଗରେ ମା’ ଲକ୍ଷ୍ମୀଙ୍କୁ ନେଇ ନ ଥିବାରୁ ସେ ଅଭିମାନ କରନ୍ତି। ସେଥିପାଇଁ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗି ଦିଅନ୍ତି।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ନାସାର 'ଭୟେଜର-୧': ପୃଥିବୀ ଠାରୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିଲା ମହାକାଶଯାନ

ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ। ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ଶ୍ରୀଦେବୀ। ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ଶ୍ରୀଦେବୀଙ୍କୁ କୁହନ୍ତି। ଏଥିରେ ରାଗିଯାଇ ଫେରିବା ବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯାଆନ୍ତି। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ଆସନ୍ତାକାଲି (ମଙ୍ଗଳବାର) ଏହି ନୀତି ପାଳିତ ହେବ। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ୪ ସପ୍ତାହରେ ୩ଟି ବାତ୍ୟା: କାହିଁକି ବଢୁଛି ସାମୁଦ୍ରିକ ଝଡ଼ର ଘନତା?

ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଭୋର୍‌ ୪ଟାରେ ଦ୍ୱାରଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳଆଳତି ବଢ଼ିବ। ମଇଲମ, ତଡ଼ପଲାଗି ନୀତି ପରେ ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ସାହାଣମେଲା ଦର୍ଶନ ରହିଛି। ଏହାପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢ଼ିବ। ପୂର୍ବାହ୍ଣ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗମଣ୍ଡପ ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ଣ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ଣ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ବଢ଼ିବ। ଏହାପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟାଧୂପ ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ରାତି ୯ଟା ୩୦ରେ ଜଗମୋହନକୁ ବିଜେ କରିବେ। ଏହାପରେ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତି ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢ଼ିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତି ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp